ହାଇଦ୍ରାବାଦ:ଦେଶରେ ଅଣାୟତ୍ତ କୋରୋନା ଭାଇରସ ସଂକ୍ରମଣ ମାମଲା । ଏହାକୁ ଦୃଷ୍ଟିରେ ରଖି ଭାରତରେ ହେବାକୁ ଥିବା ଆଗାମୀ ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପ ସ୍ଥଗିତ ହୋଇଛି । ଏହି ମେଗା ପ୍ରତିଯୋଗିତା ପାଇଁ ପରେ ତାରିଖ ଧାର୍ଯ୍ୟ ହେବ ବୋଲି ଜଣାପଡିଛି ।
ପ୍ରଥମ ଥର ହେବାକୁ ଥିବା WBC ଭାରତ ଚମ୍ପିଆନସିପ୍ ଲଢେଇ ଦେଶର ଦୁଇ ଶୀର୍ଷ ମହିଳା ବକ୍ସର ଚାନ୍ଦିନୀ ମେହରା ଓ ସୁମନ କୁମାରୀଙ୍କ ମଧ୍ୟରେ ମେ 1ରେ ଜଳନ୍ଧରର ଗ୍ରେଟ୍ ଖଲି ଏକାଡେମୀରେ ହେବାନେଇ ସୂଚୀ ରହିଥିଲା । ଦେଶର ପ୍ରଥମ ପେଷାଦାର ବକ୍ସିଂ ଇଭେଣ୍ଟକୁ ଭାରତୀୟ ବକ୍ସିଂ କାଉନସିଲ(IBC) ଅନୁମୋଦନ ମଧ୍ୟ ମିଳିଥିଲା ।