ଓଡିଶା

odisha

ETV Bharat / sports

Women's Day Special: ପରାକ୍ରମୀ ଭାରତୀୟ ମହିଳା ଆଥଲେଟ୍‌, ଯାହାଙ୍କ ପ୍ରଦର୍ଶନରେ ବିଶ୍ବ ବିଜେତା ଭାରତ - ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୨

ସମଗ୍ର ବିଶ୍ବ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରୁଛି । ଭାରତ ମଧ୍ୟ ଏହି ଦିନକୁ ଦେଶ ପାଇଁ ମହିଳାଙ୍କ ପ୍ରୟାସ ଓ ଉପଲବ୍ଧିର ସମ୍ମାନ କରିବାକୁ ମହିଳା ଦିବସ ପାଳନ କରିବ । ଭାରତୀୟ ମହିଳା ଖେଳାଳି ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ଦ୍ବାରା ଦେଶକୁ ଗୌରବାନ୍ବିତ କରିଛନ୍ତି । ଆଜି ଆମେ ଏହି ଖେଳାଳିଙ୍କ ଉପରେ ଏକ ନଜର ପକାଇବା, ଯେଉଁମାନେ ଦେଶ ପାଇଁ ଅସାଧାରଣ ପ୍ରଦର୍ଶନ କରି ତ୍ରିରଙ୍ଗାକୁ ସର୍ବାଗ୍ରେ ଉଡାଇଛନ୍ତି । ଅଧିକ ପଢନ୍ତୁ

Women's Day 2022
Women Day: ପରାକ୍ରମୀ ଭାରତୀୟ ମହିଳା ଆଥଲେଟ୍‌, ଯାହାଙ୍କ ପ୍ରଦର୍ଶନରେ ବିଶ୍ବରେ ବିଜେତା ଭାରତ

By

Published : Mar 8, 2022, 6:31 AM IST

Updated : Mar 8, 2022, 2:54 PM IST

ହାଇଦ୍ରାବାଦ: ମହିଳାଟିଏ ଆଜିର ଦିନରେ ଘର କାମ କରିବା ଠାରୁ ସମସ୍ତ କ୍ଷେତ୍ରରେ ନିଜର ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ ନିର୍ବାହ କରୁଛି । ଆଧୁନିକତାର ଯୁଗରେ ମହିଳାମାନେ ସମସ୍ତ ବନ୍ଧନକୁ ପାର୍‌ କରି ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଆଗକୁ ବଢୁଛନ୍ତି ।

ଶିକ୍ଷା ଦ୍ବାରା ଭାରତୀୟ ମହିଳାମାନେ ସମାଜରେ ସାହିତ୍ୟ, ବିଜ୍ଞାନ, ଚିକିତ୍ସା ଓ ଖେଳରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । କ୍ରୀଡା କ୍ଷେତ୍ରରେ ମଧ୍ୟ ଭାରତୀୟ ମହିଳା ଦୁନିଆ ସାମ୍ନାରେ ନିକୁ ପ୍ରମାଣିତ କରିଛନ୍ତି । ଘରୋଇ ଖେଳରୁ ଆଗକୁ ବଢିବା ସହ ବିଶ୍ବତମାମ ପୁରୁଷଙ୍କ ଉପସ୍ଥିତିକୁ ଟକ୍କର ଦେଉଛନ୍ତି । ପ୍ରତ୍ୟେକ ଖେଳରେ ଅଂଶଗ୍ରହଣ କରୁଛନ୍ତି ।

ସୀମିତ ଉପକରଣ ପାଇଁ ଦୁଃଖିତ ହେବା ପରିବର୍ତ୍ତେ ନିଜର ପରିଶ୍ରମ ଓ ସଂଘର୍ଷ ଦ୍ବାରା ସେହି ସମସ୍ତ ଆହ୍ବାନକୁ ପାର୍‌ କରୁଛନ୍ତି, ଯାହାକିଛି ତାଙ୍କର ରାସ୍ତାରେ ବାଧା ହୋଇ ଛିଡା ହେଉଛନ୍ତି । ଆଜି ଆମେ ଆପଣଙ୍କୁ ଖେଳ ଜଗତର ସେହି ସଫଳ ମହିଳା ଖେଳାଳିଙ୍କ ବିଷୟରେ କହିବୁ, ଯେଉଁମାନେ ନା କେବଳ ଭାରତରେ ଏକ ପ୍ରେରଣାର ଉତ୍ସ ହେବାର ଭୂମିକା ନିଭାଇଛନ୍ତି, ବରଂ ସମଗ୍ର ବିଶ୍ବରେ ଭାରତର ନାମ ଉଚ୍ଚା କରିଛନ୍ତି ।

