ଓଡିଶା

odisha

ETV Bharat / sports

ଅଲମ୍ପିକ ମେଡାଲ ବିଜେତାଙ୍କ ପାଇଁ ଯୋଗୀ ସରକାରଙ୍କ ଲୋଭନୀୟ ପୁରସ୍କାର ଘୋଷଣା - ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର

ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଲେ 6 କୋଟି, ରୌପ୍ୟ ବିଜେତାଙ୍କ 4 କୋଟି ଓ କାଂସ୍ୟ ପଦକ ବିଜେତା ଖେଳାଳିଙ୍କୁ 2 କୋଟି ପୁରସ୍କାର ଦେବେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର । ଅଧିକ ପଢନ୍ତୁ...

UP: Yogi govt announces hefty cash awards for Olympic medallists
ଅଲମ୍ପିକ ମେଡାଲ ବିଜେତାଙ୍କ ପାଇଁ ଯୋଗୀ ସରକାରଙ୍କ ଲୋଭନୀୟ ପୁରସ୍କାର ଘୋଷଣା

By

Published : Jul 12, 2021, 8:32 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଆଗାମୀ ଟୋକିଓ ଅଲମ୍ପିକ୍ସ ପଦକ ବିଜୟୀ ଆଥଲେଟଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି ।

ଟୋକିଓ ଅଲମ୍ପିକ୍ସ ଖେଳରେ ଯେଉଁ ଖେଳାଳିମାନେ ସ୍ବର୍ଣ୍ଣ ପଦକ ଜିତିବେ ତାଙ୍କୁ ରାଜ୍ୟ ସରକାର ପ୍ରତ୍ୟେକ 6 କୋଟି ଟଙ୍କା ପୁରସ୍କାର ଦେବେ । ସେହିପରି ରୌପ୍ୟ ଓ କାଂସ୍ୟ ପଦକ ବିଜେତା ଖେଳାଳିଙ୍କୁ ଯଥାକ୍ରମେ 4 କୋଟି ଓ 2 କୋଟି ଲେଖାଏଁ ପୁରସ୍କାର ରାଶି ଦେବେ ଯୋଗୀ ସରକାର ।

ଉତ୍ତର ପ୍ରଦେଶ ସରକାର ମୁଖପାତ୍ରଙ୍କ ଅନୁଯାୟୀ,ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ ଆଥଲେଟଙ୍କୁ ରାଜ୍ୟ ସରକାର 10 ଲକ୍ଷ ଲେଖାଏଁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି ।

ୟୁପି ସରକାର 'ଖୁବ ଖେଲୋ, ଖୁବ ବଢୋ' କାର୍ଯ୍ୟକ୍ରମ ଅନୁଯାୟୀ, ଖେଳାଳିଙ୍କ ଅଭ୍ୟାସ ପାଇଁ ସମସ୍ତ ଜରୁରୀ ସୁବିଧାର ବ୍ୟବସ୍ଥା କରିଛନ୍ତି । ସ୍ବତନ୍ତ୍ର କୋଚ୍‌ଙ୍କୁ ଟ୍ରେନିଂ ପାଇଁ ନିୟୋଜିତ କରିଛନ୍ତି, ହଷ୍ଟେଲ ମାନଙ୍କରେ ଖେଳାଳିଙ୍କ ସଂଖ୍ୟା ବୃଦ୍ଧି କରୁଛନ୍ତି ଓ ରାଜ୍ୟରେ ନୂଆ ଷ୍ଟାଡିୟମର ମଧ୍ୟ ନିର୍ମାଣ ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details