ନୂଆଦିଲ୍ଲୀ:ଚେସ୍ କିମ୍ବଦନ୍ତୀ ବିଶ୍ବନାଥନ ଆନନ୍ଦ ଆଗାମୀ ଅନଲାଇନ ଚେସ୍ ଅଲମ୍ପିଆଡ୍ରେ ଭାରତର ନେତୃତ୍ବରେ ନେବେ । ସେପ୍ଟେମ୍ବର ୮ରୁ ୧୫ ମଧ୍ୟରେ ଏହି ଅନଲାଇନ ଚେସ ପ୍ରତିଯୋଗିତା ଖେଳାଯିବ ।
Chess.com ଅନୁଯାୟୀ, ୨୦୨୧ FIDE ଅନଲାଇନ ଚେସ୍ ଅଲମ୍ପିଆଡ୍ ଏକ ବିଶ୍ବସ୍ତରୀୟ ଅନଲାଇନ ଇଭେଣ୍ଟ, ଯେଉଁଠାରେ ୧୦୦ରୁ ଅଧିକ ଭିନ୍ନ ଜାତୀୟ ଟିମ ସ୍ବର୍ଣ୍ଣ ପଦକ ପାଇଁ ଲଢେଇ କରିବେ ।
ଭାରତୀୟ ଟିମରେ ଆନନ୍ଦଙ୍କ ସମେତ, ପି ହରିକ୍ରୀଷ୍ଣ, ନିହାଲ ସାରିନ, ଆର ପ୍ରଗାନାନନ୍ଦାସ, କୋନେରୁ ହମ୍ପି, ଡି ହାରିକା, ଭିଦିତ ସନ୍ତୋଷ ଗୁଜୁରାଟୀ, ତାନିଆ ସଚଦେବ, ଭକ୍ତି କୁଲକର୍ଣ୍ଣି, ଆର ବୈଶାଳୀ, ଅଧିବନ ବାସ୍କରନ ଓ ବି ସବିତା ଶ୍ରୀ । ଚେସ୍ ଟିମ ଇଣ୍ଡିଆକୁ ଭଲ ପ୍ରଦର୍ଶନ ପାଇଁ Chess.com ଶୁଭେଚ୍ଛା ଜଣାଇଛି ।