ମିତାଲି ରାଜ (କ୍ରିକେଟର)

ମିତାଲି ଦୋରାଇ ରାଜ, ଭାରତର ସର୍ବଶ୍ରେଷ୍ଠ ମହିଳା ବ୍ୟାଟ୍‌ର । ମିତାଲିଙ୍କ ଘର ରାଜସ୍ଥାନର ଯୋଧପୁରରେ । ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର କ୍ୟାରିଅର ପ୍ରାୟ ଦୁଇ ଦଶକ ଲମ୍ବା ଓ ଅସଂଖ୍ୟ ଉପଲବ୍ଧିପୂର୍ଣ୍ଣ । ୩୯ ବର୍ଷୀୟା ଏହି ବ୍ୟାଟ୍‌ର ଭାରତର ଏକମାତ୍ର ଏପରି କ୍ୟାପଟେନ, ଯିଏ ଟିମକୁ ଦୁଇଟି ୫୦ ଓଭର ବିଶ୍ବକପର ଫାଇନାଲରେ ପହଞ୍ଚାଇଛନ୍ତି ।

ମିତାଲି ରାଜ

ମିତାଲି ରାଜ ମହିଳା ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ଖେଳାଳି । ମହିଳା ଏକଦିବସୀୟ ମ୍ୟାଚ୍‌ରେ ୭,୦୦୦ ରନ୍‌ ପାର୍‌ କରିଥିବା ବିଶ୍ବର ଏକମାତ୍ର ମହିଳା କ୍ରିକେଟର ରହିଛନ୍ତି ମିତାଲି । ଏକଦିବସୀୟ କ୍ରିକେଟରେ ଲଗାତାର ୭ଟି ଅର୍ଦ୍ଧଶତକୀୟ ଇଂନିସ ଖେଳିଥିବା ପ୍ରଥମ ଖେଳାଳି ହେବାର ରେକର୍ଡ କରିଛନ୍ତି ଏହି ଭେଟେରାନ ଭାରତୀୟ ମହିଳା କ୍ରିକେଟର ।

ସୂଚନାଯୋଗ୍ୟ ଯେ, ଜୁନ୍‌ ୨୦୧୮ରେ ମହିଳା ଟି-୨୦ ଏସିଆ କପ୍‌ ୨୦୧୮ ସମୟରେ ସେ ଟି-୨୦ରେ ଦୁଇ ହଜାର ରନ୍ ସଂଗ୍ରହକାରୀ ଭାରତର ପ୍ରଥମ ଖେଳାଳି ହୋଇଥିଲେ । ସେପ୍ଟେମ୍ବର ୨୦୧୯ରେ ମିତାଲି, ୫୦ ଓଭର ଫର୍ମାଟରେ ଧ୍ୟାନ କେନ୍ଦ୍ରୀତ କରିବାପାଇଁ ଟି-୨୦ କ୍ରିକେଟରୁ ବିଦାୟ କହିଥିଲେ । ମିତାଲି ରାଜଙ୍କୁ ଭାରତ ସରକାର ବର୍ଷ ୨୦୦୩ରେ ଅର୍ଜୁନ ପୁରସ୍କାର, ୨୦୧୫ରେ ପଦ୍ମଶ୍ରୀ ଓ ୨୦୨୧ରେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ସମ୍ମାନରେ ସମ୍ମାନୀତ କରିଛନ୍ତି । ବର୍ଷ ୨୦୧୭ରେ ବିଶ୍ବର ଶ୍ରେଷ୍ଠ ୱିସଡେନ ମହିଳା କ୍ରିକେଟର ହୋଇଥିଲେ ମିତାଲି ।

ପିଭି ସିନ୍ଧୁ (ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି)

