ପାନିପତ:ଅଲମ୍ପିକ୍ ଚମ୍ପିଆନ ନୀରଜ ଚୋପ୍ରାଙ୍କ ପରିବାର ତାଙ୍କୁ ସ୍ବାଗତ କରିବାକୁ ଅପେକ୍ଷା କରିଛନ୍ତି । ନୀରଜଙ୍କ ପିତା କହିଛନ୍ତି, "ଯେତେ ଶୀଘ୍ର ସମ୍ଭବ ଆମେ ତାଙ୍କୁ ଦେଖିବାକୁ ଉତ୍ସୁକ । ମୁଁ ଅଭିନନ୍ଦନ ଜଣାଉଛି । ଯାହା କରି ଦେଖାଇବାକୁ କଥା ଦେଇଥିଲା, ତାହା ସତ କରିଛି ।"
ରବିବାର ହରିୟାଣା ସ୍ବାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି । ହରିୟାଣା ସରକାର ପୂର୍ବରୁ 6 କୋଟି ଟଙ୍କା ପୁରସ୍କାର ରାଶି ଓ କ୍ଳାସ୍ 1 ସରକାରୀ ଚାକିରି ମଧ୍ୟ ଘୋଷଣା କରିଛନ୍ତି ।