ଓଡିଶା

odisha

ETV Bharat / sports

WFI Controversy: ଏଥର ରାସ୍ତାରେ ନୁହେଁ କୋର୍ଟରେ ଲଢିବେ କୁସ୍ତିଯୋଦ୍ଧା

ଭାରତୀୟ କୁସ୍ତି ମହାସଂଘ ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ଷ୍ଟାର କୁସ୍ତିଯୋଦ୍ଧା ଏବେ ଆଉ ରାଜରାସ୍ତା ନୁହେଁ ନ୍ୟାୟ ପାଇଁ କୋର୍ଟରେ ଲଢେଇ କରିବେ ବୋଲି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

WFI Controversy
କୋର୍ଟରେ ଲଢିବେ କୁସ୍ତିଯୋଦ୍ଧା

By

Published : Jun 26, 2023, 10:41 AM IST

ନୂଆଦିଲ୍ଲୀ: ଟପ କୁସ୍ତାଯୋଦ୍ଧା ଭିନେଶ ଫୋଗାଟ, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆ କିଛି ଦିନ ପାଇଁ ସେମାନଙ୍କ ଆନ୍ଦୋଳନ ସ୍ଥଗିତ କରିଥିଲେ । ସରକାର ସେମାନଙ୍କ ପ୍ରତିଶ୍ରୁତି ପୂରଣ କରିବା ସହ ବ୍ରିଜଭୂଷଣ ଶରଣ ସିଂହ ନାମରେ ଚାର୍ଜସିଟ ଦାଖଲ କରିବା ନେଇ କହିଥିଲେ ଏବଂ ବ୍ରିଜଭୂଷମ ନାମରେ ଚାର୍ଜସିଟ ଦାଖଲ ହୋଇଛି । ଏହା ପରେ କୁସ୍ତିଯୋଦ୍ଧାମାନେ କହିଛନ୍ତି ଏବେ ଆମେ ଆଉ ରାସ୍ତାରେ ନୁହେଁ ନ୍ୟାୟ ପାଇଁ କୋର୍ଟରେ ଲଢେଇ କରିବୁ ।

5 ମାସ ତଳେ ଭାରତୀୟ କୁସ୍ତି ମହାସଂଘ ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ମହିଳା କୁସ୍ତିଯୋଦ୍ଧା । ଏହା ପରେ ବ୍ରିଜଭୂଷଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ ଆରମ୍ଭ କରିଥିଲେ । ସେମାନଙ୍କ ବିକ୍ଷୋଭକୁ ସାରା ଦେଶରେ ହଇଚଇ ଖେଳିଯାଇଥିଲା । ଜୁନ 15 ତାରିଖରେ ବ୍ରିଜଭୂଷଣ ଶରଣ ସିଂହ ନାମରେ ଚାର୍ଜସିଟ ଦାଖଲ ହୋଇ ସାରିଛି । ଚାର୍ଜସିଟ ଦାଖଲ ପରେ ଏବେ ରେସଲର କୋର୍ଟରେ ଲଢେଇ କରିବେ ବୋଲି କହିଛନ୍ତି । ବଜରଙ୍ଗ ପୁନିଆ କହିଛନ୍ତି, ''ଜୁନ 7 ତାରିଖରେ କୁସ୍ତିଯୋଦ୍ଧାଙ୍କ ସହ ଆଲୋଚନାରେ ସରକାର ଦେଇଥିବା ପ୍ରତିଶ୍ରୁତି ରଖିଛନ୍ତି । 6 ମହିଳା କୁସ୍ତିଯୋଦ୍ଧା ବ୍ରିଜଭୂଷଣ ନାମରେ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗ ଚାର୍ଜସିଟ ଦାଖଲ କରିଛନ୍ତି । ଏହି ମାମଲା କୁସ୍ତିଯୋଦ୍ଧାଙ୍କ ନ୍ୟାୟ ପାଇଁ ଲଢେଇ ଏବେ ରାସ୍ତାରେ ନୁହେଁ କୋର୍ଟରେ ହେବ ।''

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନର ନେତୃ଼ତ୍ବ ନେଇଥିବା ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆ ଟ୍ବିଟ କରି ଆଗକୁ ନ୍ୟାୟ ପାଇଁ କୋର୍ଟରେ ଲଢେଇ ହେବ ବୋଲି କହିଛନ୍ତି । ନ୍ୟାୟ ପାଇଁ ଆନ୍ଦୋଳନ ଜାରି ରହିବ ମାତ୍ର ଏଥର ଲଢେଇ କୋର୍ଟରେ ହେବ ରାସ୍ତାରେ ନୁହେଁ ବୋଲି କହିଛନ୍ତି ରେସଲର । ସେପଟେ ଟ୍ବିଟ କରି ଭିନେଶ ଓ ସାକ୍ଷୀ କିଛି ଦିନ ପାଇଁ ସୋସିଆଲ ମିଡିଆରୁ ବ୍ରେକ ନେଉଥିବା କଥା ମଧ୍ୟ କହିଛନ୍ତି ।

ଏହା ବି ପଢନ୍ତୁ...WFI Elections: ଗୌହାଟୀ ହାଇକୋର୍ଟଙ୍କ ରହିତାଦେଶ, 11 ଜୁଲାଇରେ ହୋଇଥାନ୍ତା ନିର୍ବାଚନ

ଏହା ବି ପଢନ୍ତୁ...WFI Controversy: ବଢିଲା ବ୍ରିଜଭୂଷଣଙ୍କ ଅଡୁଆ, 1000 ପୃଷ୍ଠାର ଚାର୍ଜ୍‌ସିଟ୍‌ ଦାଖଲ

ପ୍ରକାଶଥାଉ କି, କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନର ନେତୃତ୍ବ ନେଇଥିବା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକଙ୍କ ସହ ଆଲୋଚନା ପରେ ବ୍ରିଜଭୂଷଣ ନାମରେ ଚାର୍ଜସିଟ ଦାଖଲ ନେଇ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ଜୁନ 15 ଯାଏ ଆନ୍ଦୋଳନ ସ୍ଥଗିତ ରଖିଥିଲେ କୁସ୍ତିଯୋଦ୍ଧା । ଏହି କ୍ରମରେ ଜୁନ 15 ତାରିଖରେ ବ୍ରିଜଭୂଷଣ ନାମରେ 1000 ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଥିଲା । ଏହି ମାମଲାରେ ଆସନ୍ତା ଜୁଲାଇ 4ରେ ପରବର୍ତ୍ତୀ ଶୁଣାଣି ହେବ ।

ABOUT THE AUTHOR

...view details