ଓଡିଶା

odisha

ETV Bharat / sports

Tokyo Paralympics: ମିଶ୍ରିତ ଏୟାର ରାଇଫଲ୍ ଫାଇନାଲରୁ ବାଦ୍‌ ଅବନୀ

ଆର-୩ ମିଶ୍ରିତ 10 ମିଟର ଏୟାର ରାଇଫଲ୍ ପ୍ରୋନ୍ ଏସଏଚ 1 ଯୋଗ୍ୟତାରେ 27 ତମ ସ୍ଥାନ ହାସଲ କରିଛନ୍ତି ଅବନୀ । ଅଧାରେ ରହିଲା ଆଉ ଏକ ପଦକ ସ୍ବପ୍ନ । ଅଧିକ ପଢନ୍ତୁ...

ମିଶ୍ରିତ ଏୟାର ରାଇଫଲ୍ ଫାଇନାଲରୁ ବାଦ ଅବନୀ
ମିଶ୍ରିତ ଏୟାର ରାଇଫଲ୍ ଫାଇନାଲରୁ ବାଦ ଅବନୀ

By

Published : Sep 1, 2021, 11:05 AM IST

ଟୋକିଓ: ଚଳିତ ପାରାଲିମ୍ପିକ୍ସରେ ମହିଳା ଆର୍-୨ ୧୦ ମିଟର୍ ଏୟାର୍ ରାଇଫଲ୍ ଭାରତ ପାଇଁ ସ୍ବର୍ଣ୍ଣ ଜିତିଥିଲେ ଅବନୀ ଲେଖରା । ଏହି ୧୯ ବର୍ଷୀୟା ସୁଟର୍ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି । ଆଉ ଏକ ସ୍ବର୍ଣ୍ଣ ଜିତିବାର ଆଶା ମଉଳି ଯାଇଛି ।

ଆର-୩ ମିଶ୍ରିତ 10 ମିଟର ଏୟାର ରାଇଫଲ୍ ପ୍ରୋନ୍ ଏସଏଚ1 ଯୋଗ୍ୟତାରେ 27 ତମ ସ୍ଥାନ ହାସଲ କରିଛନ୍ତି ଅବନୀ । ଏହା ସହ ପଦକରୁ ବଞ୍ଚିତ ହୋଇଛନ୍ତି । ଯୋଗ୍ୟତା ରାଉଣ୍ଡରେ ଅବାନୀ ମାତ୍ର 629.7 ସ୍କୋର କରିଥିଲେ । ଦକ୍ଷିଣ କୋରିଆର ପାର୍କ ଜିନ୍-ହୋ 638.9 ପାରାଲିମ୍ପିକ୍ ରେକର୍ଡ ସ୍କୋର ସହିତ ରାଉଣ୍ଡରେ ଶୀର୍ଷରେ ରହିଛନ୍ତି । 635.4 ସ୍କୋର ସହିତ ଜର୍ମାନୀର ନାଟାଶାଚା ହିଲଟ୍ରପ୍ ଦ୍ବିତୀୟ ସ୍ଥାନରେ ରହିଛଛନ୍ତି । ଅବନୀ 105.9, 105.0, 104.9, 105.3, 104.2, 104.4 ସ୍କୋର କରିଥିଲେ ।

ତିନି ଭାରତୀୟଙ୍କ ମଧ୍ୟରେ ଅବନୀ ଶ୍ରେଷ୍ଠ ସ୍ଥାନ ପାଇଥିବା ବେଳେ ସିଦ୍ଧାର୍ଥ ବାବୁ 625.5 ସ୍କୋର ସହିତ 40 ତମ ସ୍ଥାନରେ ରହିଥିଲେ ଏବଂ ଦୀପକ ୬୨୪.୯ ସ୍କୋର କରି 43 ତମ ସ୍ଥାନରେ ରହିଥିଲେ । ମିଶ୍ରିତ 10 ମିଟର ଏୟାର ରାଇଫଲ୍ ପ୍ରୋନରେ ଅବନୀଙ୍କ ପ୍ରଦର୍ଶନ ଭଲ ନଥିଲା । ଯୋଗ୍ୟତା ପର୍ଯ୍ୟାୟରେ ଶ୍ରେଷ୍ଠ ଆଠଜଣ ସୁଟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରକାଶ ଥାଉ କି ବର୍ତ୍ତମାନ ଭାରତ ନାମରେ ୧୦ଟି ପାରାଲିମ୍ପିକ୍ସ ପଦକ ରହିଛି । ୨ଟି ସ୍ବର୍ଣ୍ଣ, ୫ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ମେଡାଲ ରହିଛି ।

@IANS

ABOUT THE AUTHOR

...view details