ନୂଆଦିଲ୍ଲୀ: ଭାରତୀୟ ଅପରାଜେୟ ବକ୍ସିଂ ଷ୍ଟାର ବିଜେନ୍ଦର ସିଂହ ଖୁବଶୀଘ୍ର ରିଙ୍ଗ୍କୁ ଫେରିବେ । ମାର୍ଚ୍ଚ 19ରେ ଗୋଆରେ ହେବାକୁ ଥିବା କାସିନୋ ସିପ୍ ବକ୍ସିଂ ପ୍ରତିଯୋଗୀତାରେ ଭାଗ ନେବେ ବିଜେନ୍ଦର । ତେବେ ଆୟୋଜକଙ୍କ ପକ୍ଷରୁ ଏଯାବତ ବିଜେନ୍ଦରଙ୍କ ପ୍ରତିପକ୍ଷ ବକ୍ସିଂଯୋଦ୍ଧାଙ୍କ ନାମ ଘୋଷଣା କରାଯାଇନାହିଁ । ଏହି ମ୍ୟାଚ କାସିନୋ ଜାହାଜର ଡେକ୍ରେ ହେବାକୁ ଯାଉଥିବାରୁ ସମସ୍ତେ ଉତ୍ସାହିତ ରହିଛନ୍ତି ।
ବିଜେନ୍ଦର କହିଛନ୍ତି ଅଭିଜ୍ଞତା ବୃଦ୍ଧି କରିବାକୁ ଚାହାଁନ୍ତି । ଏହା ଭାରତରେ ପୂର୍ବରୁ ଦେଖାଯାଇନାହିଁ, ଏପରି ପେଷାଦାର ମ୍ୟାଚରେ ଅଂଶଗ୍ରହଣ କରୁଥିବାରୁ ବହୁତ ଖୁସି । ଦୀର୍ଘଦିନ ପରେ ରିଙ୍ଗ୍କୁ ଫେରୁଥିବାରୁ ବେଶ ଉତ୍ସାହିତ । ଏହି ମେଗା ଇଭେଣ୍ଟ ପାଇଁ କଠିନ ଅଭ୍ୟାସ ଆରମ୍ଭ କରିଛନ୍ତି ।