ଆମଷ୍ଟେଲଭିନ:ମହିଳା ହକି ବିଶ୍ବକପରେ ଆଜି (ଗୁରୁବାର) ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । ବିଶ୍ବକପ ପୁଲ ବି'ରେ ଭାରତ ଦୁଇଟି ମ୍ୟାଚ ଖେଳି ସାରିଛି । ଆଜି ଅନ୍ତିମ ମ୍ୟାଚରେ ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ଭେଟିବ । ଟେବୁଲ ଟପକୁ ଉଠିବାକୁ ହେଲେ ଦଳକୁ ଆଜିର ମ୍ୟାଚ ଜିତିବାକୁ ହେବ । ପରାଜିତ ହେଲେ ଦଳ କ୍ରସ ଓଭର ଖେଳିବାକୁ ସୁଯୋଗ ହରାଇବ । ତେଣୁ ଭାରତ ପାଇଁ ଆଜିର ମ୍ୟାଚ 'କର ବା ମର' ସଦୃଶ ହୋଇଛି ।
ମହିଳା ହକି ବିଶ୍ବକପ: ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ
ମହିଳା ହକି ବିଶ୍ବକପରେ ଆଜି (ଗୁରୁବାର) ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । ବିଶ୍ବକପ ପୁଲ ବି'ରେ ଭାରତ ଦୁଇଟି ମ୍ୟାଚ ଖେଳି ସାରିଛି । ଅଧିକ ପଢନ୍ତୁ
ପ୍ରଥମ ମ୍ୟାଚରେ ଇଂଲଣ୍ଡ ଓ ଦ୍ବିତୀୟ ମ୍ୟାଚ ଚୀନ ସହ ଖେଳିଥିବା ଭାରତ । ଦୁଇଟି ଯାକ ମ୍ୟାଚରେ ପଏଣ୍ଟ ଭାଗ କରିଛି ଦଳ । ମ୍ୟାଚ ଦୁଇଟି 1-1ରେ ଡ୍ର ହୋଇଛି । ବିଶ୍ବକପ କ୍ବାର୍ଟରେ ପ୍ରବେଶ କରିବାକୁ ଦଳ ପାଇଁ ଦୁଇଟି ବାଟ ଅଛି । ପୁଲ ପର୍ଯ୍ୟାୟରେ ପଏଣ୍ଟ ଟେବୁଲ ଶୀର୍ଷ ସ୍ଥାନ ହାସଲ ଓ ଦ୍ବିତୀୟରେ କ୍ରସ ଓଭର । ଭାରତ ପାଖରେ କ୍ରସ ଓଭର ଖେଳି କ୍ବାର୍ଟରକୁ ଉନ୍ନୀତ ହେବାକୁ ସୁଯୋଗ ରହିଛି ।
ବର୍ତ୍ତମାନ ଭାରତ ପଏଣ୍ଟ ଟେବୁଲ ତୃତୀୟ ସ୍ଥାନରେ ରହିଛି । ଯଦି ଭଲ ଗୋଲ କରି ନ୍ୟୁଜିଲାଣ୍ଡକୁ ପରାସ୍ତ କରେ ତେବେ ଟେବୁଲ ଶୀର୍ଷକୁ ଉଠିବ ଭାରତ । ସେପଟେ ଇଂଲଣ୍ଡ ଓ ଚୀନ ମ୍ୟାଚରେ ଯଦି ଇଂଲଣ୍ଡ ବିଜୟୀ ହୁଏ ତେବେ ଭାରତ କ୍ରସ ଓଭର ଦୌଡରୁ ବାଦ ପଡିବ । ଯଦି ମ୍ୟାଚ ଡ୍ର ହୁଏ ତେବେ କ୍ରସ ଓଭର ଆଶା ଉଜ୍ଜୀବିତ ରହିବ । ଯାହା ବି ହେଉ ଭାରତକୁ ଆଜିର ମ୍ୟାଚ କୌଣସି ପରିସ୍ଥିତିରେ ହେଉ ଜିତିବାକୁ ପଡିବ । ପ୍ରତ୍ୟେକ ଖେଳାଳିଙ୍କୁ ଆଜି ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ ।