ଓଡିଶା

odisha

ETV Bharat / sports

ଅଲ୍ଟିମେଟ ଖୋ ଖୋ ସିଜନ ୨: ମଉଳିଲା ଜଗରନଟ୍ସର ଫାଇନାଲ ଆଶା, ସେମିରେ ଗୁଜୁରାଟ ଠାରୁ ପରାସ୍ତ - ଅଲ୍ଟିମେଟ ଖୋ ଖୋ

Ultimate Kho Kho Season 2: ସେମିଫାଇନାଲରେ ହାରିଲା ଓଡିଶା । ଫାଇନାଲରେ ଗୁଜୁରାଟ ଓ ଚେନ୍ନାଇ ମୁହାଁମୁହିଁ ହେବେ । ଅଧିକ ପଢନ୍ତୁ

ଅଲ୍ଟିମେଟ ଖୋ ଖୋ
Ultimate Kho Kho

By ETV Bharat Odisha Team

Published : Jan 12, 2024, 10:57 AM IST

କଟକ: ଅଲ୍ଟିମେଟ୍ ଖୋ ଖୋ ସିଜିନ 2ରେ ଡିଫେଣ୍ଡିଙ୍ଗ ଚମ୍ପିଆନ ଓଡିଶା ଜଗରନଟ୍ସର ଫାଇନାଲରେ ପ୍ରବେଶ କରିବାର ଆଶା ଧୂଳିଶାତ ହୋଇଛି। ସେମିଫାଇନାଲରେ ଗୁଜୁରାଟ ଜିଆଂଟ୍ସ ଠାରୁ ପରାଜିତ ହୋଇ ଅଭିଯାନ ଶେଷ କରିଛି ଓଡିଶା ଦଳ । ଗୁରୁବାର ଖେଳାଯାଇଥିବା ପ୍ରଥମ ସେମିରେ ଓଡିଶା ଜଗରନଟ୍ସକୁ 29-27 ହରାଇ ଫାଇନାଲରେ ପ୍ରବେଶ କରିଛି ଗୁଜୁରାଟ । ସେହିପରି ଦ୍ବିତୀୟ ସେମିରେ ଚେନ୍ନାଇ କ୍ୱିକ ଗନ୍ସ, ତେଲୁଗୁ ୟୋଦ୍ଧାସକୁ 31-29 ରେ ପରାଜିତ କରି ଫାଇନାଲରେ ପ୍ରବେଶ କରିଛି । ଜାନୁଆରୀ 13ତାରିଖରେ ଫାଇନାଲ ମ୍ୟାଚରେ ଗୁଜୁରାଟ ଓ ଚେନ୍ନାଇ ମୁହାଁମୁହିଁ ହେବେ ।

ପ୍ରଥମ ସେମିରେ ଘରୋଇ ଓଡିଶା ଓ ଗୁଜୁରାଟ ମଧ୍ୟରେ ମୁକାବିଲା ହୋଇଥିଲା । ପ୍ରଥମ ଟର୍ନରେ ଓଡିଶା 10 ପଏଣ୍ଟ ପାଇଥିବା ବେଳେ ଗୁଜୁରାଟ 5 ପଏଣ୍ଟ ପାଇଥିଲା । ଦ୍ବିତୀୟ ଟର୍ନରେ ଜୋରଦାର ସଂଘର୍ଷ କରି ଗୁଜୁରାଟ 14 ପଏଣ୍ଟ ହାସଲ କରିଥିବା ବେଳେ ଓଡିଶା ଦଳ ଗୋଟିଏ ବି ପଏଣ୍ଟ ହାସଲ କରିନଥିଲା । ଫଳରେ ପ୍ରଥମାର୍ଦ୍ଧରେ ଗୁଜୁରାଟ 9 ପଏଣ୍ଟରେ ଆଗୁଆ ରହିଥିଲା । ଦ୍ବିତୀୟ ଅର୍ଦ୍ଧର ପ୍ରଥମ ଟର୍ନରେ ଓଡିଶା 14 ପଏଣ୍ଟ ହାସଲ କରିଥିଲା । ଏହାପରେ 24-19ରେ ଆଗୁଆ ରହିଥିଲା ଓଡିଶା । ଶେଷ ତଥା ଚତୁର୍ଥ ଟର୍ନରେ ଗୁଜୁରାଟ 6 ପଏଣ୍ଟ ହାସଲ କରି ବିଜୟୀ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଅଲ୍ଟିମେଟ୍ ଖୋ ଖୋ ସିଜନ ୨: ଉଦଘାଟନୀ ମ୍ଯାଚରେ ଓଡିଶା ଜଗରନଟ୍ସ ବିଜୟୀ

ସେମି ଫାଇନାଲ ମ୍ୟାଚରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ରାଜ୍ୟ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଓ ଅର୍ଜୁନ ପୁରସ୍କାର ବିଜେତା ତଥା ଇଣ୍ଡିଆନ ଖୋ ଖୋ ଟିମ ଅଧିନାୟକ ନସରିନ ଆଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଓଡିଶାରେ ଖୋ ଖୋ ଭଳି ସ୍ୱଦେଶର କ୍ରୀଡା ସମେତ ଦେଶରେ କ୍ରୀଡାର ବିକାଶ ଓ ପ୍ରଚାରପ୍ରସାର କ୍ଷେତ୍ରରେ ଆଗ ଧାଡିରେ ରହିଛି । ଅଲ୍ଟିମେଟ ଖୋ ଖୋରେ ଏକ ଫ୍ରାଞ୍ଜାଚାଇଜ ରଖିବା ବ୍ୟତୀତ ଓଡିଶା ଏଏମ୍ଏନ୍ଏସ୍ ଇଣ୍ଡିଆ ସହ ମିଶି ଖୋ ଖୋ ପାଇଁ ଏକ ଉଚ୍ଚ ପ୍ରଦର୍ଶନକ୍ଷମ କେନ୍ଦ୍ର ସ୍ଥାପନ କରୁଛି । ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନଙ୍କ ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ୟୁକେ ସ୍ଥିତ ବିଏନ୍ପି ଗ୍ରୁପ୍ ସୌଜନ୍ୟରେ ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗରେ ପରିଣତ ହୋଇଥିବା ଉପସ୍ଥିତ ଅତିଥି ମତ ରଖିଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details