ଓଡିଶା

odisha

ETV Bharat / sports

କାରଗିଲ‌ରେ ଖୋଲିବ ଆଇଆଇଏସଏମର ଶାଖା, ପର୍ଯ୍ୟଟନ ରାଜ୍ୟ ମନ୍ତ୍ରୀଙ୍କ ଘୋଷଣା - କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ

କାରଗିଲରେ ଭାରତୀୟ ସ୍କାଏକିଂ ଓ ପର୍ବତାରୋହଣ ସଂସ୍ଥାନ(IISM)ର ଏକ ଶାଖା ଖୋଲିବା ନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଜ୍ୟ ମନ୍ତ୍ରୀ(ସ୍ବାଧୀତ ଦାୟିତ୍ବ) ପ୍ରହଲ୍ଲାଦ ସିଂହ ପଟେଲଙ୍କ ଘୋଷଣା । ଅଧିକ ପଢନ୍ତୁ...

Tourism Minister announces branch of IISM in Kargil to encourage local talent
କାରଗିଲ୍‌ରେ ଖୋଲିବ ଆଇଆଇଏମଏସର ଶାଖା, ପର୍ଯ୍ୟଟନ ରାଜ୍ୟ ମନ୍ତ୍ରୀଙ୍କ ଘୋଷଣା

By

Published : Jan 25, 2021, 8:30 PM IST

କାରଗିଲ: ଉପତ୍ୟାକା ଅଞ୍ଚଳରେ ଖୋଲିବ ଭାରତୀୟ ସ୍କାଏକିଂ ଓ ପର୍ବତାରୋହଣ ସଂସ୍ଥାନ(IISM)ର ଏକ ଶାଖା । ଜାତୀୟ ପର୍ଯ୍ୟଟନ ଦିବସ ଅବସରରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଜ୍ୟ ମନ୍ତ୍ରୀ(ସ୍ବାଧୀତ ଦାୟିତ୍ବ) ପ୍ରହଲ୍ଲାଦ ସିଂହ ପଟେଲ ଏନେଇ ଘୋଷଣା କରିଛନ୍ତି । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଟ୍ବିଟ ଯୋଗେଁ ମଧ୍ୟ ଘୋଷଣା କରିଛି ।

ଏହି ଘୋଷଣା ସରକାରୀ ପ୍ରୋତ୍ସାହନ ଅପେକ୍ଷାରେ ଥିବା ଯୁବ ଓ ପେଷାଦାର କୋଚଙ୍କୁ ବିଶେଷ ସହାୟକ ହେବ । କାରଗିଲ ଅଞ୍ଚଳର ଉଭୟ ପୁରୁଷ ଓ ମହିଳା ସରକାରୀ ପ୍ରୋତ୍ସାହନ ଅପେକ୍ଷାରେ ରହିଛନ୍ତି । ପ୍ରାୟୋଜକ, କୋଚ ଓ ସହଯୋଗ ଅପେକ୍ଷାରେ ଅନେକ ପ୍ରତିଭା ରହିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଫଳରେ ସହାୟତାର ହାସ ବଢାଇବାକୁ ସେ ପର୍ଯ୍ୟଟନ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ମଧ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details