ଓଡିଶା

odisha

ETV Bharat / sports

ଆମେରିକାରେ ଫସିଲେ ବକ୍ସର ବିକାଶ କ୍ରୀଷନଙ୍କ କୋଚ, ଲୋଡିଲେ ବୈଦେଶିକ ମନ୍ତ୍ରଣାଳୟର ସହାୟତା - ଅଲମ୍ପିକ ଆଶାବାଦୀ ବିକାଶ କ୍ରୀଷନ

ଆମେରିକାରେ ଫସିଲେ ଅଲମ୍ପିକ ଆଶାବାଦୀ ଭାରତୀୟ ବକ୍ସର ବିକାଶ କ୍ରୀଷନଙ୍କ କୋଚ । ଅଧିକ ପଢନ୍ତୁ...

Vikas Krishan's coach stuck in US, boxers seeks MEA's help
ଆମେରିକାରେ ଫସିଲେ ବକ୍ସର ବିକାଶ କ୍ରୀଷନଙ୍କ କୋଚ, ଲୋଡିଲେ ବୈଦେଶିକ ମନ୍ତ୍ରଣାଳୟର ସହାୟତା

By

Published : Dec 22, 2020, 6:41 AM IST

ନୂଆଦିଲ୍ଲୀ: ଆମେରିକାରେ ଫସିଲେ ଅଲମ୍ପିକ ଆଶାବାଦୀ ଭାରତୀୟ ବକ୍ସର ବିକାଶ କ୍ରୀଷନଙ୍କ କୋଚ । ୟୁଏସରେ ନୂଆ ଭିସା କଟକଣା ଯୋଗୁଁ ଭାରତ ଫେରିବାକୁ ଅସମର୍ଥ ହୋଇଛନ୍ତି ରନ ସିମସ ଜୁନିୟର । ଫଳରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଟ୍ବିଟ ଯୋଗେ ସହାୟତା ପାଇଁ ଅନୁରୋଧ କରିଛନ୍ତି ବକ୍ସର କ୍ରୀଷନ ।

କ୍ରୀଷନ ଟ୍ବିଟରେ ଲେଖିଛନ୍ତି," ମୋର କୋଚ ୟୁଏସରେ ଫସିରହିଛନ୍ତି, ନୂଆ ଭିସା ନିୟମ ଯୋଗୁଁ ଭାରତ ଫେରିବାକୁ ଅସମର୍ଥ । ଟୋକିଓ ଅଲମ୍ପିକ୍ସ ପ୍ରସ୍ତୁତି ଦୃଷ୍ଟିରୁ ଅଭ୍ୟାସ ପାଇଁ ତାଙ୍କର ଉପସ୍ଥିତି ନିତାନ୍ତ ଆବଶ୍ୟକ । ଭାରତ ପାଇଁ ମୁଁ ଅଲମ୍ପିକ ଗୋଲ୍ଡ ଜିତିବାକୁ ଲକ୍ଷ୍ୟ ରଖିଛି । ଦୟାକରି ସାହାଯ୍ୟ କରନ୍ତୁ ।"

ଭାରତୀୟ କ୍ରୀଡା ପ୍ରାଧୀକରଣ(SAI) ଗତ ସେପ୍ଟେମ୍ବରରେ କ୍ରୀଷନଙ୍କୁ ଟୋକିଓ ଅଲମ୍ପିକ୍ସ ପ୍ରସ୍ତୁତି ପାଇଁ ୟୁଏସରେ ଅଭ୍ୟାସ କରିବାକୁ ଅନୁମତି ପ୍ରଦାନ କରିଥିଲା ।

ପରେ ଏସିଆନ ଗେମ୍ସ ଗୋଲ୍ଡ ବିଜେତା କୋଚ ରନ ସିମସ ଜୁନିୟରଙ୍କ ସହ ଯାତ୍ରା କରିଥିଲେ । କ୍ରୀଷନ ଟାର୍ଗେଟ ଅଲମ୍ପିକ ପୋଡିୟମ ସ୍କିମ(TOPS)ର ଅଂଶ ହୋଇଥିବାରୁ 17.5 ଲକ୍ଷ ଟଙ୍କାର ଆର୍ଥିକ ରାଶି ଏହି ଯାତ୍ରା ପାଇଁ ସାଇ ପକ୍ଷରୁ ଅନୁମୋଦନ ହୋଇଥିଲା ।

ଆସନ୍ତାବର୍ଷ ଟୋକିଓ ଅଲମ୍ପିକ୍ସରେ ନିଜର ତୃତୀୟ ଅଲମ୍ପିକ ପଦାର୍ପଣ କରିବେ କ୍ରୀଷନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details