ଭୁବନେଶ୍ବର:ବେଙ୍ଗାଲୁରୁରେଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡା ଆରମ୍ଭ ହୋଇଯାଇଛି । ବିଶ୍ବ ବିଦ୍ୟାଳୟ କ୍ରୀଡାରେ ରାଜ୍ୟରୁ ପ୍ରଥମ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି ସ୍ନେହା ସୋରେନ । ପ୍ରଥମ ଦିନରେ ଭାରତ୍ତୋଳନରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡିଶାର ସ୍ନେହା ସୋରେନ । ସ୍ନେହା କିଟ ବିଶ୍ବବିଦ୍ୟାଳୟ ପକ୍ଷରୁ ଖେଲୋ ଇଣ୍ଡିଆ ବିଶ୍ବ ବିଦ୍ୟାଳୟ କ୍ରୀଡାରେ ଭାଗ ନେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ନେହାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ପ୍ରମିଳା କିଷାନୀ ରୌପ୍ୟ ଓ ପୁରୁଷରେ ରାଜେନ୍ଦ୍ର ମୁଦୁଲି ବ୍ରୋଞ୍ଚ ପଦକ ହାସଲ କରିଛନ୍ତି ।
ସ୍ନେହା ମହିଳା 49 କିଲୋ ବର୍ଗରେ ପ୍ରତିନ୍ଦ୍ବନ୍ଦିତା କରିଥିଲେ । ସ୍ନାଚରେ 69 କିଲୋ ଓ କ୍ଲିନ ଏଣ୍ଡ ଜର୍କରେ 92 କିଲୋ ସହ ମୋଟ 161 କିଲୋ ଭାରତ୍ତୋଳନ କରି ପ୍ରଥମ ସ୍ଥାନ ହାସଲ କରିଥିଲେ । ପୂର୍ବରୁ ଭୁବନେଶ୍ବରରେ ଆୟୋଜିତ ଭାରୋତ୍ତୋଳନ ଚାମ୍ପିଅନସିପରେ ବ୍ରୋଞ୍ଚ ପଦକ ହାସଲ କରି ନିଜ ପ୍ରତିଭାର ପରିଚୟ ଦେଇଥିଲେ । ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ସ୍ନେହା ତୁମ ସଫଳତା ପାଇଁ ଅଭିନନ୍ଦନ । ଭବିଷ୍ୟତରେ ଆହୁରି ସଫଳ ହୁଅ, ସେଥିପାଇଁ ଶୁଭେଚ୍ଛା ।