ନୂଆଦିଲ୍ଲୀ: ଜୁଲାଇ ୨୮ରୁ ଇଂଲଣ୍ଡର ବର୍ମିଂହାମରେକମନୱେଲ୍ଥ ଗେମ୍ସ (CWG) ୨୦୨୨ ଆରମ୍ଭ ହେବାକୁ ଯାଉଛି । ୨୦୧୮ ମସିହା କମନୱେଲ୍ଥ ଗେମ୍ସରେ ଭାରତ ମୋଟ ୬୬ଟି ପଦକ ହାସଲ କରିଥିଲେ। ଏଥିରେ ୨୬ ଟି ସ୍ୱର୍ଣ୍ଣ, ୨୦ଟି ରୌପ୍ୟ ଏବଂ ୨୦ଟି କାଂସ୍ୟ ପଦକ ସାମିଲ ଥିଲା। ଅଷ୍ଟ୍ରେଲିଆ ସର୍ବାଧିକ ୧୯୮ଟି ପଦକ ଜିତି ପଦକ ତାଲିକାରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ମୋଟ ୧୩୬ଟି ପଦକ ସହ ଦ୍ବିତୀୟ ତାଲିକାରେ ରହିଥିଲା । ସେହିପରି ଭାବରେ ଭାରତ ମୋଟ ୬୬ଟି ପଦକ ଜିତି ପଦକ ତାଲିକାରେ ତୃତୀୟ ସ୍ଥାନରେ ରହିଥିଲା ।
କମନୱେଲ୍ଥ ଗେମ୍ସ ୨୦୨୨କୁ ନେଇ ଖେଳାଳିଙ୍କ ସହ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପଦକ ତାଲିକାରେ ଭାରତ ତାର ସ୍ଥାନ ବଜାୟ ରଖିବ ବୋଲି ଆଶା କରାଯାଉଛି । ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରାଙ୍କ ପାଖରୁ ଦେଶ ପଦକ ଆଶା ରଖିଛି ।
ଆଉ କେଉଁ କ୍ରୀଡାବିତଙ୍କ ପାଖରୁ ରହିଛି ପଦକ ଆଶା:-
ଭାରତ ୫ଜଣ ଆଥ୍ଲେଟଙ୍କ ଠାରୁ କମନୱେଲ୍ଥ ଗେମ୍ସ ୨୦୨୨ରେ ପଦକ ଆଶା ରଖାଯାଇଛି । ସେମାନେ ହେଲେ ନୀରଜ ଚୋପ୍ରା, ବକ୍ସର ମୀରାବାଇ ଚାନୁ, ବ୍ୟାଡମିଣ୍ଟନ ଖେଳାଳି କିଦାମ୍ବୀ ଶ୍ରୀକାନ୍ତ, ଲକ୍ଷ ସେନ ଓ ଆଥଲେଟ୍ ହିମା ଦାସ । ଏମାନଙ୍କ ପୂର୍ବ ପ୍ରଦର୍ଶନକୁ ଆଧାର କରି ଚଳିତ ଥର ମଧ୍ୟ ଏମାନେ ପଦକ ଆଣିପାରନ୍ତି ବୋଲି ଆଶା କରାଯାଉଛି ।
ନୀରଜ ଚୋପ୍ରା: ଜାଭ୍ଲିନ ଥ୍ରୋ' ତାରକା ସୁନା ପୁଅ ନିରଜ ଚୋପ୍ରା ଟୋକିଓ ଅଲମ୍ପିକ୍ସରେ ୮୭.୫୮ ମିଟର ପର୍ଯ୍ୟନ୍ତ ଜାଭଲିନ ଥ୍ରୋ କରି ଦେଶକୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ । ଫିନଲାଣ୍ଡରେ କୋର୍ଟେନ ଗେମ୍ସରେ ମଧ୍ୟ ନିରଜ ସ୍ବର୍ଣ୍ଣ ପଦକ ହାସଲ କରି ଦେଶକୁ ପୁଣି ଥରେ ଗୌରବାନ୍ବିତ କରିଛନ୍ତି । ଫିନ୍ଲାଣ୍ଡରେ ଆୟୋଜିତ ପାଭୋ ନୁରମି ଗେମ୍ସରେ ୮୯.୦୩ ମିଟର ଜାଭଲିନ ଥ୍ରୋ' କରି ଟୋକିଓ ଅଲମ୍ପିକ୍ସରେ କରିଥିବା ରେକର୍ଡ ଭାଙ୍ଗିଥିଲେ ନିରୋଜ । ତେଣୁ ସେ ଦେଶକୁ କମନୱେଲ୍ଥ ଗେମ୍ସ ୨୦୨୨ରେ ପଦକ ଭେଟି ଦେବେ ବୋଲି ଆଶା କରାଯାଉଛି।