ଓଡିଶା

odisha

ETV Bharat / sports

Womens Asian Champions Trophy: ବନ୍ଦନାଙ୍କ ଡବଲ ଗୋଲ, 5-0ରେ ହାରିଲା ମାଲେସିଆ - ଭାରତ ବନାମ ମାଲେସିଆ

ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଭାରତ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି । ମାଲେସିଆକୁ 5-0 ଗୋଲରେ ପରାସ୍ତ କରିଛି ଭାରତୀୟ ମହିଳା ହକି ଦଳ । ଅଧିକ ପଢନ୍ତୁ

India vs Malaysia
Womens Asian Champions Trophy

By ETV Bharat Odisha Team

Published : Oct 29, 2023, 10:15 AM IST

ରାଞ୍ଚି:ଝାଡ଼ଖଣ୍ଡରେ ଚାଲିଥିବା ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଭାରତୀୟ ମହିଳା ହକି ଦଳ ବିଜୟଧାରା ଜାରି ରଖିଛି । ପ୍ରଥମ ମ୍ୟାଚରେ ଥାଇଲାଣ୍ଡକୁ ପରାସ୍ତ କରିବା ପରେ ଦ୍ବିତୀୟ ମ୍ୟାଚରେ ମାଲେସିଆକୁ ମାତ ଦେଇଛି ସବିତା ପୁନିଆଙ୍କ ନେତୃତ୍ବାଧୀନ ଭାରତ । ଘରୋଇ ମୈଦାନରେ ମାଲେସିଆକୁ 5-0 ଗୋଲରେ ପରାସ୍ତ କରିଛି ଦଳ । ଫରୱାର୍ଡ ଖେଳାଳି ବନ୍ଦନା କଟ୍ଟାରିଆ 2ଟି ଗୋଲ ସ୍କୋର କରି ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଏହା ବି ପଢନ୍ତୁ...World Cup 2023: ଆଜି ଭାରତ-ଇଂଲଣ୍ଡ ଲଢେଇ, ବିଜୟଧାରା ବଜାୟ ଲକ୍ଷ୍ୟରେ ରୋହିତ ସେନା

ମ୍ୟାଚ ଆରମ୍ଭରୁ ଶେଷ ଯାଏ ଆଧିପତ୍ୟ ବିସ୍ତାର କରିଥିଲା ଭାରତ । ମ୍ୟାଚର 7ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲା ଭାରତ । ବନ୍ଦନା କଟ୍ଟାରିଆ ଏହି ଗୋଲ କରିଥିଲେ । ମାଲେସିଆ ଗୋଲ ପରିଶୋଧ କରିବାକୁ ପ୍ରାୟ କରିଥିଲ ମାତ୍ର ଭାରତୀୟ ଖେଳାଳି ସୁଯୋଗ ଦେଇନଥିଲେ । 21ତମ ମିନିଟରେ ବନ୍ଦନା କଟ୍ଟାରିୟା ଆଉ ଏକ ଗୋଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଙ୍ଗୀତା କୁମାର 28ତମ ମିନିଟ, ଲାଲରେମସିଆମି ଓ ଜ୍ୟୋଜି ଗୋଟିଏ ଲେଖାଏଁ ଗୋଲ କରିଥିଲେ । ଶେଷ ପର୍ଯ୍ୟନ୍ତ ମାଲେସିଆ ଖାତା ଖୋଲି ପାରିନଥିଲା । ଭାରତ ଏକତରଫା ବିଜୟ ହାସଲ କରି ନେଇଥିଲା । ଭାରତ 2ଟି ମ୍ୟାଚ ଜିତି 6 ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛି ।

ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଥିବା ବନ୍ଦନା କହିଛନ୍ତି, ଦଳ ପାଇଁ ଜିତିବା ଗୁରୁତ୍ବପୂର୍ଣ୍ଣ । ଦଳ ପାଇଁ ଏହା ସବୁ ହୋଇଛି । କଠିନ ପରିଶ୍ରମ କରିବା ଅଧିକ ଗୁରୁତ୍ବପୂର୍ଣ୍ଣ । ଲୋକଙ୍କ ସମର୍ଥନ ମିଳୁଛି ଦଳ ପକ୍ଷରୁ ସବୁ ଫ୍ୟାନ୍ସଙ୍କୁ ଧନ୍ୟବାଦ ।'' ସେହିପରି ଚୀନ ଓ ଥାଇଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚରେ 6-0 ଗୋଲରେ ପରାସ୍ତ ହୋଇଛି ଥାଇଲାଣ୍ଡ ।

ଏହା ବି ପଢନ୍ତୁ...Hockey womens asian champions trophy: 20 ଜଣିଆ ଦଳ ଘୋଷଣା, ଦୀପଗ୍ରେସ ଉପଅଧିନାୟିକା

ପ୍ରକାଶ ଥାଉ କି, ଗତ 27 ତାରଖରୁ ଭାରତ ରାଞ୍ଚିରେ ମହିଳା ଏସିଆନ ଚମ୍ପିଆନ୍ସ ଟ୍ରଫି ଆରମ୍ଭ ହୋଇଛି । ଏହି ପ୍ରତିଯୋଗିତାରେ 6ଟି ଦେଶ ଭାଗ ନେବେ । ଏଥିରେ ଭାରତୀୟ ମହିଳା ହକି ଦଳ ତାର ପ୍ରଥମ ମୁକାବିଲାରେ ଥାଇଲାଣ୍ଡକୁ ଭେଟିଥିଲା । ଏଥିରେ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ଥାଇଲାଣ୍ଡକୁ 7-1 ଗୋଲରେ ପରାସ୍ତ କରିଥିଲା । ସଙ୍ଗୀତା କୁମାର ହ୍ୟାଟ୍ରିକ୍‌ ଗୋଲ କରିଥିଲେ । ଏହାପରେ ଦ୍ବିତୀୟ ମ୍ୟାଚରେ ମାଲେସିଆ ବିପକ୍ଷରେ ବିଜୟ ହାସଲ କରି ବିଜୟଧାରା ଜାରି ରଖିଛି । ଆସନ୍ତାକାଲି(ସୋମବାର) ଚୀନ ବିପକ୍ଷରେ ଖେଳିବ ଭାରତ । ନଭେମ୍ବର 5 ତାରିଖ ଯାଏ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ ।

ABOUT THE AUTHOR

...view details