ଓଡିଶା

odisha

ETV Bharat / sports

ଅଲ୍ଟିମେଟ୍ ଖୋ ଖୋ ସିଜନ ୨: ଉଦଘାଟନୀ ମ୍ଯାଚରେ ଓଡିଶା ଜଗରନଟ୍ସ ବିଜୟୀ

Ultimate Kho Kho Season 2: କଟକରେ ଆରମ୍ଭ ହୋଇଯାଇଛି ଅଲ୍ଟିମେଟ୍ ଖୋ ଖୋ ଦ୍ବିତୀୟ ସଂସ୍କରଣ । ଉଦଘାଟନି ମ୍ୟାଚ୍‌ରେ ରାଜସ୍ଥାନ ୱାରିୟର୍ସକୁ ହରାଇଲା ଓଡ଼ିଶା ଜଗରନଟ୍ସ ବିଜୟୀ । ଅଧିକ ପଢ଼ନ୍ତୁ

ଅଲ୍ଟିମେଟ୍ ଖୋ ଖୋ
Ultimate Kho Kho Season 2

By ETV Bharat Odisha Team

Published : Dec 25, 2023, 9:08 AM IST

Updated : Dec 25, 2023, 12:46 PM IST

Ultimate Kho Kho

କଟକ:ରବିବାରଠାରୁ ଜବାହରଲାଲ ନେହେରୁ ଇନଡ଼ୋର ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ଅଲ୍ଟିମେଟ୍ ଖୋ ଖୋ ଦ୍ବିତୀୟ ସଂସ୍କରଣ । ଡିଫେଣ୍ଡିଂ ଚମ୍ପିଆନ ଓଡ଼ିଶା ଜଗରନଟ୍ସ ଓ ରାଜସ୍ଥାନ ୱାରିୟର୍ସ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯାଇଥିଲା । ଦୁଇ ଟିମ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା । ୱାରିୟର୍ସକକୁ ହରାଇ ଜଗରନଟ୍ସ ବିଜୟୀ ହୋଇଛି । ଏହି ମ୍ୟାଚରେ ଅକ୍ଷୟ ମସାଲ ସର୍ବାଧିକ ୮ ପଏଣ୍ଟ ସ୍କୋର୍‌ କରି ଓଡିଶା ଜଗରନଟ୍ସକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ । ରନିଂ ଓ ଚେଜିଂରେ ଓଡିଶା ଦଳର ଭଲ ପ୍ରଦର୍ଶନ କରିଥିଲା । ରୋହନ ସିଙ୍ଗାଡ଼େ, ଅବିନାଶ ଦେଶାଇ ଓ ଗୌତମ ଏମକେ ୪ ମିନିଟରୁ ଅଧିକ ସମୟ ମ୍ୟାଚରେ ରହି ସିଜିନର ପ୍ରଥମ ବିଜୟ ହାସଲ କରିଥିଲେ ।

ବିଜୟ ହେବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଥିଲେ ଦୁଇ ଦଳ । ଟସ୍‌ ଜିତି ପ୍ରଥମେ ରନିଂ ନିଷ୍ପତି ନେଇଥିଲା ରାଜସ୍ଥାନ । ପ୍ରଥମ ଇନିଂସରେ ରନିଂ ଓ ଚେଜିଂରେ ଓଡିଶା ଦଳ ଚମତ୍କାର ପ୍ରଦର୍ଶନ କରି 19-10 ବ୍ୟବଧାନରେ ଆଗରେ ରହିଥିଲା । ଏହାପରେ ଦ୍ବିତୀୟ ଇନିଂସରେ 28 ମନିଟରେ 35-27 ବ୍ୟବଧାନରେ ରାଜସ୍ଥାନଠାରୁ ଆଗରେ ରହି ବିଜୟୀ ହୋଇଥିଲା ଓଡିଶା ଜଗରନଟ୍ସ ।

ଉଦଘାଟନୀ ମ୍ୟାଚରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସୁଧାଂଶୁ ମିତ୍ତଲ, ଅଧ୍ୟକ୍ଷ, ଖୋ ଖୋ ଫେଡ଼େରେଶନ ଅଫ୍ ଇଣ୍ଡିଆ ପ୍ରମୁଖ ଯୋଗ ଦେଇଥିଲେ। ତେବେ ଏହ ପ୍ରତିଯୋଗିତା ରବିବାରଠୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଜାନୁଆରୀ 13 ପର୍ଯ୍ୟନ୍ତ ଚାଲିବ । ରାଜ୍ୟ ସରକାର ମେଗା କ୍ରୀଡା ଆୟୋଜନରେ ଦେଶ ବ୍ୟାପି ଏକ ମାଇଲଷ୍ଟୋନ ତିଆରି କରିଥିବା ବେଳେ ଆଗମୀ ଦିନରେ ଓଡ଼ିଶାରେ ଖୋ' ଖୋ' କ୍ରୀଡ଼ାର ବ୍ୟାପକ ପ୍ରସାର କରିବା ପାଇଁ ତୃଣମୂଳ ସ୍ତରରେ ଅନେକ ଯୋଜନାମାନ ହାତକୁ ନିଆଯିବ ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟସ୍ତରୀୟ ଖୋ ଖୋ ଚମ୍ପିଆନସିପ୍‌ ଉଦଘାଟିତ, ଅଂଶଗ୍ରହଣ କରିଛନ୍ତି ୧୨୦୦ ଖେଳାଳି

ଅଲ୍ଟିମେଟ୍ ଖୋ' ଖୋ' ଦ୍ବିତୀୟ ସଂସ୍କରଣ ପ୍ରତିଷ୍ଠିତ ଭାରତୀୟ କର୍ପୋରେଟ୍ ସଂସ୍ଥା ଓ କ୍ରୀଡ଼ା ନିବେଶକଙ୍କ ମାଲିକାନା ଅଧିନରେ ୬ଟି ଟିମ୍ ସାମିଲ ରହିଛନ୍ତି । ୬ଟି ଦଳ ହେଉଛନ୍ତି, ଓଡ଼ିଶା ଜଗରନଟ୍ସ ଓ ରାଜସ୍ଥାନ ୱାରିୟର୍ସ, ଚେନ୍ନାଇ କ୍ୱିକ୍ ଗନ୍ସ, ଗୁଜରାଟ ଜିଆଣ୍ଟସ୍‌, ମୁମ୍ବାଇ ଖିଲାଡିସ୍ ଓ ଶେଷ ସଂସ୍କରଣର ରନର୍ସ-ଅପ୍ ତେଲୁଗୁ ୟୋଦ୍ଧାସ୍ ଟିମ୍‌ । ଏହି ଲିଗ୍‌ର ସମସ୍ତ ମ୍ୟାଚଗୁଡ଼ିକ ସୋନି ସ୍ପୋର୍ଟସ୍ ନେଟଓ୍ବାର୍କ ଚ୍ୟାନେଲରେ ଲାଇଭ୍ ପ୍ରସାରଣ ହେଉଛି ।

ଇଟିଭି ଭାରତ, କଟକ

Last Updated : Dec 25, 2023, 12:46 PM IST

ABOUT THE AUTHOR

...view details