ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ବନ୍ଦ ରହିଛି ସମସ୍ତ କ୍ରୀଡା ଇଭେଣ୍ଟ । ଦେଶରେ ଲକଡାଉନ ଲାଗୁ ହୋଇଥିବାରୁ ସମସ୍ତ କ୍ରୀଡାବିତ ଘରେ ରହିଛନ୍ତି । ତେବେ ବକ୍ସର ବିଜେନ୍ଦର ରିଙ୍ଗକୁ ଫେରିବାକୁ ଆଶାବାଦୀ ଅଛନ୍ତି । ବିଜେନ୍ଦର କହିଛନ୍ତି ବର୍ଷ ଶେଷ ଭାଗରେ ସେ ଲଢେଇ ପାଇଁ ରିଙ୍ଗକୁ ଫେରିବେ ବୋଲି ଆଶା ରଖିଛନ୍ତି ।
ରିଙ୍ଗକୁ ଫେରିବାକୁ ବକ୍ସର ବିଜେନ୍ଦର ବ୍ୟଗ୍ର - କୋରୋନା ଭାଇରସ ସଂକ୍ରମଣ ଭୟ
କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ବନ୍ଦ ରହିଛି ସମସ୍ତ କ୍ରୀଡା ଇଭେଣ୍ଟ । ତେବେ ଚଳିତ ବର୍ଷ ଶେଷଭାଗରେ ବକ୍ସର ବିଜେନ୍ଦର ରିଙ୍ଗକୁ ଫେରିବାକୁ ଆଶାବାଦୀ ଅଛନ୍ତି ।

ରିଙ୍ଗକୁ ଫେରିବାକୁ ବକ୍ସର ବିଜେନ୍ଦର ବ୍ୟଗ୍ର
ବିଜେନ୍ଦର କହିଛନ୍ତି, ମେ ମାସରେ ଲଢେଇ ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ମାତ୍ର ତାହା ବାତିଲ ହୋଇଯାଇଛି । ତେବେ ଖୁବ ଶୀଘ୍ର ସବୁକିଛି ସ୍ବାଭାବିକ ହେବ ଓ ସେ ରିଙ୍ଗକୁ ଫେରିବେ ବୋଲି କହିଛନ୍ତି ।
34 ବର୍ଷିୟ ବିଜେନ୍ଦରଙ୍କ ଉପରେ ବକ୍ସି ଇଭେଣ୍ଟରେ ଅଲମ୍ପିକ ମେଡାଲ ବିଜୟ ଆଶା ରଖିଛି ଭାରତ ।