ଓଡିଶା

odisha

ETV Bharat / sports

Tokyo Paralympics: ବ୍ରୋଞ୍ଜ ଜିତିଲେ ସୁଟର ସିଂହରାଜ - Shooter Singhraj Adana

ଆଜି(ମଙ୍ଗଳବାର) ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତୀୟ ସୁଟର ସିଂହରାଜ ଅଧାନା । ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ SH 1 କାଟାଗୋରୀରେ ଏହି ସଫଳତା ହାସଲ କରିଛନ୍ତି ସିଂହରାଜ । ଅଧିକ ପଢନ୍ତୁ...

ସୁଟର ସିଂହରାଜ ଜିତିଲେ କାଂସ୍ୟ
ସୁଟର ସିଂହରାଜ ଜିତିଲେ କାଂସ୍ୟ

By

Published : Aug 31, 2021, 1:07 PM IST

Updated : Aug 31, 2021, 4:31 PM IST

ଟୋକିଓ: ଭାରତ ପାଇଁ ଜାରି ପଦକ ବର୍ଷା । ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ପାରା ଆଥଲେଟଙ୍କ ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି । ଆଜି(ମଙ୍ଗଳବାର) ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତୀୟ ସୁଟର ସିଂହରାଜ ଅଧାନା । ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ SH 1 କାଟାଗୋରୀରେ ଏହି ସଫଳତା ହାସଲ କରିଛନ୍ତି ସିଂହରାଜ ।

ଫାଇନାଲ ରାଉଣ୍ଡରେ ସିଂହରାଜ ୨୧୬.୮ ସ୍କୋର ସହ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ନିଜ ନାଁରେ କରିଛନ୍ତି । ଏଥିସହ ସୁଟିଂରେ ଭାରତ ଦ୍ବିତୀୟ ପଦକ ହାତେଇଛି । ତାଙ୍କ ପୂର୍ବରୁ ମହିଳା ୧୦ ମିଟର୍ ଏୟାର ରାଇଫଲ୍ ଏସଏସ୍-୧ କାଟାଗୋରୀରେ ଅବନୀ ଲେଖାରା ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ଭାରତର ଆଉ ଜଣେ ସୁଟର୍ ମନିଷ ନରୱାଲ ଭଲ ପ୍ରଦର୍ଶନ କରି ଇଭେଣ୍ଟର କ୍ବାଲିଫାଇଂର ଶୀର୍ଷରେ ରହିଥିଲେ । ହେଲେ ସିଂହରାଜ କ୍ବାଲିଫାଇଂରେ ଷଷ୍ଠ ସ୍ଥାନରେ ରହି ଫାଇନାଲରେ ସ୍ଥାନ ହାସଲ କରିଥିଲେ । ଯୋଗ୍ୟତା ପର୍ଯ୍ୟାୟରେ ମନିଷ ଚୀନର ତାଇପେଇର ଲୁ' ଜିଆଓଲଙ୍ଗଙ୍କ ସହ ଯୁଗ୍ମ ଭାବେ ୫୭୫ ସ୍କୋର ସହ ପ୍ରଥମ ସ୍ଥାନରେ ଥିଲେ । କିନ୍ତୁ ଫାଇନାଲ ରାଉଣ୍ଡରେ ନିରାଶ କରିଥିଲେ ମନିଷ । ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ SH 1 କାଟାଗୋରୀରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି ଚୀନର ଦୁଇ ସୁଟର୍ ଚାଓ ୟାଙ୍ଗ୍ ଓ ଜିଙ୍ଗ୍ ହୁଆଙ୍ଗ୍ । ଚାଓ ୟାଙ୍ଗ୍ ଫାଇନାଲରେ ୨୩୭.୯ ସ୍କୋର ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ହୁଆଙ୍ଗ୍ ୨୩୭.୫ ସ୍କୋର ସହ ଦ୍ବିତୀୟରେ ରହିଛନ୍ତି ।

ଆଜିର ପଦକକୁ ମିଶାଇ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୮ରେ ପହଞ୍ଚିଛି । ଭାରତ ଚଳିତ ପାରାଲମ୍ପିକ୍ ଗେମ୍ସରେ ୨ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ହାସଲ କରିଛି । ଡିସକସ ଥ୍ରୋ ଇଭେଣ୍ଟରେ ବିନୋଦ କୁମାର କାଂସ୍ୟ ପଦକ ହାସଲ କରିଥିଲେ । ହେଲେ ଦିବ୍ୟାଙ୍ଗ ବର୍ଗୀକରଣ ମୂଲ୍ୟାୟନ ଟେଷ୍ଟରେ ଫେଲ ମାରିଲେ ବିନୋଦ । ଯାହା ଫଳର ତାଙ୍କଠାରୁ ପଦକ ଫେରାଇ ନିଆଯାଇଥିଲା । ସେପଟେ ପଦକ ହାସଲ କରିଥିବା ସମସ୍ତ ପାରାଲମ୍ପିଆନଙ୍କ ପାଇଁ ବିଭିନ୍ନ ରାଜ୍ୟ ସରକାର ଅର୍ଥରାଶି ପୁରସ୍କାର ବର୍ଷା କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Aug 31, 2021, 4:31 PM IST

ABOUT THE AUTHOR

...view details