ଓଡିଶା

odisha

ETV Bharat / sports

Women Boxing Championship: ୪୮ କିଲୋ ବର୍ଗରେ ସ୍ବର୍ଣ୍ଣ ଜିତିଲେ ନୀତୁ ଘନଘସ

ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମ୍‌ରେ ଜାରି ରହିଥିବା ବିଶ୍ବ ମହିଳା ବକ୍ସିଂ ଚାମ୍ପିୟନସିପରେ ସ୍ବର୍ଣ୍ଣ ପଦକ ଜିତିଲେ ନୀତୁ ଘନଘସ । ୪୮ କିଲୋ ଭାର ବର୍ଗରେ ମଙ୍ଗୋଲିଆ ବକ୍ସର ଲୁଟସେଖାନଙ୍କୁ ୫-୦ରେ ପରାସ୍ତ କରି ସେ ଏହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ

By

Published : Mar 25, 2023, 8:36 PM IST

ବିଶ୍ବ ମହିଳା ବକ୍ସିଂ ଚାମ୍ପିୟନସିପରେ ସ୍ବର୍ଣ୍ଣ ପଦକ ଜିତିଲେ ନୀତୁ ଘନଘସ
ବିଶ୍ବ ମହିଳା ବକ୍ସିଂ ଚାମ୍ପିୟନସିପରେ ସ୍ବର୍ଣ୍ଣ ପଦକ ଜିତିଲେ ନୀତୁ ଘନଘସ

ଚଣ୍ଡିଗଡ଼: ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମ୍‌ରେ ଜାରି ରହିଥିବା ବିଶ୍ବ ମହିଳା ବକ୍ସିଂ ଚାମ୍ପିୟନସିପରେ ସ୍ବର୍ଣ୍ଣ ପଦକ ଜିତିଲେ ହରିୟାଣାର ନୀତୁ ଘନଘସ । ୪୮ କିଲୋ ଭାର ବର୍ଗରେ ମଙ୍ଗୋଲିଆ ବକ୍ସର ଲୁଟସେଖାନଙ୍କୁ ୫-୦ରେ ପରାସ୍ତ କରି ଏହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ହରିୟାଣାର ମହିଳା ବକ୍ସର ନୀତୁ ଘନଘସ । ସେ ଏହା ପୂର୍ବରୁ କାଜିକିସ୍ତାନର ବକ୍ସରଙ୍କୁ ୫-୨ ବ୍ୟବଧାନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ତେବେ ନୀତୁଙ୍କୁ ଫାଇନାଲ ମ୍ୟାଚ୍‌ରେ ଉତ୍ସାହିତ କରିବା ପାଇଁ ତାଙ୍କର ପ୍ରଶିକ୍ଷକ ତଥା ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ଜଗଦୀଶ ସିଂହଙ୍କ ସମେତ ନୀତୁଙ୍କ ବାପା ଓ ପରିବାରର ସଦସ୍ୟ ମ୍ୟାଚ୍‌ରେ ଉପସ୍ଥିତ ଥିଲେ ।

