ଓଡିଶା

odisha

ETV Bharat / sports

ଅନିଶ୍ଚିତତାରେ ଟୋକିଓ ଅଲମ୍ପିକ୍ସର ଭାଗ୍ୟ: ଭାରତର ତୀକ୍ଷ୍ନ ନଜର

ଟୋକିଓ ଅଲମ୍ପିକ୍ସକୁ ନେଇ ସସପେନ୍‌ସ ଜାରି । ତେବେ ସ୍ଥିତି ଉପରେ ଭାରତର କଡା ନଜର ରହିଥିବା କହିଛନ୍ତି ଭାରତୀୟ ଅଲମ୍ପିକ ଆସୋସିଏସନ ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା ।

Rajeev Mehta on Tokyo Olympics
ଅନିଶ୍ଚିନ୍ତତାରେ ଟୋକିଓ ଅଲମ୍ପିକ୍ସର ଭାଗ୍ୟ: ଭାରତର ତୀକ୍ଷ୍ନ ନଜର

By

Published : Mar 23, 2020, 2:28 PM IST

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସକୁ ନେଇ ସସପେନ୍‌ସ ଜାରି । ତେବେ ସ୍ଥିତି ଉପରେ ଭାରତର କଡା ନଜର ରହିଥିବା କହିଛନ୍ତି ଭାରତୀୟ ଅଲମ୍ପିକ ଆସୋସିଏସନ ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା । ପୂର୍ବରୁ ଜୁଲାଇ 24ରୁ ଟୋକିଓ ଅଲମ୍ପିକ୍ସ ଆରମ୍ଭ ନେଇ ସୂଚୀ ରହିଛି ।

କୋରୋନା ଭାଇରସ ସଂକ୍ରମଣ ଭୟ ଥିବାରୁ, କାନାଡିଆନ ଅଲମ୍ପିକ କମିଟି(COC) ଓ କାନାନିଆନ ପାରାଅଲମ୍ପିକ କମିଟି(CPC) ନିଜ ଦେଶର ଆଥଲେଟଙ୍କୁ କାନାଡା ପଠାଇବା ନାହିଁ ବୋଲି ଘୋଷଣା କରିଛି । ଏହାପରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ଅଲମ୍ପିକ ଆସୋସିଏସନ କମିଟିର ସାଧାରଣ ସମ୍ପାଦକ ରାଜୀବ ମେହେଟ୍ଟା ।

"ଅଲମ୍ପିକ ନ ଘୁଞ୍ଚିଲେ କାନାଡା ଦେଶର ଆଥଲେଟଙ୍କୁ ପଠାଇବା ନାହିଁ । ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ଟୋକିଓ ଅଲମ୍ପିକ ସମୟସୂଚୀରେ ପରବର୍ତ୍ତନ ନେଇ ଦାବିକରିଛି । ଭାରତୀୟ ଅଲମ୍ପିକ କମିଟି ମଧ୍ୟ ଏମିତି କିଛି ନିଷ୍ପତି ନେବାକୁ ଚିନ୍ତା କରୁଛି ।

କମିଟି ଭାରତ ସରକାର, କ୍ରୀଡାମନ୍ତ୍ରଣାଳୟର ସଚିବ ତଥା କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ସହ ସଂପର୍କରେ ରହିଛି "। ଖୁବଶୀଘ୍ର ଏନେଇ କିଛି ନିଷ୍ପତ୍ତି ହୋଇପାରେ ବୋଲି ରାଜୀବ ମେହେଟ୍ଟା ସୂଚନା ଦେଇଛନ୍ତି ।

ABOUT THE AUTHOR

...view details