ନୂଆଦିଲ୍ଲୀ: ଆଇଓସି ସଦସ୍ୟ ତଥା ଆଇଓଏ ମୁଖ୍ୟ ନରିନ୍ଦର ବତ୍ରା ଶନିବାର କହିଛନ୍ତି ଯେ, ‘2020ରୁ ଘୁଞ୍ଚାଯାଇଥିବା ଟୋକିଓ ଅଲମ୍ପିକ ନିଶ୍ଚିତ ଭାବେ ଆସନ୍ତା ବର୍ଷ ଅନୁଷ୍ଠିତ ହେବ । କୋଭିଡ-19 ଟୀକା ବାହାରିବା ପୂର୍ବରୁ ଏହି ମେଗା ଇଭେଣ୍ଟ ଆୟୋଜନକୁ ନେଇ ଚିନ୍ତାଥିବା ଲାଗିରହିଥିବା ବେଳେ ଏମିତି କହିଛନ୍ତି ବତ୍ରା ।
କିଛି ବଡ଼ ବଡ଼ ବୈଜ୍ଞାନିକ ଓ ଡାକ୍ତର ଟୀକା ବିନା ଟୋକିଓ ଅଲମ୍ପିକ୍ସ ଆରମ୍ଭ କରିବା ଉପରେ ଆଶଙ୍କା ପ୍ରକାଶ କରିଛନ୍ତି । ଏପରିକି ଜାପାନ ମେଡିକାଲ ଆସୋସିଏନର ସଭାପତି କହିଛନ୍ତି ଯେ କେବଳ ଜାପାନ ନୁହେଁ ସାରା ବିଶ୍ବରେ ଯଦି ଜୁଲାଇ 2021 ସୁଦ୍ଧା ଏହି ମହାମାରୀ ନିୟନ୍ତ୍ରିତ ହୁଏ ତେବେ ଯାଇ ଅଲମ୍ପିକ୍ସ ଆରମ୍ଭ ହୋଇ ପାରିବ ।
ତେବେ ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ଟୋକିଓ ଅଲିମ୍ପିକ୍ସ ପାଇଁ ସମନ୍ବୟ କମିସନ ଅଷ୍ଟ୍ରଲିଆର ଜନ କୋଟ୍ସ କିନ୍ତୁ ଅଲମ୍ପିକ୍ସ ପାଇଁ ଟୀକର ଆବଶ୍ୟକତା ନେଇ ଦିଆଯାଉଥିବା ପରାମର୍ଶକୁ ଖଣ୍ଡନ କରିଛନ୍ତି ।