ନୂଆଦିଲ୍ଲୀ:ଭାରତୀୟ ଅଲମ୍ପିକ ଆସୋସିଏସନ ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅଲମ୍ପିକ ଆସୋସିଏସନ ଅଫିସ ସୋମବାର ଠାରୁ ଖୋଲିବା ପାଇଁ ଅନୁମତି ପ୍ରଦାନ କରିବାକୁ ଚିଠି ଲେଖିଛି ।
ଆଗାମୀ ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ ଟିମର ଆବଶ୍ୟକୀୟ ତଥ୍ୟ ଅପଲୋଡ କରିବାକୁ ଅଫିସ କାର୍ଯ୍ୟକ୍ଷମ ହେବା ଜରୁରୀ ।
ଜାତୀୟ ରାଜଧାନୀ ଦିଲ୍ଲୀ ଏପ୍ରିଲ 19ରୁ ଲକଡାଉନରେ ରହିଛି । କୋରୋନାର ଦ୍ବିତୀୟ ଲହରରେ କୋଭିଡ-19 ସଂକ୍ରମଣ ସଂଖ୍ୟାରେ ବିସ୍ଫୋରଣ ହେବାପରେ ଦିଲ୍ଲୀ ସରକାର ଲକଡାଉନ ନିଷ୍ପତ୍ତି ନେଇଥିଲେ । ଫଳରେ ସହରର ସ୍ବାସ୍ଥ୍ୟଭିତ୍ତିଭୂମି ପ୍ରତି ଆହ୍ବାନ ସହ ଶ୍ମସାନସ୍ଥଳରେ ଅସମ୍ଭାଳ ଭିଡ ହୋଇଥିଲା ।