ହାଇଦ୍ରାବାଦରେ ଜନ୍ମିତ ପର୍ସୁଳା ଭେଙ୍କଟ ସିନ୍ଧୁ, ପିଭି ସିନ୍ଧୁଙ୍କ ନାମରେ ପରିଚିତ । ଭାରତୀୟ ଆଥଲେଟ୍‌ଙ୍କ ମଧ୍ୟରେ ସିନ୍ଧୁ, ସର୍ବଶ୍ରେଷ୍ଠ ଭାରତୀୟ ଆଥଲେଟ୍‌ଙ୍କ ମଧ୍ୟରୁ ଅନ୍ୟତମ । ସିନ୍ଧୁ ଅଲମ୍ପିକ ସହିତ ଅନେକ ଅନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟରେ ଭାରତର ରାଷ୍ଟ୍ରୀୟ ଧ୍ବଜ ଉଡାଇଛନ୍ତି । ସେ ବ୍ୟାଡମିଣ୍ଟନ ବିଶ୍ବ ଚାମ୍ପିୟନ ହୋଇଥିବା ଏକମାତ୍ର ଭାରତୀୟ ଖେଳାଳି ଓ ଅଲମ୍ପିକ ଖେଳରେ ଲଗାତାର ଦୁଇଟି ପଦକ ଜିତିଥିବା ଭାରତର ଦ୍ବିତୀୟ ବ୍ୟକ୍ତିଗତ ଆଥଲେଟ୍‌ ରହିଛନ୍ତି ।

ପିଭି ସିନ୍ଧୁ

ସର୍ଟଲର ପିଭି ସିନ୍ଧୁ ବର୍ଷ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସୀୟ କ୍ରୀଡାରେ ରୌପ୍ୟ ପଦକ ଜିତିଥିଲେ । ଏଥିସହ ଉବର କପ୍‌ରେ ଦୁଇଟି କାଂସ୍ୟ ପଦକ ଜିତିଥିଲେ । ସିନ୍ଧୁଙ୍କୁ ଏହାପୂର୍ବରୁ ଅର୍ଜୁନ ପୁରସ୍କାର ଓ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନରେ ସମ୍ମାନିତ କରାଯାଇସାରିଛି । କେବଳ ସେତିକି ନୁହେଁ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି । ତାଙ୍କୁ ପଦ୍ମଭୁଷଣରେ ସମ୍ମାନ ମଧ୍ୟ ମିଳିଛି ।

ମେରୀ କମ୍‌ (ବକ୍ସର)

ଭାରତୀୟ ବକ୍ସିଂକୁ ଶିଖରରେ ପହଞ୍ଚାଇବାକୁ ମେରୀକମଙ୍କୁ ଅନେକ ଆହ୍ବାନର ସାମ୍ନା କରିବାକୁ ପଡିଛି । ପ୍ରତିଥର ଯେବେ ସେ ରିଙ୍ଗ୍‌ରେ ପ୍ରବେଶ କରନ୍ତି କେବଳ ବିଜୟ ଲକ୍ଷ୍ୟ ନେଇ ଯାଇଥାନ୍ତି । ଅନ୍ତର୍ଜାତୀୟ ସ୍ତରରେ ସେ ବର୍ଷ ୨୦୦୧ରେ ବିଶ୍ବ ବକ୍ସିଂ ଚାମ୍ପିୟନସିପରେ ରୌପ୍ୟ ପଦକ ଜିତି ନିଜ କ୍ୟାରିୟରର ଦମଦାର ଆରମ୍ଭ କରିଥିଲେ । ଏହାପରେ ମେରୀ ବର୍ଷ ୨୦୦୨ରେ ସ୍ବର୍ଣ୍ଣ ପଦକ ବିଜୟିନୀ ରହିଥିଲେ ।

ମେରୀ କମ୍‌

ପ୍ରତିଯୋଗିତା ଇତିହାସରେ ମେରୀ କମ ସବୁଠୁ ସଫଳ ମହିଳା ବକ୍ସର । ମହିଳା ଓ ପୁରୁଷ ବକ୍ସରଙ୍କ ମଧ୍ୟ ତାଙ୍କର ପଦକସଂଖ୍ୟା ସର୍ବାଧିକ, ଏଯାବତ ସେ ନିଜ ନାମରେ ୮ଟି ପଦକ କରିସାରିଛନ୍ତି । ତେବେ ଭାରତୀୟ ବକ୍ସିଂର ସେତେବେଳେ ସବୁଠୁ ମହତ୍ତ୍ବପୂର୍ଣ୍ଣ ବିଜୟ ହୋଇଥିଲା, ଯେବେ ସେ ବର୍ଷ ୨୦୧୨ରେ ଲଣ୍ଡନ ଅଲମ୍ପିକ୍‌ସରେ କାଂସ୍ୟ ପଦକ ଜିତିଲେ ।

