ଓଡିଶା

odisha

ETV Bharat / sports

Mann Ki Baat: କ୍ରିକେଟ୍‌ ନୁହେଁ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରିୟ ଖେଳ କ'ଣ ଜାଣନ୍ତୁ

ମନ୍‌ କି ବାତ୍‌ର ୧୦୪ତମ ସଂସ୍କରଣରେ ନିଜ ପ୍ରିୟ ଖେଳ ସମ୍ପର୍କରେ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ହକି, ଫୁଟ୍‌ବଲ, କବାଡି, ଖୋ-ଖୋ ଭଳି ମାଟି ସହିତ ଯୋଡ଼ି ହୋଇଥିବା ଖେଳରେ ଭାରତ କେବେ ମଧ୍ୟ ପଛରେ ରହିବା ଉଚିତ୍‌ ନୁହେଁ । ଅଧିକ ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରିୟ ଖେଳ କଣ ଜାଣନ୍ତୁ
ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରିୟ ଖେଳ କଣ ଜାଣନ୍ତୁ

By ETV Bharat Odisha Team

Published : Aug 27, 2023, 8:45 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍‌ର ୧୦୪ତମ ଏପିସୋଡରେ ଦେଶବାସୀଙ୍କୁ ନିଜ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ଚୀନରେ ଅନୁଷ୍ଠିତ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସରେ ଭାରତକୁ ଗୌରବ ଆଣିଥିବା ବିଜେତା ଖେଳାଳିଙ୍କର ସଫଳତାକୁ ବଖାଣିଥିଲେ । ନିଜ ପ୍ରିୟ ଖେଳ ବାଛିବାକୁ ଯାଇ ସହ ହକି, ଫୁଟ୍‌ବଲ, କବାଡ଼ି, ଖୋ-ଖୋ ଭଳି ମାଟି ସହିତ ଯୋଡ଼ି ହୋଇଥିବା ଖେଳରେ ଭାରତ କେବେ ମଧ୍ୟ ପଛରେ ରହିବା ଉଚିତ୍‌ ନୁହେଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଖେଳକୁଦକୁ ନେଇ ଦେଶର ଯୁବବର୍ଗ ଓ ସେମାନଙ୍କ ପରିବାର ମଧ୍ୟରେ ପୂର୍ବରୁ ଯେଉଁ ଧାରଣା ରହିଥିଲା, ତାହା ଏବେ ବଦଳିଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ: ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସରେ ଚଳିତବର୍ଷ ଦେଶର ପ୍ରତିଭାବାନ କ୍ରୀଡ଼ାବିତ୍‌ମାନେ ୧୧ ସ୍ବର୍ଣ୍ଣ ପଦକ ସମେତ ସମୁଦାୟ ୨୬ ପଦକ ହାସଲ କରି ଏହି ଖେଳରେ ଏବେ ପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି । ୧୯୫୯ରୁ ନେଇ ଆଜି ପର୍ଯ୍ୟନ୍ତ ଯେତେଥର ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସ ଅନୁଷ୍ଠିତ ହୋଇଛି, ସେଥିରେ ଭାରତ ଜିତିଥିବା ସମସ୍ତ ପଦକକୁ ମିଶାଇଲେ ମଧ୍ୟ ଏହି ସଂଖ୍ୟା ୧୮ ପର୍ଯ୍ୟନ୍ତ ପହଞ୍ଚୁଥିଲା । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମନ୍‌ କି ବାତ୍‌ରେ କହିଛନ୍ତି, "ଏତେ ଦଶକରେ କେବଳ ୧୮, ଯେତେବେଳେ କି କେବଳ ଚଳିତ ଥର ଆମ ଦେଶର ଖେଳାଳିମାନେ ୨୬ ପଦକ ଜିତି ଆଣିଛନ୍ତି ।" ଏହି ଖେଳରେ କିଛି ପଦକ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟକ୍ରମ ମଧ୍ୟରେ ଆଲୋଚନା କରିବା ସହ ସେମାନଙ୍କୁ ସଫଳତା ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Mann ki Baat: ଚନ୍ଦ୍ରଯାନ 3ରେ ନାରୀଶକ୍ତିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କହିଲେ ସଂକଳ୍ପର ସୂର୍ଯ୍ୟ ଆଜି ଚାନ୍ଦରେ ଓହ୍ଲାଇଛି

ପ୍ରଧାନମନ୍ତ୍ରୀଙ୍କ ପ୍ରିୟ ଖେଳ:ଏହି କାର୍ଯ୍ୟକ୍ରମ ସମୟରେ ଆସାମର ଆଥଲେଟ୍‌ ଅମ୍ଳାନ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ପସନ୍ଦର ଖେଳ ସମ୍ପର୍କରେ ପଚାରିଥିଲେ । ଏହାର ଉତ୍ତର ଦେବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ, "କ୍ରୀଡ଼ା ଦୁନିଆରେ ଭାରତକୁ ବହୁତ ଖେଳିବାର ଆବଶ୍ୟକତା ରହିଛି, ସେଥିପାଇଁ ମୁଁ ଏହାପ୍ରତି ବିଶେଷ ଦୃଷ୍ଟି ଦେଉଛି । ହେଲେ ହକି, ଫୁଟ୍‌ବଲ, କବାଡି ଓ ଖୋ-ଖୋ ଆମ ଦେଶର ମାଟି ସହ ଜଡ଼ିତ ଖେଳ । ତେଣୁ ଏଥିରେ ଆମକୁ କେବେ ହେଲେ ପଛରେ ରହିବା ଉଚିତ ନୁହେଁ । ଏହା ବ୍ୟତୀତ ତୀରନ୍ଦାଜି ଓ ଶୁଟିଂରେ ମଧ୍ୟ ଆମ ଦେଶର ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି ।"

ସେହିଭଳି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ମୁଁ ଏବେ ଦେଖୁଛି, ଆମ ଦେଶର ଯୁବବର୍ଗ, ଏପରିକି ସେମାନଙ୍କ ପରିବାରରେ ମଧ୍ୟ ଖେଳକୁଦକୁ ନେଇ ଯେଉଁ ଭାବନା ରହିଥିଲା, ସେ ସବୁ ଏବେ ଆଉ ନାହିଁ । ପୂର୍ବରୁ ପିଲାମାନେ ଖେଳିବାକୁ ଗଲେ ସେମାନଙ୍କ ବାପାମାଆ ସେମାନଙ୍କୁ ଅଟକାଉଥିଲେ । ହେଲେ ଏବେ ସମୟ ବଦଳିଛି । ଏବେ ଖେଳାଳିମାନଙ୍କ ସଫଳତା ଯୁବବର୍ଗ ଓ ସେମାନଙ୍କ ପରିବାରକୁ ପ୍ରେରଣା ଯୋଗାଉଛି । ପ୍ରତି ଖେଳରେ ଯେଉଁଆଡ଼େ ବି ଆମର ଖେଳାଳି ଯାଉଛନ୍ତି, ଦେଶ ପାଇଁ ଅନେକ ସୁନାମ ଅର୍ଜନ କରୁଛନ୍ତି । ଏହି ଖବର ଆଜି ଦେଶରେ ପ୍ରମୁଖ ଖବର ଭାବେ ଦେଖାଯାଉଛି, ସ୍କୁଲ ଓ କଲେଜ୍‌ରେ ମଧ୍ୟ ଚର୍ଚ୍ଚାରେ ରହୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details