ଓଡିଶା

odisha

ETV Bharat / sports

National Weight Lifting: ଓଡିଶାର ଦୁଇ ମହିଳା ଖେଳାଳିଙ୍କୁ ବ୍ରୋଞ୍ଜ - ଝିଲି ଦଳବେହେରା

ଆରଏସପିବି ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଓଡ଼ିଆ ଖେଳାଳି ଝିଲି ଦଳବେହେରା ବରିଷ୍ଠ ମହିଳା ବର୍ଗରେ ସ୍ନାଚ୍‌ରେ 76 କିଲୋଗ୍ରାମ ଏବଂ କ୍ଲିନ ଆଣ୍ଡ ଜର୍କରେ 93କିଲୋଗ୍ରାମ ସହ ମୋଟ 169କିଲୋଗ୍ରାମ ଭାର ଉତ୍ତୋଳନ କରି ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଅଧିକ ପଢନ୍ତୁ

national weight lifting championship: two odia weightlifter won bronze medal
National Weight Lifting: ଓଡିଶାର ଦୁଇ ମହିଳା ଖେଳାଳିଙ୍କୁ ବ୍ରୋଞ୍ଜ

By

Published : Mar 22, 2022, 10:52 PM IST

ଭୁବନେଶ୍ବର: ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଦୁଇ ଓଡ଼ିଆ ଖେଳାଳିଙ୍କୁ ବ୍ରୋଞ୍ଜ ପଦକ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଜାତୀୟ ଭାରୋତ୍ତୋଳନ ଚାମ୍ପିୟନସିପର (national weight lifting championship) ଆଜି ସନ୍ଧ୍ୟା ସୁଦ୍ଧା ମିଳିଥିବା ଫଳାଫଳ ଅନୁସାରେ ଓଡିଶାର ଦୁଇ ମହିଳା ଖେଳାଳି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଆରଏସପିବି ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଓଡ଼ିଆ ଖେଳାଳି ଝିଲି ଦଳବେହେରା ବରିଷ୍ଠ ମହିଳା ବର୍ଗରେ ସ୍ନାଚ୍‌ରେ 76 କିଲୋଗ୍ରାମ ଏବଂ କ୍ଲିନ ଆଣ୍ଡ ଜର୍କରେ 93କିଲୋଗ୍ରାମ ସହ ମୋଟ 169କିଲୋଗ୍ରାମ ଭାର ଉତ୍ତୋଳନ କରି ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହି ବର୍ଗରେ ମଣିପୁରର ଜୀନାରାଣୀ ଦେବୀ ମୋଟ 175 କିଲୋଗ୍ରାମ ଭାର ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଆରଏସପିବିର ସଞ୍ଜୀତା ଚାନୁ ମୋଟ 174 କିଲୋଗ୍ରାମ ଭାର ଉତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଛନ୍ତି ।

ସେହିପରି 49 କିଲୋଗ୍ରାମ ଆନ୍ତଃରାଜ୍ୟ ବରିଷ୍ଠ ମହିଳା ବର୍ଗରେ ଓଡିଶାର ସ୍ନେହା ସୋରେନ ସ୍ନାଚ୍‌ରେ 75କିଲୋଗ୍ରାମ ଏବଂ କ୍ଲିନ ଆଣ୍ଡ ଜର୍କରେ 91କିଲୋଗ୍ରାମ ସହ ମୋଟ 166କିଲୋଗ୍ରାମ ଭାର ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । 49 କିଲୋଗ୍ରାମ ୟୁଥ ମହିଳା ବର୍ଗରେ ପଣ୍ଡିଚେରୀର ଭି. ମଧୁମିତା ମୋଟ 155କିଲୋଗ୍ରାମ ଭାର ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଓ ଉତ୍ତରପ୍ରଦେଶର ନିଲମ ପଟେଲ 152 କିଲୋଗ୍ରାମ ଭାର ଉତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଛନ୍ତି ।

ନୀଳମ ଏହି ବର୍ଗରେ ସ୍ନାଚ୍‌ରେ ସର୍ବାଧିକ 67କିଲୋଗ୍ରାମ ଭା ଉତ୍ତୋଳନ କରି ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ତାମିଲନାଡୁର ଭି. ରିଥିକା ମୋଟ 150 କିଲୋଗ୍ରାମ ଭାର ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । 49କିଲୋଗ୍ରାମ ଜୁନିୟର ମହିଳା ବର୍ଗରେ ମହାରାଷ୍ଟ୍ରର ସାକ୍ଷୀ ମହାସକେ ମୋଟ 168 କିଲୋଗ୍ରାମ ଭାର ଉତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଛତିଶଗଡର ଜ୍ଞାନେଶ୍ବରୀ ଯାଦବ161 କିଲୋଗ୍ରାମ ଭାର ଉତ୍ତୋଳନ କରି ରୌପ୍ୟ ପଦକ ଏବଂ ପଣ୍ଡିଚେରୀର ଭି. ମଧୁମିତା 155କିଲୋଗ୍ରାମ ଭାର ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details