ଓଡିଶା

odisha

ETV Bharat / sports

ଘୋଷଣା ହେଲା ଟୋକିଓ ଅଲମ୍ପିକ୍ସ ପାଇଁ ନୂଆ ତାରିଖ - Tokyo Olympics to be held from July 23 to Aug 8

ଆସନ୍ତା ବର୍ଷ ଅର୍ଥାତ 2021 ଜୁଲାଇ 23ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ଟୋକିଓ ଅଲମ୍ପିକ୍ସ । ସେହିପରି ଅଗଷ୍ଟ 24ରୁ ସେପ୍ଟେମ୍ବର 5 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପାରା ଅଲିମ୍ପିକ୍ସ ।

tokyo-olympics-to-be-held-from-july-23-to-aug-8-in-2021
ଘୋଷଣା ହେଲା ଟୋକିଓ ଅଲମ୍ପିକ୍‌ ପାଇଁ ନୂଆ ତାରିଖ

By

Published : Mar 30, 2020, 6:50 PM IST

ଟୋକିଓ: କୋରୋନା ଭାଇରସ୍ ମହାମାରୀ ପାଇଁ ବାତିଲ ହୋଇଥିଲା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ସର୍ବବୃହତ କ୍ରୀଡା ଇଭେଣ୍ଟ ତଥା କ୍ରୀଡା ମହାକୁମ୍ଭ ଟୋକିଓ ଅଲମ୍ପିକ । ତେବେ ଅନ୍ତର୍ଜାତୀୟ ଅଲମ୍ପିକ ଆସୋସିଏନ ପକ୍ଷରୁ ସୋମବାର ନୂଆ ତାରିଖ ଘୋଷଣା କରାଯାଇଛି । ଆସନ୍ତା ବର୍ଷ ଅର୍ଥାତ 2021 ଜୁଲାଇ 23ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ଟୋକିଓ ଅଲମ୍ପିକ୍‌ । ସେହିପରି ଅଗଷ୍ଟ 24ରୁ ସେପ୍ଟେମ୍ବର 5 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପାରା ଅଲିମ୍ପିକ୍ ।

ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାଇ, ଟୋକିଓ ଅଲିମ୍ପିକ୍ସର ନୂତନ ତାରିଖ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଏବଂ ଜାପାରନ ସରକାରଙ୍କ ସହମତି କ୍ରମେ ପ୍ରକାଶ ପାଇଛି । ସେହିପରି ରାଷ୍ଟ୍ରପତି ୟୋସିରୋ ମୋରି ଅନ୍ତର୍ଜାତୀୟ ଫେଡେରେସନ ଗୁଡ଼ିକୁ ଚେତାବନୀ ଦେଇଛନ୍ତି ଯେ ଅଲିମ୍ପିକ୍ସ ଗେମ୍ସର ସ୍ଥଗିତା ଦେଶ ପାଇଁ ଅତିରିକ୍ତ ଖର୍ଚ୍ଚ ବହନ ଏକ ପ୍ରମୁଖ ଚାଲେଞ୍ଜ ହୋଇଛି । ତେଣୁ ଏହାକୁ କେଉଁମାନେ ଗ୍ରହଣ କରିବେ ତାହା ଆଗାମୀ ଦିନରେ ସ୍ଥିର କରାଯିବ ।

ଟୋକିଓ ଅଲିମ୍ପିକ୍ସର ସ୍ଥଗିତାଦେଶ ଘୋଷଣା ଗତ ସପ୍ତାହରେ ଆଇଓସି ସଭାପତି ଥୋମାସ ବାଚ ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିଷ୍ପତି କ୍ରମେ କରଯାଇଥିଲା । 1896 ମସିହାରୁ ଅଲିମ୍ପିକ୍ସର 31 ସଂସ୍କରଣରେ କେବେବି ଏହାକୁ ସ୍ଥଗିତ ରଖାଯାଇ ନଥିଲା । ଯଦିଓ ବିଶ୍ବଯୁଦ୍ଧ ପାଇଁ 1916, 1940 ଏବଂ 1944ରେ ଏହାକୁ ବାତିଲ କରାଯାଇଥିଲା ।

ABOUT THE AUTHOR

...view details