ଓଡିଶା

odisha

ETV Bharat / sports

ଦେଶରେ ଲାଗୁ ହେବ 'ଗୋଟିଏ ରାଜ୍ୟ ଗୋଟିଏ କ୍ରୀଡା ନିୟମ' - Sports Ministry contingent's preparation

ଦେଶରେ ଲାଗୁ ହୋଇପାରେ 'ଗୋଟିଏ ରାଜ୍ୟ ଗୋଟିଏ କ୍ରୀଡା' ନିୟମ। ଆଗାମୀ ଅଲମ୍ପିକ ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ମୋଦି ଓ କ୍ରୀଡା ମନ୍ତ୍ରଣାଳୟର ଅଧିକାରୀଙ୍କ ମଧ୍ୟରେ ହୋଇଥିବାଏହି ବୈଠକରେ ଏମିତି କିଛି ପ୍ରସ୍ତାବ ରଖାଯାଇଥିବା ଜଣାପଡିଛି।

'ଗୋଟିଏ ରାଜ୍ୟ ଗୋଟିଏ କ୍ରୀଡା
'ଗୋଟିଏ ରାଜ୍ୟ ଗୋଟିଏ କ୍ରୀଡା

By

Published : Dec 9, 2019, 9:08 PM IST

Updated : Dec 9, 2019, 10:49 PM IST

ନୂଆଦିଲ୍ଲୀ: ଦେଶରେ ଲାଗୁ ହୋଇପାରେ 'ଗୋଟିଏ ରାଜ୍ୟ ଗୋଟିଏ କ୍ରୀଡା' ନିୟମ। ଏହି ନୀତି ଲାଗୁ ହେବା ନେଇ ଏବେ ଚିତ୍ର ଅସ୍ପଷ୍ଟ ରହିଛି। ନଭେମ୍ବର 20ରେ ପ୍ରଧାନମନ୍ତ୍ରୀ ମୋଦି ଦେଶର କ୍ରୀଡା ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ବୈଠକ କରିଥିଲେ। ବୈଠକରେ କ୍ରୀଡା ସଚିବ, ଭାରତୀୟ କ୍ରୀଡା ପ୍ରାଧିକରଣ ମହାନିର୍ଦ୍ଦେଶକ(SAI), ସିଇଓ ଟାର୍ଗେଟ ଅଲମ୍ପିକ ପୋଡିୟମ ସ୍କିମ ସିଇଓ(TOPS) ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ଏମିତି କିଛି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ଜଣାପଡିଛି।

ପ୍ରଧାନ ମନ୍ତ୍ରୀ ମୋଦିଙ୍କ ସହ କ୍ରୀଡାମନ୍ତ୍ରୀ କିରେନ ରିଜ୍ଜୁ
‘ଗୋଟିଏ ରାଜ୍ୟ ଗୋଟିଏ କ୍ରୀଡା’ ନୀତି ଲାଗୁର ଲକ୍ଷ୍ୟ ଗୋଟିଏ ରାଜ୍ୟ ଗୋଟିଏ ପ୍ରକାର କ୍ରୀଡାରେ ବିଶେଷ ପାରଦର୍ଶିତା ଲାଭ କରିବ। ଏପରି ହେଲେ ଅଲମ୍ପିକ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ ସହଜ ହୋଇପାରିବ। ଅଲମ୍ପିକରେ ଭାରତର ପଦକ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିବ। ଭାରତର ଅନ୍ୟ ରାଜ୍ୟର କ୍ରୀଡାବିତ ସେହି ନିର୍ଦ୍ଦିଷ୍ଟ କ୍ରୀଡାରେ ଅଂଶଗ୍ରହଣ କରିବାକୁ ଚାହୁଁଥିଲେ ଉକ୍ତ ରାଜ୍ୟରେ ପ୍ରଶିକ୍ଷଣ ନେଇ ପାରିବେ।

ଏହାକୁ ଲାଗୁ କରିବା ପୂର୍ବରୁ କ୍ରୀଡା ମନ୍ତ୍ରଣାଳୟ ବିଗତ 20 ବର୍ଷର ଖେଳାଳିଙ୍କ ପ୍ରଦର୍ଶନ ଓ ପଦକ ବିଜୟକୁ ପରୀକ୍ଷା କରିବ। ଏହା ସହିତ କ୍ରୀଡା ଓ କ୍ରୀଡା ଭିତ୍ତିଭୂମିର ସୁଧାର ପାଇଁ କର୍ପୋରେଟ ସେକ୍ଟରକୁ ମଧ୍ୟ ସାମିଲ କରାଯିବା ନେଇ ଲକ୍ଷ୍ୟ ରହିଛି।

Last Updated : Dec 9, 2019, 10:49 PM IST

ABOUT THE AUTHOR

...view details