ଓଡିଶା

odisha

ETV Bharat / sports

Tokyo Olympics: ଶେଷ ୩୫ ସେକେଣ୍ଡରେ ହାରିଗଲେ କୁସ୍ତିଯୋଦ୍ଧା ସୋନମ - ଟୋକିଓ ଅଲମ୍ପିକ

୧୯ ବର୍ଷୀୟା ଯୁବ ଭାରତୀୟ କୁସ୍ତିଯୋଦ୍ଧା ସୋନମ ମଲିକ ଚଳିତ ଟୋକିଓ ଅଲମ୍ପିକର ପ୍ରାରମ୍ଭିକ ପର୍ଯ୍ୟାୟରୁ ବାହାର । ଅଧିକ ପଢନ୍ତୁ...

Tokyo Olympics: Sonam loses opening bout on Olympic debut
Tokyo Olympics: ଶେଷ ୩୫ ସେକେଣ୍ଡରେ ହାରିଗଲେ କୁସ୍ତିଯୋଦ୍ଧା ସୋନମ

By

Published : Aug 3, 2021, 11:06 AM IST

ଟୋକିଓ: ଯୁବ ଭାରତୀୟ କୁସ୍ତିଯୋଦ୍ଧା ସୋନମ ମଲିକ ଚଳିତ ଟୋକିଓ ଅଲମ୍ପିକର ପ୍ରାରମ୍ଭିକ ପର୍ଯ୍ୟାୟରୁ ବାହାର ହୋଇଛନ୍ତି । ନିଜର ଅଲମ୍ପିକ ଡେବ୍ୟୁରେ ମହିଳା ୬୨ କିଲୋଗ୍ରାମ ବର୍ଗରେ ମଙ୍ଗୋଲିଆର ବୋଲୋର୍ତୁୟା ଖୁରେଲଖୁଙ୍କ ଠାରୁ ପରାସ୍ତ ହୋଇଛନ୍ତି ସୋନମ ।

ସୋନମ ମଲିକ

ନିଜର ପ୍ରଥମ ଅଲମ୍ପିକ ଖେଳୁଥିବା ୧୯ ବର୍ଷୀୟା ଯୁବ ଭାରତୀୟ କୁସ୍ତିଯୋଦ୍ଧା ସୋନମ ୨-୦ରେ ଆଗୁଆ ରହିଥିଲେ । ମାତ୍ର ପ୍ରତିଯୋଗିତା ଶେଷ ହେବାର ମାତ୍ର ୩୫ ସେକେଣ୍ଡ ବାକିଥିବାବେଳେ ଏସିଆନ ରୌପ୍ୟ ପଦକ ବିଜୟିନୀ ଖୁରେଲଖୁ ଜବରଦସ୍ତ ଆକ୍ରମଣ ସହ ୨-୨ରେ ସ୍କୋର ବରାବର କରିଥିଲେ । ସ୍କୋର ବରାବର ଥିବାରୁ ଓ ଶେଷ ପଏଣ୍ଟ ମଙ୍ଗୋଲିଆ ଖେଳାଳି ହାସଲ କରିଥିବାରୁ ତାଙ୍କୁ ବିଜେତା ଘୋଷଣା କରାଯାଇଥିଲା ।

ମଙ୍ଗୋଲିଆ ଖେଳାଳି ଅଭିଜ୍ଞ ହୋଇଥିଲେ ମଧ୍ୟ କଡା ଟକ୍କର ଦେଇଥିଲେ ସୋନମ । ପ୍ରାୟ ୧ ମିନିଟ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଛିଡାହୋଇଥିବା ସ୍ଥାନରେ ଦୁଇ କୁସ୍ତିଯୋଦ୍ଧା ପରସ୍ପରକୁ ଘୁଞ୍ଚିବାକୁ ଦେଇନଥିଲେ । ଏହା ବୟାନ କରୁଛି କେତେ ସଂଘର୍ଷପୂର୍ଣ୍ଣ ଥିଲା ମ୍ୟାଚ୍‌ । ଅତି ଚତୁରତାର ସହ ପ୍ରଥମ ୩ ମିନିଟରେ ୧ ପଏଣ୍ଟ ହାସଲ କରିଥିଲେ ସୋନମ, ପରେ ପୁଣି ସମସ୍ତଙ୍କୁ ପ୍ରଭାବିତ କରି ଏକ ପଏଣ୍ଟ ହାସଲ କରିଥିଲେ ।

ତେବେ ୨-୦ରେ ଆଗୁଆ ଥିବା ସାେନମଙ୍କୁ ଗୋଡକୁ ଟାର୍ଗେଟ କରିଥିଲେ ମଙ୍ଗୋଲିଆ ପ୍ରତିଯୋଗୀ । ଫଳରେ ତଳେପକାଇ ଗୁରୁତ୍ବପୂର୍ଣ୍ଣ ୨ ପଏଣ୍ଟ ହାସଲ କରିନେଇଥିଲେ ।

୨୦୧୭ ଓ ୨୦୧୯ରେ ଦୁଇଥର କ୍ୟାଡେଟ୍‌ ବିଶ୍ବ ଚମ୍ପିଆନ ରହିସାରିଥିବା ସୋନମ, ଏସିଆନ କ୍ବାଲିଫାୟର ଫାଇନାଲରେ ପହଞ୍ଚି ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details