ଓଡିଶା

odisha

ଟୋକିଓ ଅଲମ୍ପିକ୍ସ: ତ୍ରିରଙ୍ଗା ଧରିବେ ମେରୀ କମ, ମନପ୍ରୀତ ସିଂହ

By

Published : Jul 5, 2021, 5:46 PM IST

Updated : Jul 5, 2021, 5:52 PM IST

ଟୋକିଓ ଅଲମ୍ପିକ୍ସରେ ପ୍ରତୀକ ତ୍ରିରଙ୍ଗା ଧରିବେ ବକ୍ସର ମେରୀ କମ ଓ ପୁରୁଷ ହକି ଟିମ କ୍ୟାପଟେନ ମନପ୍ରୀତ ସିଂହ । ଅଧିକ ପଢନ୍ତୁ...

Tokyo Olympics: Mary Kom, Manpreet Singh to be India's flagbearers at Opening Ceremony
ଟୋକିଓ ଅଲମ୍ପିକ୍ସ: ତ୍ରୀରଙ୍ଗା ଧରିବେ ମେରୀ କମ, ମନପ୍ରୀତ ସିଂହ

ନୂଆଦିଲ୍ଲୀ:ଆଗାମୀ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଟିମର ନେତୃତ୍ବ ନେବେ ବକ୍ସର ମେରୀ କମ ଓ ପୁରୁଷ ହକି ଟିମ କ୍ୟାପଟେନ ମନପ୍ରୀତ ସିଂହ । ଅଲମ୍ପିକ ଉଦଘାଟନୀ ଉତ୍ସବରେ ଉଭୟ ମେରୀ କମ୍‌ ଓ ମନପ୍ରୀତ ଭାରତର ପ୍ରତୀକ ତ୍ରିରଙ୍ଗା ଧରିବେ। କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଅଲମ୍ପିକ ଉଦଯାପନୀ ଉତ୍ସବରେ ପତାକା ଧରିବେ । ଏନେଇ ସୋମବାର ଭାରତୀୟ ଅଲମ୍ପିକ ଆସୋସିଏସନ(IOA) ଘୋଷଣା କରିଛି ।

"ଜୁଲାଇ 23ରେ ଆୟୋଜିତ ହେବାକୁ ଥିବା ଟୋକିଓ 2020ର ଉଦ୍‌ଘାଟନୀ ଉତ୍ସବରେ ମେରୀ କମ ଓ ମନପ୍ରୀତ ସିଂହ ଭାରତର ପତାକା ଧରିବେ । ଓ ଅଗଷ୍ଟ 8ରେ ବିଶ୍ବ କ୍ରୀଡାର ମେଗା ଇଭେଣ୍ଟ ଅଲମ୍ପିକ୍ସର ଉଦ୍‌ଯାପନୀ ଉତ୍ସବରେ ତ୍ରୀରଙ୍ଗା ଧରିବେ ବଜରଙ୍ଗ ପୁନିଆ ।" IOA ସଭାପତି ନରିନ୍ଦର ବାତ୍ରା ଏକ ଚିଠି ମାଧ୍ୟମରେ ଏହା ସ୍ପଷ୍ଟ କରିଛନ୍ତି ।

ଏଥିସହ ଭାରତୀୟ ଅଲମ୍ପିକ ଟିମରେ ପ୍ରାୟ 126 ଖେଳାଳି ଓ 75 ଅଧିକାରୀ ରହିବେ । ଫଳରେ ମୋଟ ଭାବେ ପ୍ରାୟ 201ଜଣ ଭାରତୀୟ ଅଲମ୍ପିକ ଟିମ ହେବ କହିଛନ୍ତି ବାତ୍ରା । ଟିମରେ 56 ପ୍ରତିଶତ ପୁରୁଷ ଓ 44 ପ୍ରତିଶତ ମହିଳା ରହିଛନ୍ତି ।

ଜୁଲାଇ 23ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ଟୋକିଓ ଅଲମ୍ପିକ୍ସ ଆୟୋଜିତ ହେବ । ଗତବର୍ଷ ଏହି ମେଗା ଇଭେଣ୍ଟ ହେବାନେଇ ସୂଚୀ ରହିଥିଲା ମାତ୍ର କୋଭିଡ-19 ମହାମାରୀ ଯୋଗୁଁ ସ୍ଥଗିତ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 5, 2021, 5:52 PM IST

ABOUT THE AUTHOR

...view details