ମେରୀ କମ୍‌ ବର୍ଷ ୨୦୧୪ରେ ଏସୀୟ ଖେଳରେ ସ୍ବର୍ଣ୍ଣ ପଦକ ଓ ୨୦୧୮ ରାଜ୍ୟଗୋଷ୍ଠୀ ଖେଳରେ ସ୍ବର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ବକ୍ସର ହେବାର ଗୌରବ ଅର୍ଜନ କରିଛନ୍ତି । ପାଞ୍ଚଥର ଏସୀୟ ଚାମ୍ପିୟନ ରହିସାରିଛନ୍ତି ।

ଅବନୀ ଲେଖାରା (ପାରାଲମ୍ପିଆନ)

ଅବନୀ ଲେଖାରା ଭାରତର ସଫଳ ପାରାଲମ୍ପିଆନଙ୍କ ମଧ୍ୟରୁ ଅନ୍ୟତମ । ବର୍ତ୍ତମାନର ମହିଳା ୧୦ ମିଟର ଏୟାର ରାଇଫଲରେ SH1 ବର୍ଗରେ ବିଶ୍ବ ନମ୍ବର ୨ ରହିଛନ୍ତି । ଅବନୀ ଅନେକ ସମ୍ମାନଜନକ ପ୍ରତିଯୋଗିତାରେ ଐତିହାସିକ ପ୍ରଦର୍ଶନ ସହ ଦେଶପାଇଁ ଗୌରବ ଆଣିଛନ୍ତି ।

ଅବନୀ ଲେଖାରା

ଅବନୀ ଟୋକିଓ ପାରାଲମ୍ପିକ୍ ୨୦୨୦ରେ ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂରେ ସ୍ବର୍ଣ୍ଣ ପଦକ ଓ ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ କାଂସ୍ୟ ପଦକ ଜିତିଛନ୍ତି । ପାରାଲମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ହେଉଛନ୍ତି ଅବନୀ ।

ଗ୍ରୀଷ୍ମକାଳୀନ ପାରାଲମ୍ପିକ୍‌ ୨୦୨୦ରେ ସେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲ ଇଭେଣ୍ଟରେ ୨୪୯.୬ ପଏଣ୍ଟ ସ୍କୋର ସହ ଯୁବ ସୁଟର ନୂଆ ପାରାଲମ୍ପିକ ରେକର୍ଡ କରିଥିଲେ । ଏଥିସହ ବିଶ୍ବରେକର୍ଡର ମଧ୍ୟ ବନାଇଥିଲେ । ଭାରତ ସରକାରଙ୍କ ଦ୍ବାରା ବର୍ଷ ୨୦୨୧ରେ ଖେଳ ରତ୍ନ ପୁରସ୍କାର ଓ ବର୍ଷ ୨୦୨୨ରେ ପଦ୍ମ ଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି ।

ମୀରାବାଇ ଚାନୁ (ଭାରୋତ୍ତୋଳନକାରୀ)

ଟୋକିଓ ଅଲମ୍ପିକରେ ଭାରତର ଅଭିଯାନ ଦମଦାର ରହିଥିଲା । ମଣିପୁରର ଭାରୋତ୍ତୋଳନକାରୀ ୪୯ କିଲୋଗ୍ରାମ ବର୍ଗରେ ୨୦୨ କିଲୋଗ୍ରାମ(୮୭+୧୧୫) (ସ୍ନାଚ ଓ କ୍ଳିନ ଜର୍କ ବର୍ଗରେ) ଭାର ଉଠାଇ ପ୍ରଥମ ଦିନରେ ଭାରତକୁ ରୌପ୍ୟ ପଦକ ଭେଟି ଦେଇଥିଲେ । ମୀରାବାଇ ବିଶ୍ବ ଚାମ୍ପିୟନସିପ ସହିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

ଅବନୀ ଲେଖାରା

ଏହି ସଫଳ ମହିଳା କ୍ରୀଡାବିତ୍‌ ଭିଡକୁ ପାର୍‌ କରି ନିଜକୁ ପ୍ରମାଣିତ କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 8, 2022, 2:54 PM IST

ABOUT THE AUTHOR

...view details