ତୁତିକୋରିନ: ଆଜିଠାରୁ ତାମିଲନାଡୁର ତୁତିକୋରିନରେ ଆରମ୍ଭ ହେବ ଜାତୀୟ କାଇଟବୋଟିଂ ଚାମ୍ପିଅନସିପର ତୃତୀୟ ସଂସ୍କରଣ । ଏଥିରେ ଦେଶର 50 ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଚାମ୍ପିଅନସିପ୍ ରେଗାଟା ସେଲିଂର ରେସିଂ ନିୟମ ଦ୍ୱାରା ପରିଚାଳିତ ହେବ ।
ତୁତିକୋରିନରେ ଆଜିଠୁ ଆରମ୍ଭ ହେଉଛି ଜାତୀୟ କାଇଟବୋଟିଂ ଚାମ୍ପିଅନସିପ୍ - ଜାତୀୟ କାଇଟବୋଟିଂ ଚାମ୍ପିଅନସିପ
ଆଜିଠାରୁ ତାମିଲନାଡୁର ତୁତିକୋରିନରେ ଆରମ୍ଭ ହେବ ଜାତୀୟ କାଇଟବୋଟିଂ ଚାମ୍ପିଅନସିପର ତୃତୀୟ ସଂସ୍କରଣ । ଭାଗ ନେବେ 50 ରୁ ଅଧିକ ପ୍ରତିଯୋଗୀ । ଅଧିକ ପଢନ୍ତୁ
ଆଜିଠାରୁ ତୁତିକୋରିନରେ ଆରମ୍ଭ ହେବ ଜାତୀୟ କାଇଟବୋଟିଂ ଚାମ୍ପିଅନସିପ
ୟାଚିଂ ଆସୋସିଏସନ୍ ଅଫ୍ ଇଣ୍ଡିଆର (YAI) ସଭାପତି ଆଡମିରାଲ୍ କରାମବୀର ସିଂଙ୍କ କହିବା ଅନୁଯାୟୀ, ''ତୁତିକୋରିନ ହେଉଛି ଭାରତର ପବନ ଉପକୂଳ ମଧ୍ୟରୁ ଅନ୍ୟତମ । ଯାହାକି ପବନ ଭିତ୍ତିକ ଜଳ କ୍ରୀଡ଼ା ଆୟୋଜନ କରିବା ଏବଂ ଦେଶର କେତେକ ଶ୍ରେଷ୍ଠ ଆଥଲେଟେଙ୍କୁ ତାଲିମ ଏବଂ ପ୍ରତିଯୋଗିତା ପାଇଁ ଏକ ଉପଯୁକ୍ତ ସ୍ଥାନ ।"
ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, YAI ତତ୍ବାବଧାନରେ ୩ଦିନ ଧରି ଏହି ପ୍ରତିଯୋଗିତାର ଆୟୋଜ କରାଯିବ । ତାମିଲନାଡୁ ସେଲିଂ ଆସୋସିଏସନ ଏବଂ ଚେନ୍ନାଇ ସେଲିଂ ଏକାଡେମୀ ଦ୍ୱାରା ଏହାର ଆୟୋଜନ କରାଯାଉଛି । ଆଜି ଉଦଘାଟନୀ ସମାରୋହରେ ତୁତିକୋରିନ କଲେକ୍ଟର ଉପସ୍ଥିତ ରହିବେ ।