ହାଇଦ୍ରାବାଦ: ପୁନେରେ ଆୟୋଜିତ ହୋଇଥିବା ଅଲ୍ଟିମେଟ ଖୋଖୋ ଲିଗ ( Ultimate Kho Kho league ) ମ୍ୟାଚରେ ଓଡିଶା ଜଗର୍ନଟସ ଫାଇନାଲରେ ପ୍ରବେଶ କରିଛି । ଏନେଇ ଖେଳକୁ ସବୁବେଳେ ପ୍ରତ୍ସାହିତ କରି ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଜଗର୍ନଟ୍ସର ଏହି ସଫଳତା ପାଇଁ ପ୍ରଶିକ୍ଷକ ଏବଂ ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଲ୍ଟିମେଟ ଖୋଖୋ ପ୍ରଥମ ଲିଗ ମ୍ୟାଚରେ ଓଡିଶା ଜଗର୍ନଟ୍ସ ( Odisha Juggernauts ) ଉତ୍ତମ ପ୍ରଦର୍ଶନ ଜାରି ରଖିଛି । ଶୁକ୍ରବାର ପୁନେରେ ଖେଳାଯାଇଥିବା କ୍ବାଲିଫାୟର ମ୍ୟାଚରେ ଓଡିଶା ଜଗର୍ନଟ୍ସ ପ୍ରତିନ୍ଦ୍ବନ୍ଦୀ ଦଳ ଗୁଜୁରାଟ ଜାୟଣ୍ଟସ୍ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ରବିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ପ୍ରବେଶ କରିଛି ।
Ultimate Kho Kho league: ଫାଇନାଲରେ ଓଡିଶା ଜଗର୍ନଟ୍ସ, ଶୁଭକାମନା ଜଣାଇଲେ ନବୀନ - ଓଡିଶା ଜଗର୍ନଟସ
ଓଡିଶା ଜଗର୍ନଟ୍ସ ( Odisha Juggernauts ) ପ୍ରତିନ୍ଦ୍ବନ୍ଦୀ ଦଳ ଗୁଜୁରାଟ ଜାୟଣ୍ଟସ୍ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ରବିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ପ୍ରବେଶ କରିଛି । ଏନେଇ ନବୀନ ପଟ୍ଟନାୟକ ଓଡିଶା ଜଗର୍ନଟ୍ସକୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ
ତେବେ ଓଡିଶା ଜଗର୍ନଟ୍ସ ଅଲ୍ଟିମେଟ ଖୋ ଖୋ ଲିଗରେ ଉତ୍ତମ ପ୍ରଦର୍ଶନ ଏବଂ ଫାଇନାଲ ମ୍ୟାଚରେ କ୍ବାଲିଫାଏ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଖେଳାଳି ମାନଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରତ୍ସାହିତ କରିବା ସହିତ ସେମାନଙ୍କୁ ଫାଇନାଲ ମ୍ୟାଚ ପାଇଁ ଶୁଭକାମନା ଜଣାଇଛନ୍ତି । ସେହିପରି ଖେଳାଳି ମାନେ ଓଡିଶା ସରକାରଙ୍କର ସମର୍ଥନ ପାଇଁ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଫାଇନାଲ ମ୍ୟାଚରେ ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଅଲ୍ଟିମେଟ ଖୋ ଖୋ ଲିଗର ଟ୍ରଫି ନେଇ ଓଡିଶା ଫେରିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ।
ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଓଡିଶା ଜଗର୍ନଟ୍ସ ଆକ୍ରମଣାତ୍ମକ ପ୍ରଦର୍ଶନ ଜାରି ରଖି (5୭-୪୩) ୧୪ ପଏଣ୍ଟ ବ୍ୟବଧାନରେ ପ୍ରତିଦ୍ବନ୍ଦୀ ଗୁଜୁରାଟ ଜାୟଣ୍ଟସକୁ ପରାସ୍ତ କରିଥିଲା । ସୂରଜ ଲାଣ୍ଡେ ଓ ସୂର୍ଯ୍ୟାସ ଗାର୍ଗାଟେଲ ଉତ୍ତମ ପ୍ରଦର୍ଶନ କରି ଦଳକୁ ଫାଇନାଲ ମ୍ୟାଚରେ ପ୍ରବେଶ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆସନ୍ତାକାଲି ( ରବିବାର ) ଅଲ୍ଟିମେଟ ଖୋ ଖୋ ଲିଗର ଫାଇନାଲ ମ୍ୟାଚ ଖେଳାଯିବ ।