ବଗୋଟା(କଲମ୍ବିଆ): ବିଶ୍ବ ଚମ୍ପିଆନସିପରେ ଚମକିଛନ୍ତି ଭାରତୀୟ ଆଟଲେଟ । କଲମ୍ବିଆର ବଗୋଟାରେ ଅନୁଷ୍ଠିତ ବିଶ୍ବ ଚମ୍ପିଆନସିପରେ ଭାରତ୍ତୋଳନରେ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ବିଜେତା ଓ ଅଲମ୍ପିକ ପଦକ ବିଜେତା ବିଜେତା ମୀରାବାଈ ଚାନୁ । ଅଲମ୍ପିକ ଚମ୍ପିଆନ ହୋଉ ଜିହାଉଙ୍କୁ ପରାସ୍ତ କରି ରୌପ୍ୟ ପଦକ ଜିତିଛନ୍ତି । ଏହି ଇଭେଣ୍ଟରେ ଏହା ମୀରାଙ୍କ ଦ୍ବିତୀୟ ପଦକ । 2017ରେ 194 କିଲୋ ଭାରତ୍ତୋଳନ କରି ସ୍ବର୍ଣ୍ଣ ପଦକ ଜିତିଥିଲେ ଚାନୁ ।
200 କିଲୋ ମିଶ୍ରିତ ଭାର ଉଠାଇ ଏହି ସଫଳତା ହାସଲ କରିଛନ୍ତି ମୀରାବାଈ । ଯାହା ଅଲମ୍ପିକ ଚମ୍ପିଆନ ହୋଉ ଜିହଉଙ୍କ ଭାରଠୁ 2 କିଲୋ ଅଧିକ । ହୋଉ ଜିହଉ 198କିଲୋ ଭାର ଉଠାଇଥିଲେ । ପ୍ରଥମରୁ ମୀରାବାଈ ଧିମା ଆରମ୍ଭ କରିଥିଲେ । ସ୍ନାଚ 85କିଲୋ ଉଠାଇଥିଲେ । 87 କିଲୋ ଉଠାଉବାକୁ ଦ୍ବିତୀୟ ପ୍ରୟାସରେ ବିଫଳ ହୋଇଥିଲେ । ତୃତୀୟ ପ୍ରୟାସରେ ସେ ପଞ୍ଚମ ସ୍ଥାନରେ ରହିଥିଲେ । ଦ୍ବିତୀୟ ପ୍ରୟାସରେ ସେ 111କିଲୋ ଉଠାଇବାରେ ସଫଳ ହୋଇଥିଲେ । ଏହା ପରେ ସେ ମେଡାଲ ପର୍ଯ୍ୟାୟକୁ ଉର୍ତ୍ତୀଣ୍ଣ ହୋଇଥିଲେ । 200 କିଲୋ ଉଠାଇ ରୌପ୍ୟ ଜିତିବାରେ ସଫଳ ହୋଇଛନ୍ତି 28 ବର୍ଷୀୟ ମୀରାବାଈ ।