ନୂଆଦିଲ୍ଲୀ: କ୍ରୀଡା ଭିତ୍ତିଭୂମିର ବିକାଶ ଦିଗରେ ଆଉ ଏକ ପଦକ୍ଷେପ ସ୍ବରୂପ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଏକ ସିନ୍ଥେଟିକ ଆଥଲେଟିକ ଟ୍ରାକର ଶିସାନ୍ୟାସ କରିଛନ୍ତି । NSSC ବେଙ୍ଗାଲୁରୁରେ 330 ବିଶିଷ୍ଟ ଛାତ୍ରୀ ନିବାସ, ରୋଷେଇ ଗୃହ, ଡାଇନିଂ ହଲ୍, ଜିମ କମ୍ପ୍ଳେକ୍ସର ଶିଳାନ୍ୟାସ କରିଛନ୍ତି । କର୍ଣ୍ଣାଟକ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ କେସି ନାରାୟଣ ଗୌଡା ମଧ୍ୟ ଉପସ୍ଥିତ ଥିଲେ ।
ସିନ୍ଥେଟିକ ଆଥଲେଟିକ ଟ୍ରାକ 400 ମିଟର ବିଶିଷ୍ଟ 8 ଲେନ ରହିଛି । ଏହା IAAF ସୀକୃତିପ୍ରାପ୍ତ ଶ୍ରେଣୀ 1, ବର୍ଗ 5ର ରହିଛି । ଏହା ବ୍ୟତୀତ 500 ମିଟର କ୍ଲେ ଟ୍ରାକ ଓ 100 ମିଟର ସାଣ୍ଡ୍ ଟ୍ରାକ ଅଭ୍ୟାସ ପାଇଁ ରହିଛି ।