ଭୁବନେଶ୍ବର:ରାଜଧାନୀ ଭୁବନେଶ୍ବର ଓ ରାଉରକେଲାର ଜାରି ରହିଛି FIH ପୁରୁଷ ହକି ବିଶ୍ବକପ । ପଞ୍ଚମ ଦିନରେ ପହଞ୍ଚିଛି ବିଶ୍ବକପ ଲଢେଇ । ଆଜି ମୋଟ 2ଟି ମ୍ୟାଚ ଖେଳାଯିବ । ଗ୍ରୁପ ବିର 4 ଦଳଙ୍କ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । କୋରିଆ ବନାମ ଜାପାନ ଓ ଜର୍ମାନୀ ବନାମ ବେଲଜିୟମ ମଧ୍ୟରେ ମୁକାବିଲା ହେବ । ଏ ଦୁଇଟି ଯାକ ମୁକାବିଲା ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଷ୍ଟାର୍ ସ୍ପୋର୍ଟ୍ସ ନେଟୱାର୍କ, ଡିଜନୀ ହଟଷ୍ଟାର ଓ ୱାଚ ହକି.କମରେ ମ୍ୟାଚ ଦେଖିପାରିବେ ହକିପ୍ରେମୀ । ନଜର ପକାନ୍ତୁ ଆଜିର ମ୍ୟାଚ ଉପରେ ।
ବିଶ୍ବକପର ଦ୍ବିତୀୟ ଦିନରେ କୋରିଆ ଓ ବେଲିଜିୟମ ମଧ୍ୟରେ ମୁକାବିଲା ହୋଇଥିଲା । କୋରିଆକୁ ପରାସ୍ତ କରିଥିଲା ବେଲଜିୟମ । ବେଲିଜିୟମ ଗୋଟିଏ ମ୍ୟାଚ ଖେଳି ଜିତିଥିବାବେଳେ କୋରିଆ ବିଜୟ ସ୍ବାଦ ଚାଖିନାହିଁ । ଆଜି ଜାପାନ ସହ କୋରିଆର ମୁକାବିଲା ହେବ । ଜାପାନକୁ ହରାଇ ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ରହିଛି କୋରିଆ । ଜାପାନ ମଧ୍ୟ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛି । ପ୍ରଥମ ମୁକାବିଲାରେ ଜର୍ମାନୀଠୁ ପରାସ୍ତ ହୋଇଥିଲା ଜାପାନ ।
ଏହା ବି ପଢନ୍ତୁ...Hockey World Cup 2023: ପଏଣ୍ଟ ବାଣ୍ଟିଲେ ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା, ୩-୩ ଗୋଲରେ ମ୍ୟାଚ୍ ଡ୍ର
ସେହିପରି ଅନ୍ୟ ଏକ ମ୍ୟାଚରେ ବେଲିଜିୟମ ଓ ଜର୍ମାନୀ ମଧ୍ୟରେ ମୁକାବିଲା ହେବ । ଜର୍ମାନୀ ତାର ପ୍ରଥମ ମୁକାବିଲାରେ ଜାପାନକୁ 3-0 ଗୋଲରେ ପରାସ୍ତ କରିଥିଲା । ଜର୍ମାନୀ ଓ ବେଲଜିୟମ ଗୋଟିଏ ଲେଖାଏଁ ବିଜୟ ହାସଲ କରିଛନ୍ତି । ଆଜି ଉଭୟ ଦଳ ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛନ୍ତି । କୋରିଆ ଓ ଜାପାନ ମଧ୍ୟରେ ଅପରାହ୍ନ 5ଟାରେ ମ୍ୟାଚ୍ ଖେଳାଯିବ । ସେହିପରି ଜର୍ମାନୀ ଓ ବେଲଜିୟମ ମଧ୍ୟରେ ରାତି 7ଟାରେ ମ୍ୟାଚ ଅନୁଷ୍ଠିତ ହେବ ।
ଏହା ବି ପଢନ୍ତୁ...ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଟ୍ବିଟରରେ ପୋଷ୍ଟ କଲେ ଋଷଭ ପନ୍ତ, କଠିନ ସମୟରେ ସପୋର୍ଟ ପାଇଁ ଦେଲେ ଧନ୍ୟବାଦ
ପ୍ରକାଶ ଥାଉ କି, ଜାନୁଆରୀ 13 ତାରିଖରୁ ପୁରୁଷ ହକି ବିଶ୍ବକପ ଆରମ୍ଭ ହୋଇଛି । ଏଯାଏଁ ମୋଟ 28ଟି ମ୍ୟାଚ ଖେଳାଯାଇଛି । ଗତକାଲି(ସୋମବାର) ଚତୁର୍ଥ ଦିନରେ 4ଟି ମ୍ୟାଚ ଖେଳାଯାଇଥିଲା । ନ୍ୟୁଜିଲାଣ୍ଡକୁ ହରାଇ ନେଦରଲାଣ୍ଡସ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡରୁ 4-0 ଗୋଲରେ ପରାସ୍ତ କରି କ୍ବାର୍ଟର ଫାଇନାଲରେ ଏକପ୍ରକାର ସ୍ଥାନ ନିଶ୍ଚିତ କରିଛି । 2ଟି ବିଜୟ ସହ ନେଦରଲାଣ୍ଡସ 6 ପଏଣ୍ଟ ପାଇ ପୁଲ ସିରେ ଶୀର୍ଷ ସ୍ଥାନକୁ ଆହୁରି ସୁଦୃଢ କରିଛି । ସେହିପରି ଅନ୍ୟ ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକାରୁ ପରାସ୍ତ କରି ଫ୍ରାନ୍ସ ବିଜୟ ସ୍ବାଦ ଚାଖିଛି । ଦକ୍ଷିଣ ଆଫ୍ରିକାକୁ 2-1 ଗୋଲରେ ପରାସ୍ତ କରିଛି ଫ୍ରାନ୍ସ । ଆଉ ଏକ ମ୍ୟାଚରେ ମାଲେସିଆ 3-2 ଗୋଲରେ ଚିଲିକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯାଥିବା ମ୍ୟାଚ 3-3 ଗୋଲରେ ଡ୍ର ହୋଇଛି ।