ଓଡିଶା

odisha

ETV Bharat / sports

'ବେଟି ବଚାଓ ବେଟି ପଢାଓ' ଅଭିଯାନର ନୂଆ ବ୍ରାଣ୍ଡ ଆମ୍ବାସଡର ବନ୍ଦନା କଟାରିଆ

ଅଲମ୍ପିଆନ ତଥା ମହିଳା ହକି ଖେଳାଳି ବନ୍ଦନା କଟାରିଆଙ୍କୁ ଉତ୍ତରାଖଣ୍ଡ ସରକାର 'ବେଟି ବଚାଓ ବେଟି ପଢାଓ 'ଅଭିଯାନର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଛନ୍ତି । ଅଧିକ ପଢନ୍ତୁ...

vandana-katariy
ବନ୍ଦନା କଟାରିଆଙ୍କୁ 'ବେଟି ବଟାଓ ବେଟି ପଢାଅ' ଅଭିଯାନର ବ୍ରାଣ୍ଡ ଆମ୍ବାସୋଡର ନିଯୁକ୍ତ କଲା ଉତ୍ତରାଖଣ୍ଡ ସରକାର

By

Published : Aug 8, 2021, 6:05 PM IST

ହରିଦ୍ବାର: ଅଲମ୍ପିଆନ ତଥା ମହିଳା ହକି ଖେଳାଳି ବନ୍ଦନା କଟାରିଆଙ୍କୁ ଉତ୍ତରାଖଣ୍ଡ ସରକାର 'ବେଟି ବଚାଓ ବେଟି ପଢାଓ' ଅଭିଯାନର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଛନ୍ତି । ବନ୍ଦନାଙ୍କ ଘରକୁ ଯାଇ ଉତ୍ତରାଖଣ୍ଡ କ୍ରୀଡାମନ୍ତ୍ରୀ ଏହା ଘୋଷଣା କରିଛନ୍ତି ।

ବନ୍ଦନା କଟାରିଆଙ୍କୁ 'ବେଟି ବଟାଓ ବେଟି ପଢାଅ' ଅଭିଯାନର ବ୍ରାଣ୍ଡ ଆମ୍ବାସୋଡର ନିଯୁକ୍ତ କଲା ଉତ୍ତରାଖଣ୍ଡ ସରକାର

ଅଲମ୍ପିକରେ ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ । ଚଳିତ ଟୋକିଓ ଅଲମ୍ପିକରେ ପଦକ ହାସଲରୁ ଅଳ୍ପକେ ବଞ୍ଚିତ ହୋଇଛି କିନ୍ତୁ ଅଲମ୍ପିକରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ସାରା ଦେଶବାସୀଙ୍କୁ ଗର୍ବିତ କରିଛନ୍ତି । ଭାରତୀୟ ମହିଳା ହକି ଟିମରେ ସାମିଲ ହୋଇଥିବା ଉତ୍ତରାଖଣ୍ଡର ବନ୍ଦନା କଟାରିଆ ଫିଲ୍ଡରେ ଚମତ୍କାର ପ୍ରଦର୍ଶନ କରି ଦେଶବାସୀଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବନ୍ଦନାଙ୍କ ଉଚ୍ଚକୋଟିର ପ୍ରଦର୍ଶନକୁ ବେଶ ପ୍ରଶଂସା କରିଛନ୍ତି ।

ରବିବାର ଉତ୍ତରାଖଣ୍ଡ ସରକାର ବନ୍ଦନା କଟାରିଆଙ୍କୁ ରାଜ୍ୟର 'ବେଟି ବଚାଓ ବେଟି ପଢାଓ 'ଅଭିଯାନର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଛନ୍ତି । ଆଜି ହରିଦ୍ବାରରେ କ୍ରୀଡାମନ୍ତ୍ରୀ ଅରବିନ୍ଦ ପାଣ୍ଡେ ବନ୍ଦାନ କଟାରିଆଙ୍କ ଘରକୁ ଯାଇ ବନ୍ଦାନଙ୍କ ମା ଓ ଭାଇକୁ ସମ୍ବର୍ଦ୍ଧିତ କରିଛନ୍ତି । ଏହା ସହ ସେଠାରେ କ୍ରୀଡାମନ୍ତ୍ରୀ ଅରବିନ୍ଦ ପାଣ୍ଡେ ବନ୍ଦନା କଟାରିଆଙ୍କୁ ଉତ୍ତରପ୍ରଦେଶର 'ବେଟି ବଚାଓ ବେଟି ପଢାଓ' ଅଭିଯାନର ବ୍ରାଣ୍ଡ ଆମ୍ବାସୋଡର ଭାବେ ଘୋଷଣା କରିଛନ୍ତି ।

ଭାରତୀୟ ମହିଳା ହକି ଦଳରେ ଫରୱାର୍ଡ ଭାବରେ ଖେଳନ୍ତି ବନ୍ଦନା କଟାରିଆ । ଟୋକିଓ ଅଲମ୍ପିକରେ ତାଙ୍କର ପ୍ରଦର୍ଶନ ବହୁତ ଉଚ୍ଚକୋଟୀର ରହିଛି । ପ୍ରଥମ ଭାରତୀୟ ମହିଳା ଭାବରେ ଅଲମ୍ପିକରେ ହ୍ୟାଟ୍ରିକ ଗୋଲ ଦେଇଥିଲେ। ତାଙ୍କ ଏ ଭଳି ପ୍ରଦର୍ଶନକୁ ନେଇ ତାଙ୍କ ଭାଇ ପଙ୍କଜ କଟାରିଆ କହିଛନ୍ତି ଯେ ଆଜି ସମସ୍ତ ଝିଅ ବନ୍ଦନାଙ୍କ ଭଳି ହେବା ପାଇଁ ଚାହୁଁଛନ୍ତି । ବନ୍ଦନା ସାରା ଦେଶର ବେଟି ବୋଲି କହିଛନ୍ତି । ଭାରତୀୟ ମହିଳା ହକି ଟିମ ଚଳିତ ଟୋକିଓ ଅଲମ୍ପିକ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ପାରିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details