ୱାସିଂଟନ: ବିଶ୍ବ କ୍ରୀଡାର ମହାକୁମ୍ଭ, ଅଲମ୍ପିକ୍ସ ଇତିହାସରେ ପ୍ରଥମ ଥର ସ୍ଥଗିତ ହୋଇଛି । ଅଲମ୍ପିକ୍ସ ଗେମ୍ସ-2020। କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ, ଜୁଲାଇ 24ରୁ ଆରମ୍ଭ ହେବାକୁ ଥିବା ଏହି ଟୋକିଓ ଅଲମ୍ପିକ୍ସକୁ ଆସନ୍ତାବର୍ଷ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ଏହି ନିଷ୍ପତିକୁ ସ୍ବାଗତଯୋଗ୍ୟ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ଇତିହାସରେ ପ୍ରଥମଥର ସ୍ଥଗିତ ଅଲମ୍ପିକ୍ସ ଗେମ୍, ନିଷ୍ପତିକୁ ଟ୍ରମ୍ପଙ୍କ ସ୍ବାଗତ - ଅନ୍ତର୍ଜାତୀୟ ଅଲମ୍ପିକ କମିଟି
ବିଶ୍ବ କ୍ରୀଡାର ମହାକୁମ୍ଭ, ଅଲମ୍ପିକ୍ସ ଇତିହାସରେ ପ୍ରଥମ ଥର ସ୍ଥଗିତ ହୋଇଛି । ଅନ୍ତର୍ଜାତୀୟ ଅଲମ୍ପିକ କମିଟି (IOC) ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଏହି ନିଷ୍ପତିକୁ ସ୍ବାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଅଧିକ ପଢନ୍ତୁ...
![ଇତିହାସରେ ପ୍ରଥମଥର ସ୍ଥଗିତ ଅଲମ୍ପିକ୍ସ ଗେମ୍, ନିଷ୍ପତିକୁ ଟ୍ରମ୍ପଙ୍କ ସ୍ବାଗତ Donald Trump on Olympics postpone](https://etvbharatimages.akamaized.net/etvbharat/prod-images/768-512-6544986-thumbnail-3x2-wc.jpeg)
2021 ପର୍ଯ୍ୟନ୍ତ ଅଲମ୍ପିକ୍ସ ଗେମ୍ସକୁ ସ୍ଥଗିତ ରଖାଯାଇଛି । ଅନ୍ତର୍ଜାତୀୟ ଅଲମ୍ପିକ କମିଟି (IOC) ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ନିଷ୍ପତିକୁ ସ୍ବାଗତ କରିଛନ୍ତି ଟ୍ରମ୍ପ । ଏଥିସହିତ ସିଞ୍ଜୋ ଆବେଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ପୂର୍ବରୁ ଅଲମ୍ପିକ୍ସ ଗେମକୁ ସ୍ଥଗିତ ରଖିବାକୁ ମତ ରଖିଥିଲେ ଡୋନାଲ୍ଡ ଟ୍ରମ୍ପ ।
2020 ଟୋକିଓ ଅଲମ୍ପିକ୍ସ ଜୁଲାଇ 24ରୁ ଅଗଷ୍ଟ 9 ପର୍ଯ୍ୟନ୍ତ ଓ ପାରାଅଲମ୍ପିକ୍ସ ଅଗଷ୍ଟ 26ରୁ ସେପ୍ଟେମ୍ବର 6 ପର୍ଯ୍ୟନ୍ତ ହେବାନେଇ ସୂଚୀ ରହିଥିଲା । ତେବେ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ପରେ ଆନୁଷ୍ଠାନିକ ଭାବେ ଟୋକିଓ ଗେମ୍ସକୁ 2021 ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କରାଯାଇଛି।