ଟୋକିଓ:ଦୁଇ ଥର ଏସିଆନ ଚମ୍ପିୟାନ ହୋଇଥିବା ରବି ଦହିୟା ବୁଲଗେରିଆର ଜର୍ଜି ବେଲେଟିନୋବଙ୍କୁ ପରାସ୍ତ କରିଛନ୍ତି । ଟୋକିଓ ଅଲିମ୍ପିକ୍ସ କୁସ୍ତିରେ ୧୪-୪ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି ରବି ।
ଏହା ପୂର୍ବରୁ କଲମ୍ବୋବିଆର ଏଡୁଆର୍ଡୋଙ୍କୁ ୧୩-୨ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ପ୍ରବେଶ କରିଥିଲେ ରବି । ମ୍ୟାଚ ଆରମ୍ଭରୁ ଦବଦବା ଜାରି ରଖିଥିବା ବେଳେ କୌଶଳ କରି ପ୍ରତ୍ୟାବର୍ତ୍ତନ କରିଥିଲେ ଏଡୁଆର୍ଡୋ । ମାତ୍ର ଦ୍ବିତୀୟ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି 13-2ରେ ସହଜ ବିଜୟ ହାସଲ କରି ଥିଲେ ରବି । ବଜରଙ୍ଗ ପୁନିଆଙ୍କ ସହ ଟୋକିଓ ଅଲିମ୍ପିକ୍ସରେ ରବି କୁମାର ଭାରତ ପାଇଁ ପଦକ ଆଶାକୁ ଉଜ୍ଜିବୀତ ରଖିଛନ୍ତି ।