ଓଡିଶା

odisha

ETV Bharat / sports

ଆଜିଠୁ ବେଜିଂରେ ଶୀତକାଳୀନ ଅଲମ୍ପିକ୍ସ: ଭାଗ ନେବେନି ଭାରତୀୟ ରାଷ୍ଟ୍ରଦୂତ - ଆଜିଠୁ ବେଜିଂର ଶୀତକାଳୀନ ଅଲମ୍ପିକ୍ସ

ଆଜିଠୁ ଚୀନର ରାଜଧାନୀ ବେଜିଂରେ ଆରମ୍ଭ ହେଉଛି ଶୀତକାଳୀନ ଅଲମ୍ପିକ୍ସ କ୍ରୀଡା ୨୦୨୨ । ୯୧ ଟି ଦେଶରୁ ପାଖାପାଖି ୩୦୦୦ କ୍ରୀଡାବିତ ଏଥିରେ ଭାଗ ନେଇଛନ୍ତି । ଅଧିକ ପଢନ୍ତୁ

ଆଜିଠୁ ବେଜିଂର ଶୀତକାଳୀନ ଅଲମ୍ପିକ୍ସ
ଆଜିଠୁ ବେଜିଂର ଶୀତକାଳୀନ ଅଲମ୍ପିକ୍ସ

By

Published : Feb 4, 2022, 8:29 AM IST

ବେଜିଂ: ଆଜିଠୁ ଚୀନର ରାଜଧାନୀ ବେଜିଂରେ ଆରମ୍ଭ ହେଉଛି ଶୀତକାଳୀନ ଅଲମ୍ପିକ୍ସ କ୍ରୀଡା ୨୦୨୨ (Winter Beijing Olympics 2022 )। ୯୧ ଟି ଦେଶରୁ ପାଖାପାଖି ୩୦୦୦ କ୍ରୀଡାବିତ ଏଥିରେ ଭାଗ ନେଇଛନ୍ତି । ଚୀନ ରାଷ୍ଟ୍ରପତି ଜିନପିଙ୍ଗ କ୍ରୀଡାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୦ତାରିଖରେ ଏହା ଉଦଯାପିତ ହେବ ।

ବେଜିଂ ନ୍ୟାସନାଲ ଷ୍ଟାଡିୟମରେ ଭଭୟ ଉଦଘାଟନୀ ଓ ଉଦଯାପନୀ ଉତ୍ସବ ଆୟୋଜିତ ହେବ । ଉଦଘାଟନୀରେ ଯୋଗ ଦେବେନି ଭାରତୀୟ ରାଷ୍ଟ୍ରଦୂତ । ଏହି କ୍ରୀଡାର ସ୍ଲୋଗାନ ରହିଛି 'ଟୁଗେଦର ଫର ଏ ସେୟାର୍ଡ ଫ୍ୟୁଚର' ବା ଏହାକୁ ଆମେ ଏକ ଭାଗିଦାରୀ ଭବିଷ୍ୟତ ପାଇଁ ଏକତ୍ରିତ ବୋଲି କହି ପାରିବା । ବିଭିନ୍ନ କାରଣରୁ ଏଥର ଶୀତକାଳୀନ ଅଲିମ୍ପିକ୍ସ କ୍ରୀଡା ବିବାଦରେ ରହିଛି । ଚୀନରେ ମାନବଧିକାର ଉଲ୍ଲଂଘନ ହେଉଥିବା ଦର୍ଶାଇ କିଛି ରାଷ୍ଟ୍ର କ୍ରୀଡାକୁ କୂଟନୈତିକ ସ୍ତରରେ ବୟକଟ କରିଛନ୍ତି । ଏଥିରେ ୯୧ଟି ଦେଶର ୨,୮୭୧ ଆଥଲେଟ (1,581 ପୁରୁଷ ଓ ୧,୨୯୦ ମହିଳା) ଅଂଶଗ୍ରହଣ କରୁଛନ୍ତି । ୭ଟି କ୍ରୀଡାରେ (୧୫ ବିଭାଗ)ର ୧୦୯ଟି ଇଭେଣ୍ଟ ଅନୁଷ୍ଠିତ ହେବ ।

ଏହା ବି ପଢନ୍ତୁ...ଶୀତ ଅଲମ୍ପିକ୍ସର ରାଜନୀତିକରଣ କରିଛି ଚୀନ, ଉଦଘାଟନୀ ଓ ଉଦଯାପନୀ ଉତ୍ସବ ବର୍ଜନ କଲା ଭାରତ

ଆମେରିକା ସମେତ ଆଷ୍ଟ୍ରେଲିଆ, ବେଲଜିୟମ, କାନାଡା ଓ ଗ୍ରେଟ ବ୍ରିଟେନ ପ୍ରଭୃତି ଦେଶ କ୍ରୀଡାକୁ କ୍ରୀଡାବିତ ପଠାଇବେ ହେଲେ କୌଣସି କୂଟନୈତିକ ପ୍ରତିନିଧି ଉଦଘାଟନୀ କିମ୍ବା ଉଦଯାପନୀ ଉତ୍ସବରେ ସାମିଲ ହେବେ ନାହିଁ । ଭାରତ ମଧ୍ୟ ସମାନ ପଥରେ ରହିଛି । ବିବାଦୀୟ ଭାରତ-ଚୀନ ସୀମାରେ ଚୀନ କ୍ରୀଡାର ମଶାଲ ଯାତ୍ରା ଆୟୋଜନ କରିଥିଲା । ଯାହାକୁ ଭାରତ ତୀବ୍ର ନିନ୍ଦା କରିଛି । ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ସୀମାରେ ଚୀନର ଏହି କାର୍ଯ୍ୟ ଅଲିମ୍ପିକ୍ସକୁ ରାଜନୈତିକ ରୂପ ଦେଇଛି । ଏହାକୁ ଆମେ ବିରୋଧ କରୁଛୁ ।

ABOUT THE AUTHOR

...view details