ଓଡିଶା

odisha

By

Published : Oct 18, 2022, 8:15 AM IST

ETV Bharat / sports

FIFA U17 womens WC: ବିନା ବିଜୟରେ ଭାରତର ଅଭିଯାନ ଶେଷ

ଫିଫା 17 ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପରେ ଲଗାତାର ତୃତୀୟ ପରାଜୟ ସହ ଅଭିଯାନ ଶେଷ କରିଛି ଆୟୋଜକ ଭାରତ । ଅଧିକ ପଢନ୍ତୁ

FIFA U17 womens WC
ଶେଷ ମ୍ୟାଚରେ ବ୍ରାଜିଲଠୁ 5-0ରେ ହାରିଲା ଭାରତ

ଭୁବନେଶ୍ବର: 17 ବର୍ଷରୁ କମ ମହିଳା ଫିଫା ବିଶ୍ବକପରେ ଭାରତର ଅଭିଯାନ ଶେଷ ହୋଇଛି । ବିଶ୍ବକପରେ ଲଗାତାର 3ଟି ଯାକ ମ୍ୟାଚ ହାରି ଭାରତ ତାର ଅଭିଯାନ ଶେଷ କରିଛି । ପ୍ରଥମ ମୁକାବିଲାରେ ଆମେରିକା, ଦ୍ବିତୀୟ ମୁକାବିଲାରେ ମରକ୍କୋ ଓ ତୃତୀୟ ତଥା ଶେଷ ମୁକାବିଲାରେ ବ୍ରାଜିଲଠୁ 5-0ରେ ପରାସ୍ତ ହୋଇ ଗ୍ରୁପ ପର୍ଯ୍ୟାୟରୁ ଭାରତ ଅଭିଯାନ ଶେଷ କରିଛି । ବିଜୟ ନ ହେଲା ନାହିଁ କୌଣସି ମ୍ୟାଚରେ ଗୋଟିଏ ବି ଗୋଲ କରିବାରେ ସଫଳ ହୋଇନଥିଲା ଆୟୋଜକ ଦଳ ।

କଳିଙ୍ଗ ଷ୍ଟାଡିୟମରେ ଅନ୍ତିମ ମ୍ୟାଚରେ ବ୍ରାଜିଲ ଓ ଭାରତ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ବ୍ରାଜିଲ 5ଟି ଗୋଲ୍‌ ଦେଇ ଏକତରଫା ବିଜୟ ହାସଲ କରିଥିଲା । ମ୍ୟାଚରେ ଜର୍ସି ପରିବର୍ତ୍ତନ ହୋଇଥିଲା । ଜର୍ସି ବଦଳିଥିଲା ହେଲେ ଭାରତର ଭାଗ୍ୟ ବଦଳିନଥିଲା । ପ୍ରଥମ ଦୁଇଟି ମ୍ୟାଚ ପରି ତୃତୀୟ ମ୍ୟାଚରେ ମଧ୍ୟ ପରାଜିତ ହୋଇଛି । ଆରମ୍ଭରୁ ବ୍ରାଜିଲ ଆଧିପତ୍ୟ ବିସ୍ତାର କରିଥିଲା । ଭାରତ ଯେତେ ଚେଷ୍ଟା କରିଥିଲେ ବି ଖାତା ଖୋଲି ପାରିନଥିଲା । ବ୍ରାଜିଲ ଖେଳାଳି ଭାରତୀୟ ଗୋଲପୋଷ୍ଟ ଉପରେ ଲଗାତାର ଆଟାକ କରିଥିଲେ । 11 ତମ ମିନିଟରେ ଆଲିନେଙ୍କଠାରୁ ପାସ୍ ପାଇଥିବା ଗାଦି ବେର୍ଚୋନ ବଲରୁ ନିୟନ୍ତ୍ରଣକୁ ଆଣି ଗୋଲ ଦେବା ଆରମ୍ଭ କରିଥିଲେ ।

34ତମ ମିନିଟରେ କାଜଲଙ୍କ ହ୍ୟାଣ୍ଡବଲ ଯୋଗୁ ଫ୍ରି-କିଜ ପାଇଥିଲା ବ୍ରାଜିଲ । ମାତ୍ର ଗାବ୍ରିଏଲ ବୋର୍ଚୋନଙ୍କୁ ରାଇଟ ଫୁଟ ସଟ ଗୋଲପୋଷ୍ଟ ବାହାରେ ଚାଲି ଯାଇଥିଲା । ବ୍ରାଜିଲ ଆକ୍ରମଣ ପ୍ରକ୍ରିୟା ଜାରି ରହିଥିଲା । 40 ତମ ମିନିଟରେ ଆନା ଫ୍ଲାରିଆଙ୍କୁ ପାସକୁ ଗୋଲରେ ପରିଣତ କରିଥିଲେ ଆଲିନେ । ପ୍ରଥମାର୍ଦ୍ଧରେ ଶେଷ ସୁଦ୍ଧା ବ୍ରାଜିଲ 2-0ଗୋଲରେ ଆଗୁଆ ରହିଥିଲା । ଦ୍ବିତୀୟାର୍ଦ୍ଧରେ ଭାରତର ପ୍ରଦର୍ଶନରେ ପରିବର୍ତ୍ତନ ଆସିନଥିଲା । ଦ୍ବିତୀୟାର୍ଦ୍ଧରେ 6 ମିନିଟ ପରେ ବ୍ରାଜିଲ ପକ୍ଷରୁ ଆଲିନେ ବ୍ୟକ୍ତିଗତ 3ଟି ଗୋଲ୍‌ କରିଥିଲେ । ମ୍ୟାଚର ଶେଷ ସୁଦ୍ଧା ବ୍ରାଜିଲ 5ଟି ଗୋଲ କରିଥିବାବେଳେ ଭାରତ 0ରେ ରହିଥିଲା । ଆମେରିକା ଓ ମରକ୍କୋଠୁ ହାରିବା ପରେ ଭାରତ କ୍ବାର୍ଟର ଦୌଡରୁ ବାଦ ପଡିଥିଲା ।

ଏହା ବି ପଢନ୍ତୁ...Warm Up Match: ଶେଷ ଓଭରରେ କମାଲ କଲେ ସାମି, ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ପ୍ରଥମ ମ୍ୟାଚରେ ଭାରତ ଆମେରିକାଠୁ 8-0, ଦ୍ବିତୀୟ ମୁକାବିଲାରେ ମରକ୍କୋଠୁ 3-0 ଓ ଶେଷ ମ୍ୟାଚରେ ବ୍ରାଜିଲଠୁ 5-0ରେ ପରାସ୍ତ ହୋଇ ଅଭିଯାନ ଶେଷ କରିଛି । କ୍ବାର୍ଟର ଫାଇନାରେ ଆମେରିକା, ନାଇଜେରିଆ, ବ୍ରାଜିଲ ଓ ଜାପାନ ପହଁଚି ସାରିଛନ୍ତି । ମରକ୍କୋ ଆମେରିକାଠୁ ପରାସ୍ତ ଗ୍ରୁପରେ ତୃତୀୟ ସ୍ଥାନରେ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details