ହାଇଦ୍ରାବାଦ :ଆରମ୍ଭ ହୋଇସାରିଛି ହକି ମହାସମର । ଆୟୋଜକ ଭାରତ ସ୍ପେନ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଏନେଇ ଟିମ ଇଣ୍ଡିଆକୁ ମହାକୁମ୍ଭ ପାଇଁ ସବୁ ମହଲରୁ ଶୁଭକାମନାର ସୁଅ ଛୁଟିଛି । ଭାରତୀୟ କ୍ରିକେଟର ଟ୍ବିଟର ଜରିଆରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଚେଜ ମାଷ୍ଟର ବିରାଟ କୋହଲି, ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ, ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ ଏବଂ ମହିଳା କ୍ରିକେଟର ଜେମିମା ରେଡ୍ରିଗସ ହକି ଟିମ ଇଣ୍ଡିଆକୁ ଚିୟର ଅପ୍ କରିଛନ୍ତି ।
ମୁକାବିଲା ପୂର୍ବରୁ ସଚିନ ଭାରତୀୟ ହକି ଦଳକୁ ଶୁଭକାମନା ଜଣାଇଛନ୍ତି । ସେ ଲେଖିଛନ୍ତି "ହକି ଟିମ ଇଣ୍ଡିଆକୁ ହକି ମହାକୁମ୍ଭ ପାଇଁ ଶୁଭକାମନା । ଆମେ ସମସ୍ତେ ଦଳକୁ ଚିୟର କରିବୁ, ଚକ ଦେ ଇଣ୍ଡିଆ ।"
ଷ୍ଟାର ବ୍ୟାଟର ବିରାଟ କୋହଲି ଲେଖିଛନ୍ତି ଟିମ ଇଣ୍ଡିଆକୁ ପ୍ରଥମ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । " ବିଶ୍ବକପ ପାଇଁ ଭାରତୀୟ ହକି ଦଳକୁ ମୋ ତରଫରୁ ବହୁତ ଶୁଭକାମନା । ମଇଦାନକୁ ଓହ୍ଲାଇକୁ ଖେଳର ଆନନ୍ଦ ନିଅ । ଆମେ ସମସ୍ତେ ଆପଣମାନଙ୍କୁ ସମର୍ଥନ କରୁଛୁ । ଆପଣଙ୍କୁ ସଫଳତା ମିଳୁ ।"
ଭାରତର ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ଣଣ କହିଛନ୍ତି, "ହକି ଟିମ ଇଣ୍ଡିଆକୁ ପ୍ରଥମ ମ୍ୟାଚର ସଫଳତା ନେଇ ଶୁଭକାମନା । ଟିମକୁ ଉତ୍ସାହିତ କରିବା ।"