ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଅଲମ୍ପିକ ଖେଳ ଚାଲିଥିବାରୁ ଏବେ ସମଗ୍ର ବିଶ୍ବର ନଜର ଏହି ସହର ଉପରେ ରହିଛି । ବିଶ୍ବ କ୍ରୀଡାର ମହକୁମ୍ଭ ଅଲମ୍ପିକ ପାଇଁ COVID-୧୯ ସଂକ୍ରମଣ ସତ୍ତ୍ବେ ପ୍ରତିଯୋଗିତା ସଫଳତାର ସହ ଶେଷ ପର୍ଯ୍ୟାୟରେ ରହିଛି । ରବିବାର (ଅଗଷ୍ଟ ୮) ଟୋକିଓ ଅଲମ୍ପିକ୍ର ଉଦଯାପନୀ ସମାରୋହ ରହିଛି ।
ତେବେ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ପ୍ରଶାନ୍ତ ମହାସାଗର ପଟୁ ରବିବାର ଏକ ଝଡବାତ୍ୟା ଟୋକିଓ ଓ ଏହାର ପାଶ୍ବବର୍ତ୍ତୀ ଅଞ୍ଚଳ ଆଡକୁ ମାଡିଆସୁଛି । ଏହି ସାମୁଦ୍ରିକ ଝଡର ନାମ 'ମିରିନାଏ' ରହିଥିବାବେଳେ, ସମୁଦ୍ରରେ ଘଣ୍ଟା ପ୍ରତି ୩୦ କିଲୋମିଟର ବେଗରେ ଦକ୍ଷିଣ ଜାପାନିଜ୍ ଆର୍ଚିପେଲାଗୋ ଆଡକୁ ଗତି କରୁଛି । ଜାପାନ ମେଟ୍ରୋଲୋଜିକାଲ ଏଜେନ୍ସି ଶନିବାର ଉଚ୍ଚ ଜୋରଦାର ପବନ ଓ ଉଚ୍ଚ ଜୁଆର ଉଠିବା ନେଇ ଚେତାବନୀ ଦେଇଛି ।