ଭୁବନେଶ୍ବର:ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିୟନସିପରେ ଚମକିଲେ ଓଡ଼ିଆ ଆଥଲେଟ । ଆସାମର ଗୌହାଟିରେ 36ତମ ଜାତୀୟ ଜୁନିଅର ଆଥଲେଟିକ୍ସ ଚାମ୍ପିୟନସିପ 2021 ଅନୁଷ୍ଠିତ ହୋଇଛି । ଏଥିରେ ଦୁଇ ଓଡ଼ିଆ ଆଥଲେଟ ସବିତା ଟପ୍ପୋ ଓ ରାଜେନ୍ଦ୍ର ସିନ୍ଧୁ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
ସବିତା 80 ମିଟର ହର୍ଡଲ୍ସ ଦୌଡ଼ରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ପୁରୁଷ ବିଭାଗରେ ରାଜେନ୍ଦ୍ର ସିନ୍ଧୁ ମଧ୍ୟ 80 ମିଟର ହର୍ଡଲ୍ସ ଦୌଡ଼ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହାପୂର୍ବରୁ ଫେବ୍ରୁଆରୀ 6 ତାରିଖରେ ସବିତା 16 ବର୍ଷୀୟ ବିଭାଗର ଲଙ୍ଗ୍ ଜମ୍ପରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ସେ 5.59 ମିଟର ଲଙ୍ଗ୍ ଜମ୍ପ କରି ଏହି ପଦକ ହାସଲ କରିଛନ୍ତି। ସେହିଭଳି ଆଉ ଜଣେ ଆଥଲେଟ ମନିଷା ମେରେଲ 20 ବର୍ଷୀୟ ବିଭାଗରେ 5.63 ମିଟର ଲଙ୍ଗ୍ ଜମ୍ପ କରିଛନ୍ତି ।