ନୂଆଦିଲ୍ଲୀ: ମୋତେ ଡରନ୍ତି ଭାରତୀୟ ବକ୍ସର ବିଜେନ୍ଦର । ଏମିତି କହିଛନ୍ତି ବ୍ରିଟେନର ବକ୍ସର ଆମିର ଖାନ୍ । ଆମିର ଜନ୍ମ ପାକିସ୍ତାନରେ । ମାତ୍ର ସେ ବ୍ରିଟେନବାସୀ । ସେ ଅଲମ୍ପିକ ମେଡାଲିଷ୍ଟ ବିଜେନ୍ଦରଙ୍କ ସହିତ ଲଢେଇ କରିବା ପାଇଁ ଅନେକଥର ଇଚ୍ଛା କରିଥିବା ବେଳେ ଦୁଇଜଣଙ୍କ ମଧ୍ୟରେ ଅଦ୍ୟାବଧି ମୁକାବିଲା ହୋଇପାରିନାହିଁ ।
ମୋତେ ଡରନ୍ତି ବିଜେନ୍ଦର: ଅମିର ଖାନ - British boxer
ମୋତେ ଡରନ୍ତି ଭାରତୀୟ ବକ୍ସର ବିଜେନ୍ଦର । ଏମିତି କହିଛନ୍ତି ବ୍ରିଟେନର ବକ୍ସର ଆମିର ଖାନ୍ । ଆମିର ଜନ୍ମ ପାକିସ୍ତାନରେ । ମାତ୍ର ସେ ବ୍ରିଟେନବାସୀ ।
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
ତେବେ ଆମିର କହିଛନ୍ତି, " ମୁଁ ବହୁବାର ବିଜେନ୍ଦରଙ୍କ ବିପକ୍ଷରେ ଲଢିବା ପାଇଁ ଇଚ୍ଛା କରିଛି । କିନ୍ତୁ ମୋତେ ଲାଗୁଛି, ସେ ମୋତେ ଡରନ୍ତି । ଏହା ଏମିତି ଏକ ମୁକାବିଲା , ଯେଉଁଥିରେ ଏକ ଭାରତୀୟ ବକ୍ସର ବିଶ୍ୱ ଚାମ୍ପିୟନ ବିପକ୍ଷରେ ଲଢିବ ଏବଂ ମୁଁ ଖୁସି ଯେ ନୀରଜ ମୋ ଚ୍ୟାଲେଞ୍ଜକୁ ସ୍ୱୀକାର କରିଛନ୍ତି । ଯେଉଁ କାମ ବିଜେନ୍ଦର କରିପାରିଲେ ନାହିଁ, ସେ କାମ ନୀରଜ କରିବେ ।"