ଓଡିଶା

odisha

ETV Bharat / sports

Tokyo Olympics: ପୁରସ୍କାର ବିତରଣ ଉତ୍ସବରେ ମାସ୍କ ପିନ୍ଧିବେ ପ୍ରତିଯୋଗୀ - ଟୋକିଓ 2020

ଟୋକିଓ 2020 ପଦକ ବିତରଣ କାର୍ଯ୍ୟକ୍ରମ ସମୟରେ ଅଂଶଗ୍ରହଣକାରୀଙ୍କୁ ମାସ୍କ ପିନ୍ଧିବାକୁ ହେବ । ଅଧିକ ପଢନ୍ତୁ...

Tokyo Olympics: Participants to wear mask at all times during medal ceremony
Tokyo Olympics: ପୁରସ୍କାର ବିତରଣ ଉତ୍ସବରେ ମାସ୍କ ପିନ୍ଧିବେ ପ୍ରତିଯୋଗୀ

By

Published : Jul 15, 2021, 8:33 PM IST

ହାଇଦ୍ରାବାଦ: ଟୋକିଓ 2020ରେ ସ୍ବାସ୍ଥ୍ୟ ସୁରକ୍ଷା ନେଇ ଗୁରୁବାର ଏକାଧିକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପଦକ ବିତରଣ କାର୍ଯ୍ୟକ୍ରମ ସମୟରେ ଅଂଶଗ୍ରହଣକାରୀଙ୍କୁ ମାସ୍କ ପିନ୍ଧିବାକୁ ହେବ ।

ଜୁନ 2021ରେ ନିୟମାବଳୀର ତୃତୀୟ ସଂସ୍କରଣ ପ୍ରକାଶିତ ହୋଇଥିଲା । ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ଭେନ୍ୟୁରେ ପଦକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ସମୟରେ ଆଥଲେଟ୍‌ସ ଓ ପଦକ ପ୍ରଦାନକାରୀ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ହେବ ।

କୋଭିଡ-19 ମହାମାରୀ ସଂକ୍ରମଣର ଭୟ ସତ୍ତ୍ବେ ଅଲମ୍ପିକ ଖେଳର ଆୟୋଜନ ହେଉଛି । ଗତବର୍ଷ ସଂକ୍ରମଣ ଭୟ ଯୋଗୁଁ ମେଗା କ୍ରୀଡା ଇଭେଣ୍ଟ ସ୍ଥଗିତ ରହିଥିଲା । ତେବେ ଏହି ବହୁଦେଶୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ସଦସ୍ୟଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନେଇ ବିଶେଷ ଧ୍ୟାନ ଦେଉଛନ୍ତି ଆୟୋଜକ । ପୋଡିୟମରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ବିଜେତାଙ୍କ ମଧ୍ୟରେ ଦୂରତା ରକ୍ଷା କରିବା ପାଇଁ ବ୍ୟବସ୍ଥା ରହିଛି । ସେହିପରି ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ବିଜେତାଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ନେଇ ମଧ୍ୟ ବ୍ୟବସ୍ଥା ରହିଛି ।

ସମସ୍ତ ପ୍ରତିଯୋଗୀ ଟିକା ନେଇଥିବେ ଓ ପ୍ରତ୍ୟେକ ଇଭେଣ୍ଟରେ ଜଣେ IOC ସଦସ୍ୟ ଓ ଜଣେ ଅନ୍ତର୍ଜାତୀୟ ମହାସଂଘ ପ୍ରତିନିଧି ରହିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details