ଓଡିଶା

odisha

ETV Bharat / sports

ଯେଉଁମାନେ ରାଜନୀତି କରିବାକୁ ଚାହୁଁଛନ୍ତି କରନ୍ତୁ: WFI ଅଧ୍ୟକ୍ଷ

WFI President Sanjay Singh: ସାକ୍ଷୀ ମଲିକ କୁସ୍ତି ଛାଡ଼ିବା ଓ ବଜରଙ୍ଗ ପୁନିଆ ନିଜ ପଦ୍ମଶ୍ରୀ ସମ୍ମାନ ଫେରାଇବାକୁ ନେଇ ମନ୍ତବ୍ୟ ରଖିଛନ୍ତି ନବ ନିର୍ବାଚିତ WFI ଅଧ୍ୟକ୍ଷ ସଞ୍ଜୟ ସିଂହ । ଯେଉଁମାନେ ରାଜନୀତିକୁ ଆସିବାକୁ ଚାହୁଁଛନ୍ତି, ସେମାନେ ଏହା କରିବା ପାଇଁ ସ୍ବାଧୀନ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

WFI President Sanjay Singh
WFI President Sanjay Singh

By ETV Bharat Odisha Team

Published : Dec 24, 2023, 6:24 AM IST

ନୂଆଦିଲ୍ଲୀ: ପୂର୍ବତନ WFI ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ କୁସ୍ତି ମହାସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ଏକ ବଡ଼ ରାଜନୀତିକ ବିବାଦ ଆରମ୍ଭ ହୋଇଛି । କିଛି କୁସ୍ତିଯୋଦ୍ଧା ଏହାକୁ ବିରୋଧ କରିଛନ୍ତି । ଏପଟେ ସାକ୍ଷୀ ମଲିକ କୁସ୍ତି ଛାଡ଼ିବା ଓ ବଜରଙ୍ଗ ପୁନିଆ ନିଜ ପଦ୍ମଶ୍ରୀ ସମ୍ମାନ ଫେରାଇବାକୁ ନେଇ ମନ୍ତବ୍ୟ ରଖିଛନ୍ତି ନବ ନିର୍ବାଚିତ WFI ଅଧ୍ୟକ୍ଷ ସଞ୍ଜୟ ସିଂହ । ଯେଉଁମାନେ ରାଜନୀତିକୁ ଆସିବାକୁ ଚାହୁଁଛନ୍ତି, ସେମାନେ ଏହା କରିବା ପାଇଁ ସ୍ବାଧୀନ ବୋଲି ସେ କହିଛନ୍ତି ।

ପ୍ରକାଶ ଯୋଗ୍ୟ, ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ କିଛି କୁସ୍ତିଯୋଦ୍ଧା । ଏହାପରେ ବହୁ ବାଦବିବାଦ ଓ ଘଟଣାକ୍ରମ ପରେ ଏହି ବିଜେପି ସାଂସଦଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହାପରେ ବହୁ ସମୟ ବିଳମ୍ବରେ ସଞ୍ଜୟ ସିଂହ ଏହି ପଦରେ ନିର୍ବାଚିତ ହୋଇଛନ୍ତି । ଏହାପରେ ବ୍ରିଜଭୂଷଣ କହିଥିଲେ ଯେ ସଂଘରେ ତାଙ୍କ ଦବଦବା ପୂର୍ବ ପରି ଜାରି ରହିବ । ଏପଟେ ଏନେଇ ଭାରତ ପାଇଁ ଅନେକ ପଦକ ହାସଲ କରିଥିବା ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲିକ କୁସ୍ତି ଛାଡ଼ିବା ନେଇ ଘୋଷଣା କରିଥିଲେ । ଏପରିକି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଶୁକ୍ରବାର ସଞ୍ଜୟ ସିଂହ ନିର୍ବାଚିତ ହେବା ବିରୋଧରେ ପଦ୍ମଶ୍ରୀ ଫେରାଇଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବାହାରେ ନିଜର ସମ୍ମାନ ରାସ୍ତାକଡ଼ରେ ଛାଡ଼ି ଆସିଥିଲେ । ଶନିବାର ମଧ୍ୟ ଡେଫଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିବା ବୀରେନ୍ଦ୍ର ସିଂ ଯାଦବ ନିଜ ପଦ୍ମଶ୍ରୀ ଫେରାଇବା ନେଇ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କର୍ତ୍ତବ୍ୟ ପଥ ଫୁଟପାଥରେ ପଦ୍ମଶ୍ରୀ ପୁରସ୍କାର ଛାଡି ଚାଲିଗଲେ ପୁନିଆ

ଏନେଇ ଶନିବାର ଟିପ୍ପଣୀ ରଖିଛନ୍ତି ନବ ନିର୍ବାଚିତ WFI ଅଧ୍ୟକ୍ଷ ସଞ୍ଜୟ ସିଂହ । ସେ କହିଛନ୍ତି, "ଯେଉଁମାନେ ରାଜନୀତିକୁ ଆସିବାକୁ ଚାହୁଁଛନ୍ତି, ସେମାନେ ଏହା କରିବା ପାଇଁ ସ୍ବାଧୀନ । ଯେଉଁମାନେ ଖେଳାଳି, ସେମାନେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ।" ଅନ୍ୟପଟେ ବିଜେପି ସାଂସଦ ତଥା କୁସ୍ତିସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ସହ ଘନିଷ୍ଠତା ନେଇ ସଞ୍ଜୟ କହିଛନ୍ତି, "ସାଂସଦ ଜୀଙ୍କ ସହ ସମ୍ପର୍କ ରଖିବା କ'ଣ ଅପରାଧ ? ମୁଁ ସବୁବେଳେ ପଦରେ ରହିଛି । ପୂର୍ବରୁ ବାରଣାସୀ କୁସ୍ତି ସଂଘର ମୁଖ୍ୟ ଥିଲି । ସାଂସଦଙ୍କ ସହ ଏହାର କୌଣସି ସମ୍ପର୍କ ନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details