ଓଡିଶା

odisha

By

Published : Aug 6, 2021, 10:32 AM IST

Updated : Aug 6, 2021, 10:42 AM IST

ETV Bharat / sports

Tokyo Olympics: ଇରାନର ମୋର୍ଟେଜାଙ୍କୁ ହରାଇ କୁସ୍ତି ସେମିିରେ ବଜରଙ୍ଗ

କୁସ୍ତିରେ ସ୍ବର୍ଣ୍ଣ ପଦକ ଦାବିଦାର ଥିବା ବଜରଙ୍ଗ ଦ୍ବିତୀୟ ସମୟ ଅବଧିରେ ପ୍ରଭାବୀ ପ୍ରଦର୍ଶନ ସହ ବିଜୟ ନିଶ୍ଚିନ୍ତ କରିଥିଲେ ଓ ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲେ । ଅଧିକ ପଢନ୍ତୁ...

Tokyo Olympics: ଇରାନର ମୋର୍ଟେଜାଙ୍କୁ ହରାଇ କୁସ୍ତି ସେମିିରେ ବଜରଙ୍ଗ
Tokyo Olympics: ଇରାନର ମୋର୍ଟେଜାଙ୍କୁ ହରାଇ କୁସ୍ତି ସେମିିରେ ବଜରଙ୍ଗ

ଟୋକିଓ: କୁସ୍ତିରେ ଭାରତର ଶେଷ ପଦକ ଆଶା ବଜରଙ୍ଗ ପୁନିଆଙ୍କ ଦମଦାର ପ୍ରଦର୍ଶନ । ଟୋକିଓ ଅଲମ୍ପିକ୍‌ର ପୁରୁଷ ଫ୍ରୀଷ୍ଟାଇଲ ୬୫ କିଲୋଗ୍ରାମ କ୍ବାର୍ଟର-ଫାଇନାଲ ବାଉଟ୍‌ରେ ପୁନିଆ, ଇରାନର ମୋର୍ଟେଜା ଚେକା ଘିଆସିଙ୍କୁ ହରାଇଛନ୍ତି । ଫଳରେ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛନ୍ତି ବଜରଙ୍ଗ ।

ବଜରଙ୍ଗଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନ ସତ୍ତ୍ବେ ମ୍ୟାଚର ପ୍ରଥମ ଟେକ୍ନିକାଲ ପଏଣ୍ଟ ମୋର୍ଟେଜା ପ୍ରଥମ ସମୟ ଅବଧିରେ ହାସଲ କରିନେଇଥିଲେ । ବଜରଙ୍ଗଙ୍କୁ କାବୁ କରିବାରେ ସଫଳ ହେବାସହ ସମୟ ଶେଷ ପର୍ଯ୍ୟନ୍ତ ଆଗୁଆ ହେବାକୁ ପ୍ରୟାସ କରିଥିଲେ ଇରାନ କୁସ୍ତିଯୋଦ୍ଧା ।

ମାତ୍ର ସ୍ବର୍ଣ୍ଣ ପଦକ ଦାବିଦାର ଥିବା ବଜରଙ୍ଗ ଦ୍ବିତୀୟ ସମୟ ଅବଧିରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । କଡା ପ୍ରତିନ୍ଦ୍ବନ୍ଦ୍ବୀତାପୂର୍ଣ୍ଣ ଲଢେଇ ହୋଇଥିଲେ ମଧ୍ୟ ବିଜୟ ସହ ସେମି ଟିକେଟ ହାତେଇଥିଲେ ।

ଏହି ଇଭେଣ୍ଟର ସେମିଫାଇନାଲ ମୁକାବିଲା ଅପରାହ୍ନରେ ଖେଳାଯିବ । ସ୍ବର୍ଣ୍ଣ ପଦକ ବାଉଟକୁ ଉନ୍ନୀତ ହେବା ଲକ୍ଷ୍ୟରେ ଏଜରବାଇଜାନର ହାଜି ଅଲିୟେଭଙ୍କୁ ସହ ବଜରଙ୍ଗଙ୍କ ସାମ୍ନାସାମ୍ନି ହେବ ।

ପୂର୍ବରୁ କାର୍ଗିଜସ୍ତାନର ଏମାଜର ଏକମାଟାଲିଏବଙ୍କୁ ପ୍ରଥମରାଉଣ୍ଡରେ ହରାଇଲେ ହରାଇ କ୍ବାର୍ଟରରେ ପ୍ରବେଶ କରିଥିଲେ ପୁନିଆ ।

ଟୋକିଓ ଅଲମ୍ପିକର ଉଦ୍‌ଯାପନୀ ସମାରୋହରେ ଭାରତର ଧ୍ବଜାବାହକ ରହିଛନ୍ତି ବଜରଙ୍ଗ ପୁନିଆ । ଫଳରେ ଚଳିତ ଅଲମ୍ପିକ ଖେଳରେ ଏଯାବତ ଗୋଟିଏ ବି ସ୍ବର୍ଣ୍ଣ ପଦକ ଜିତିନଥିବା ଭାରତକୁ ସ୍ବର୍ଣ୍ଣ ପଦକ ଦେବା ଲକ୍ଷ୍ୟରେ ରହିଛନ୍ତି ବଜରଙ୍ଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 6, 2021, 10:42 AM IST

ABOUT THE AUTHOR

...view details