ନୂଆଦିଲ୍ଲୀ: ଆସାମର ଗୌହାଟିରେ ଆରମ୍ଭ ହୋଇଛି ଖେଲୋ ଇଣ୍ଡିଆ ୟୁଥ ଗେମ୍ସର 3ୟ ସଂସ୍କରଣ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ 7,000 ଆଥଲେଟ ଏହି ମେଗା ଇଭେଣ୍ଟରେ ଭାଗ ନେଇଛନ୍ତି । ଦେଶର ଏହି ସମ୍ମାନଜନକ କ୍ରୀଡା ପ୍ରତିଯୋଗୀତାର ସଫଳ ଆୟୋଜନ ପାଇଁ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଆସାମ ସରକାର ଓ ରାଜ୍ୟବାସୀଙ୍କୁ ପ୍ରଂଶସା କରିଛନ୍ତି । ଏଥିସହିତ ସମସ୍ତ ଭଲ୍ୟୁଣ୍ଟର ଓ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଖେଲୋ ଇଣ୍ଡିଆ ଆୟୋଜନ ପାଇଁ ଆସାମକୁ ପ୍ରଶଂସା - Kiren Rijiju appriciate Assam Govt
ସମ୍ମାନଜନକ କ୍ରୀଡା ପ୍ରତିଯୋଗୀତା ଖେଲୋ ଇଣ୍ଡିଆ ୟୁଥ ଗେମ 2020ର ସଫଳ ଆୟୋଜନ ପାଇଁ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଆସାମ ସରକାର ଓ ରାଜ୍ୟବାସୀଙ୍କୁ ପ୍ରଂଶସା କରିଛନ୍ତି । ଅଧିକ ପଢନ୍ତୁ...
ଉଦ୍ଘାଟନୀ ଉତ୍ସବରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଓ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଯୋଗ ଦେଇଥିଲେ । ସଜେଇ ହୋଇଛି ଗୌହାଟିର ଇନ୍ଦିରା ଗାନ୍ଧୀ ଆଥଲେଟିକ ଷ୍ଟାଡିୟମ । ଆଖି ଝଲସା ଆଲୋକମାଳା ସହ ସୁନ୍ଦର ସାଜସଜ୍ଜାରେ ଝଲସୁଛି ପୁରା ଷ୍ଟାଡିୟମ । ରଙ୍ଗୀନ ଆଲୋକମାଳାରେ ଭାରତର ମାନଚିତ୍ର ପ୍ରଦର୍ଶନ ଉଦ୍ଘାଟନୀ ଉତ୍ସବରେ ଦେଖିବାକୁ ମିଳିଥିଲା । ଆସାମର ପାରମ୍ପରିକ ନୃତ୍ୟଗୀତରେ ସମସ୍ତ ରାଜ୍ୟର ଖେଳାଳିଙ୍କୁ ସ୍ବାଗତ କରାଯାଇଥିଲା । ଆସାମର ଝିଅ ତଥା ଅନ୍ତର୍ଜାତୀୟ ଧାବିକା ହୀମା ଦାସ ମସାଲରେ ଅଗ୍ନୀ ସଂଯୋଗ କରିଥିଲେ ।
କେନ୍ଦ୍ର ସରକାରଙ୍କ ନାଗରିକତ୍ବ ସଂଶୋଧନ ଆଇନକୁ ବିରୋଧ କରି ଆସାମରେ ବଡଧରଣର ବିକ୍ଷୋଭ ଦେଖିବାକୁ ମିଳିଥିଲା । ଏମିତିକି ଗୌହାଟିର ଅନେକ ସ୍ଥାନରେ ହିଂସାର ଖବର ମଧ୍ୟ ସାମ୍ନାକୁ ଆସିଥିଲା । ସେଥିପାଇଁ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଥିଲା । ସୁରକ୍ଷା କାରଣରୁ କିଛି ରଣଜୀ ଟ୍ରଫି ମ୍ୟାଚ ଓ ଆଇଏସ ଏଲ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା । ତେବେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି20 ସିରିଜ ପ୍ରଥମ ମ୍ୟାଚ ବେଳେ ଗୌହାଟି ଦେଶର ଅନ୍ୟସ୍ଥାନ ଭଳି ନିରାପଦ ବୋଲି କହିଥିଲେ କ୍ୟାପଟେନ ବିରାଟ କୋହଲି ।