ଓଡିଶା

odisha

ETV Bharat / sports

ମହିଳା ହକି ଟେଷ୍ଟ ସିରିଜ, ଭାରତୀୟ ମହିଳା ହକି ଦଳର ହ୍ୟାଟ୍ରିକ ବିଜୟ

ମହିଳା ହକି ଟେଷ୍ଟ ସିରିଜରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଗାତାର ତୃତୀୟ ବିଜୟ ହାସଲ କରିଛି ଭାରତ । ଅଧିକ ପଢନ୍ତୁ

women hockey test series
ମହିଳା ହକି ଟେଷ୍ଟ ସିରିଜ, ଭାରତୀୟ ମହିଳା ହକି ଦଳର ହ୍ୟାଟ୍ରିକ ବିଜୟ

By

Published : Jan 20, 2023, 9:37 AM IST

କେପଟାଉନ:ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ମହିଳା ହକି ଟେଷ୍ଟ ସିରିଜରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଲଗାତାର ବିଜୟ ହାସଲ କରିଛି ଭାରତ । ପ୍ରଥମ ଓ ଦ୍ବିତୀୟ ମୁକାବିଲା ପରେ ଗୁରୁବାର ଖେଳାଯାଇଥିବା ତୃତୀୟ ମୁକାବିଲାରେ ମଧ୍ୟ ଭାରତ ବିଜୟ ହାସଲ କରିଛି । 4-0 ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟେଷ୍ଟ ସିରିଜ ହାତେଇଛି ଭାରତ । 4 ମ୍ୟାଚ ବିଶିଷ୍ଟ ସିରିଜର 3ଟି ମ୍ୟାଚ ଜିତି 3-0ରେ ଆଗୁଆ ରହିଛି ଭାରତୀୟ ମହିଳା ହକି ଦଳ ।

ତୃତୀୟ ମ୍ୟାଚରେ 4ଟି କ୍ବାର୍ଟରରେ ଭାରତ ତାର ଆଧିପତ୍ୟ ବିସ୍ତାର କରିଥିଲା । ସବିତା ପୁନିଆଙ୍କ ନେତୃତ୍ବରେ ଖେଳୁଥିବା ମହିଳା ହକି ଦଳ ଦକ୍ଷିଣ ଆଫ୍ରିକାକୁ ଘାଇଲା କରିଥିଲା । ଗୋଟିଏ ବି ଗୋଲ କରିବାରେ ସଫଳ ହୋଇଥିଲା ଦକ୍ଷିଣ ଆଫ୍ରିକା । ରାନୀ ରାମପାଲ ପ୍ରଥମ କ୍ବାର୍ଟର ଦ୍ବିତୀୟ ମିନିଟରେ ଭାରତ ପାଇଁ ପ୍ରଥମ ଗୋଲ କରିଥିଲେ । ଦ୍ବିତୀୟ କ୍ବାର୍ଟରରେ ଆକ୍ରମଣତ୍ମକ ଖେଳ ପ୍ରଦର୍ଶନ କରି 18 ମିନିଟରେ ଦୀପ ଗ୍ରେସ ଏକ୍କା ପେନାଲ୍ଡି କର୍ଣ୍ଣରକୁ ଗୋଲରେ ପରିବର୍ତ୍ତନ କରିଥିଲେ ।

ଏହା ପରେ ବନ୍ଦନା କଟାରିଆ 20 ମିନିଟରେ ତୃତୀୟ ଗୋଲ କରିଥିଲେ । ଗୋଲ ପରିଶୋଧ କରିବାକୁ ସୁଯୋଗ ଖୋଜୁଥିବା ଦକ୍ଷିଣ ଆଫ୍ରିକା ବିଫଳ ହୋଇଥିଲା । ତୃତୀୟ କ୍ବାର୍ଟରରେ ଦକ୍ଷିଣ ଆଫ୍ରିକା କମବ୍ୟାକ କରିଥିଲା । ମାତ୍ର ଭାରତୀୟ ଖେଳାଳିଙ୍କ ଆକାଟରେ ସବୁ ଫେଲ ମାରିଥିଲା । ଯୁବା ଖେଳାଳି ସଙ୍ଗୀତା କୁମାରୀ 46 ମିନିଟରେ ଆଉ ଏକ ଗୋଲ କରି ଦଳକୁ ମଜବୁତ କରିଥିଲେ ।

4ର୍ଥ କ୍ବାର୍ଟର ସୁଦ୍ଧା ଭାରତ 4-0 ଗୋଲରେ ବିଜୟ ହାସଲ କରିଥିଲା । ଲଗାତର 3ଟି ବିଜୟ ସହ ଭାରତ ସିରିଜ ଜିତି ସାରିଛି । 22 ତାରିଖରେ ଆଉ ଏକ ମ୍ୟାଚ ଅଛି । ଭାରତ ଉକ୍ତ ମ୍ୟାଚ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି । ବିଶ୍ବ ତାଲିକାରେ ଭାରତୀୟ ମହିଳା ଦଳ 8 ନମ୍ବର ସ୍ଥାନରେ ରହିଛି ।

ଏହା ବି ପଢନ୍ତୁ...Hockey World Cup: ୱେଲ୍ସ ବିପକ୍ଷରେ ବିଜୟ ପରେ ଭାରତର ସେଲିବ୍ରେସନ

ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭାରତ 5-0 ଗୋଲରେ ପରାସ୍ତ କରିଥିଲା । 4ଟି ଯାକ କ୍ବାର୍ଟରରେ ଭାରତର ଆଧିପତ୍ୟ ଦେଖିବାକୁ ମିଳିଥିଲା । 6 ମାସ ପରେ ଦଳକୁ ଫେରିଥିବା ରାନୀ ରାମପାଲ 12ତମ ମିନିଟରେ ଗୋଟିଏ ଗୋଲ କରିଥିଲେ । ଭାରତୀୟ ଖେଳାଳି ଆକ୍ରମଣତ୍ମକ ପ୍ରଦର୍ଶନ କରିଥିଲେ । ଦକ୍ଷିଣ ଆଫ୍ରିକାକୁ ସୁଯୋଗ ଦେଇନଥିଲେ ଭାରତୀୟ ଖେଳାଳି । 5-0ରେ ବିଜୟ ହାସଲ କରିଥିଲା ଭାରତ । ସେହିପରି ଦ୍ବିତୀୟ ମୁକାବିଲାରେ ମଧ୍ୟର ପର୍ଦଶନ ସମାନ ରହିଥିଲା । 7-0ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଲଗାତର ଦ୍ବିତୀୟ ବିଜୟ ହାସଲ କରିଥିଲା ।

ABOUT THE AUTHOR

...view details