ଓଡିଶା

odisha

By

Published : Jun 12, 2021, 9:19 PM IST

ETV Bharat / sports

ଅଲମ୍ପିକ ଟିକେଟ ହାତେଇଲେ ଭାରୋତ୍ତଳନକାରୀ ମୀରାବାଇ

ଟୋକିଓ ଅଲମ୍ପିକ୍ସ ପାଇଁ ଭାରୋତ୍ତଳନରେ ମହିଳା 49 କିଲୋଗ୍ରାମ ବର୍ଗରେ ଯୋଗ୍ୟତା ଅର୍ଜନ କଲେ ମୀରାବାଇ ଚାନୁ । ଅଧିକ ପଢନ୍ତୁ...

Weightlifter Mirabai qualifies for Olympics
ଅଲମ୍ପିକ ଟିକେଟ ହାତେଇଲେ ଭାରୋତ୍ତଳନକାରୀ ମୀରାବାଇ

ନୂଆଦିଲ୍ଲୀ:ଆଗାମୀ ଟୋକିଓ ଅଲମ୍ପିକ୍ସ ପାଇଁ ଭାରୋତ୍ତଳନରେ ଯୋଗ୍ୟତା ଅର୍ଜନ କଲେ ମୀରାବାଇ ଚାନୁ । ମହିଳା 49 କିଲୋଗ୍ରାମ ବର୍ଗରେ ସେ ଟୋକିଓ ଟିକେଟ ହାସଲ କରିଛନ୍ତି । ଏନେଇ ଅନ୍ତର୍ଜାତୀୟ ଭାରୋତ୍ତଳନ ମହାସଂଘ(IBF) ଘୋଷଣା କରିଛି ।

26 ବର୍ଷୀୟା ମଣୀପୁର ଖେଳାଳି ବିଶ୍ବ ମାନ୍ୟତା ପଏଣ୍ଟ ଆଧାରରେ ଯୋଗ୍ୟତା ଅର୍ଜନ କରିଛନ୍ତି । ମହିଳା 49 କିଲୋଗ୍ରାମ ବର୍ଗରେ 4133,6172 ପଏଣ୍ଟ ସହ ଭାରତୀୟ ଭାରୋତ୍ତଳନକାରୀ ମାନ୍ୟତାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ଚାଇନାର ହୋଉ ଜିହୁଇ 49 କିଲୋଗ୍ରାମ ବର୍ଗରେ 4926,4422 ପଏଣ୍ଟ ସହ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଛନ୍ତି ।

IBFର ନିୟମ ଅନୁଯାୟୀ, 14ଟି ଓଜନ ବର୍ଗର ମହିଳା ଗ୍ରୁପର 7ଜଣଙ୍କ ସମେତ ଶୀର୍ଷ 8ଜଣ ଭାରୋତ୍ତଳନକାରୀ ଟୋକିଓ ଅଲମ୍ପିକ ଗେମ୍ସରେ ଅଂଶଗ୍ରହରଣ କରିବାକୁ ଯୋଗ୍ୟତା ଅର୍ଜନ କରିବେ ।

ମୀରାବାଇ ଓ ହୋଉଙ୍କ ବ୍ୟତୀତ ଅନ୍ୟ ଦୁଇ ଏସିଆନ ଭାରୋତ୍ତଳନକାରୀ ମହିଳା 49 କିଲୋଗ୍ରାମ ବର୍ଗରେ ଯୋଗ୍ୟତା ଅର୍ଜନ କରିଛନ୍ତି । ମାନ୍ୟତାର ପଞ୍ଚମରେ ଥିବା ଇଣ୍ଡୋନେସିଆର ଏଇସ ୱିଣ୍ଡି କାଣ୍ଟିକା, ସପ୍ତମ ସ୍ଥାନରେ ଥିବା ଭିଏତନାମର ଭୋଅଙ୍ଗ ଥି ହୁଏନ ରହିଛନ୍ତି । ଦୁଇଜଣ ୟୁରୋପୀୟ ଓ ଦୁଇଜଡଣ ପାନ ଆମେରିକୀୟ ଭାରୋତ୍ତଳନକାରୀ ଅନ୍ୟ 4ଟି ବର୍ଗରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details