ତେବେ ସ୍ବର୍ଣ୍ଣ ପଦକ ବିଜୟୀ ବକ୍ସର ନୀତୁ ଘନଘସଙ୍କ ବାପା ଜୟ ଭଗବାନ ହରିୟାଣା ବିଧାନସଭାର ଜଣେ କର୍ମଚାରୀ ଅଟନ୍ତି । ନୀତୁ ୨୦୧୨ ମସିହାରେ ପ୍ରଥମ ଥର ପାଇଁ ଭିୱାନୀରେ ପ୍ରଶିକ୍ଷକ ଜଗଦୀଶ ସିଂହଙ୍କ ନିକଟରୁ ତାଲିମ ନେବା ଆରମ୍ଭ କରିଥିଲେ । ଏହାପର ଠାରୁ ସେ ନିରନ୍ତର ପରିଶ୍ରମ କରିଆସୁଥିଲେ । ଯେଉଁ କାରଣରୁ ସେ ଏହି ସଫଳତା ପାଇଥିବା ତାଙ୍କ ବାପା ପ୍ରକାଶ କରିଛନ୍ତି । ନୀତୁ ଏବେ ଚୌଧୁରୀ ବଂଶୀଲାଲ ବିଶ୍ବ ବିଦ୍ୟାଳୟରେ ଶାରୀରିକ ଶିକ୍ଷା ବିଭାଗରେ (Masters in Physical Education) ଅଧ୍ୟୟନ କରୁଛନ୍ତି । ତାଙ୍କ ସାନ ଭାଇ ଅକ୍ଷିତ କୁମାର ବନ୍ଧୁକ ଚାଳନା ଖେଳାଳି ଅଟନ୍ତି । ସେ ନିକଟରେ ଜାତୀୟସ୍ତରୀୟ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଭାଗ ନେଇଥିଲେ । ତେବେ ନୀତୁ ପୂର୍ବରୁ ମଧ୍ୟ ଅନ୍ତର୍ଜାତୀୟସ୍ତରରେ ଅନେକ ପଦକ ଜିତିଛନ୍ତି । ଏବେ ବିଶ୍ବ ଚାମ୍ପିୟନସିପରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତି ଦେଶର ନାମ ଉଜ୍ବଳ କରିଛନ୍ତି ବୋଲି ତାଙ୍କ ସାନ ଭାଇ ପ୍ରକାଶ କରିଛନ୍ତି ।

ନୀତୁ ଘନଘସଙ୍କ ପୂର୍ବ ରେକର୍ଡ: ବିଶ୍ବ ମହିଳା ବକ୍ସିଂ ଚାମ୍ପିୟନସିପରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ନୀତୁ ଘନଘସଙ୍କ ଘର ହରିୟାଣାର ଭିୱାନୀ ଜିଲ୍ଲା ଅନ୍ତର୍ଗତ ଧନାନା ଗାଁରେ । ପିଲାଟି ଦିନରୁ ବକ୍ସିଂ ପ୍ରତି ତାଙ୍କର ଅହେତୁକ ଆଗ୍ରହ ରହିଥିଲା । ତେବେ ଗତବର୍ଷ ଅର୍ଥାତ ୬ ଅଗଷ୍ଟ ୨୦୨୨ରେ ଆୟରଲାଣ୍ଡର ବର୍ମିଂହାମରେ ଆୟୋଜିତ କମନୱେଲ୍‌ଥ ଗେମ୍ସରେ ମଧ୍ୟ ସେ ଭାଗ ନେଇଥିଲେ । ସେଥିରେ ମଧ୍ୟ ନୀତୁ ଘନଘସ ୪୮ କିଲୋ ଭାର ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ । ୨୦୧୨ ମସିହାରୁ ସେ ବକ୍ସିଂ ଖେଳିବା ଆରମ୍ଭ କରିଥିଲେ ।

ଏହାପରେ ୨୦୧୭ ମସିହାରେ ପ୍ରଥମ ଥର ପାଇଁ IBA ଯୁବ ମହିଳା ବକ୍ସିଂ ପ୍ରତିଯୋଗୀତାରେ ଭାଗ ନେଇ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ । ୨୦୧୬ ମସିହାରେ ଶରୀରରେ ଆଘାତ ଲାଗିଥିବା ସତ୍ତ୍ବେ ସେଥିରୁ ସୁସ୍ଥ ହୋଇ ସେ ୨୦୧୭ରେ ଏହି ପଦକ ଜିତିଥିଲେ । ନୀତୁ IBA ଯୁବ ବକ୍ସିଂ ଚାମ୍ପିୟନସିପ ୨୦୨୨ରେ ବୁଲଜେରିଆରେ ଆୟୋଜିତ ୭୩ ତମ ସରଞ୍ଜା ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣ ପଦକ ନିଜ ନାମରେ କରିଥିଲେ । ଏହା ପୂର୍ବରୁ ୨୦୧୯ରୁ ଲଗାତାର ୨ ବର୍ଷ ପର୍ଯ୍ୟନ୍ତ ତାଙ୍କ କାନ୍ଧରେ ଆଘାତ କାରଣରୁ ସେ ବକ୍ସିଂ ଖେଳ ଠାରୁ ଦୂରରେ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details