ନୂଆଦିଲ୍ଲୀ: ମହାମାରୀ କେରୋନା ଭାଇରସ ଯୋଗୁଁ ଦେଶରେ ସମସ୍ତ ପ୍ରକାର କ୍ରୀଡା ଇଭେଣ୍ଟ ସ୍ଥଗତି ରହିଛି । ତେବେ ଡିସେମ୍ବରରୁ ସିନିୟର କୁସ୍ତି ଚମ୍ପିଆନସିପ ଆରମ୍ଭ ନେଇ ଭାରତୀୟ କୁସ୍ତି ଫେଡେରସନ ଯୋଜନା କରୁଛି । ଡିସେମ୍ବର 18ରୁ 20 ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ଗୋଣ୍ଡାରେ ସିନିୟର ନ୍ୟାସନାଲ କୁସ୍ତି ଚମ୍ପିଆନସିପ ଖେଳାଯିବା ନେଇ ପ୍ରସ୍ତାବ ରହିଛି । ଏନେଇ ଜଣେ କୁସ୍ତି ଫେଡେରେସନର ଅଧିକାରୀ ସୂଚନା ଦେଇଛନ୍ତି ।
ଡିସେମ୍ବରରେ ନ୍ୟାସନାଲ କୁସ୍ତି ଚମ୍ପିଆନସିପ
ଡିସେମ୍ବରରୁ ସିନିୟର କୁସ୍ତି ଚମ୍ପିଆନସିପ ଆରମ୍ଭ ନେଇ ଭାରତୀୟ କୁସ୍ତି ଫେଡେରସନ ଯୋଜନା କରୁଛି । ଡିସେମ୍ବର 18ରୁ 20 ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ଗୋଣ୍ଡାରେ ସିନିୟର ନ୍ୟାସନାଲ କୁସ୍ତି ଚମ୍ପିଆନସିପ ଖେଳାଯିବା ନେଇ ପ୍ରସ୍ତାବ ରହିଛି ।
ଚଳିତ ମାସ ପ୍ରଥମ ସପ୍ତାହରୁ ଉଭୟ ପୁରୁଷ ଓ ମହିଳା କୁସ୍ତି ଯୋଦ୍ଧାଙ୍କ ଟ୍ରେନିଂ କ୍ୟାମ୍ପ ଆରମ୍ଭ ହୋଇସାରିଛି । 5ଟି ଅଲମ୍ପିକ ଓଜନ ବର୍ଗରେ ଅଲମ୍ପିକ ପ୍ରସ୍ତୁତି କରୁଥିବା ଖେଳାଳିଙ୍କୁ ପ୍ରଥମେ ଟ୍ରେନିଂ ପାଇଁ ଅମୁମତି ମିଳିଛି । ପରେ ପର୍ଯ୍ୟାୟ କ୍ରମେ ସମସ୍ତ ଖେଳାଳିଙ୍କୁ ଅଭ୍ୟାସ ଅନୁମତି ମିଳିବ । ଏହା କହିଛନ୍ତି ଭାରତୀୟ କୁସ୍ତି ଫେଡେରେସନର ସହକାରୀ ସମ୍ପାଦକ ବିନୋଦ କୁମାର ।
ପୁରୁଷ କୁସ୍ତି ଯୋଦ୍ଧାଙ୍କ ଟ୍ରେନିଂ କ୍ୟାମ୍ପ ସୋନିପତ ରହିଥିବା ବେଳେ, ମହିଳା ଖେଳାଳିଙ୍କ ପାଇଁ ଲକ୍ଷ୍ନୌରେ କ୍ୟାମ୍ପ ରହିଛି । ପୂର୍ବରୁ ମାର୍ଚ୍ଚ ମାସରେ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଟ୍ରେନିଂ କ୍ୟାମ୍ପ ସ୍ଥଗିତ ରହିଥିଲା ।