ଓଡିଶା

odisha

ETV Bharat / sports

ଜୁଲାଇ 17ରେ ଟୋକିଓ ଯିବେ ପ୍ରଥମ ଭାରତୀୟ ଆଥଲେଟ - ଟୋକିଓ

ଜୁଲାଇ 17ରେ ଭାରତୀୟ ଅଲିମ୍ପିକ ଆସୋସିଏସନ(IOA) ତାର ପ୍ରଥମ ବ୍ୟାଚ ଆଥଲେଟଙ୍କୁ ଟୋକିଓ ପଠାଇବାକୁ ଯୋଜନା କରୁଛି । ଅଧିକ ପଢନ୍ତୁ...

ଜୁଲାଇ 17ରେ ଟୋକିଓ ଯିବେ ପ୍ରଥମ ଭାରତୀୟ ଆଥଲେଟ
ଜୁଲାଇ 17ରେ ଟୋକିଓ ଯିବେ ପ୍ରଥମ ଭାରତୀୟ ଆଥଲେଟ

By

Published : Jul 4, 2021, 11:24 AM IST

ନୂଆଦିଲ୍ଲୀ:ଆଉ କିଛି ଦିନ ବାକି ରହିଲା ଟୋକିଓ ଅଲିମ୍ପିକ । ଏନେଇ ନିଜକୁ ପ୍ରସ୍ତୁତ କଲେଣି ସମସ୍ତ ଆଥଲେଟ । ଜୁଲାଇ 17ରେ ଭାରତୀୟ ଅଲିମ୍ପିକ ଆସୋସିଏସନ(IOA) ତାର ପ୍ରଥମ ବ୍ୟାଚ ଆଥଲେଟଙ୍କୁ ଟୋକିଓ ପଠାଇବାକୁ ଯୋଜନା କରୁଛି ।

ଟୋକିଓ ଅଲିମ୍ପିକ ଜୁଲାଇ 23ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ଖେଳାଯିବ । ପୂର୍ବ ବର୍ଷ ଏହି ଖେଳ ଆରମ୍ଭ ହେବାର ଥିଲା । ମାତ୍ର କୋରୋନା ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ଜୁଲାଇ 17ରେ ଭାରତରୁ ଟୋକିଓକୁ ପ୍ରଥମ ବ୍ୟାଚ୍ ଆଥଲେଟ୍ ପଠାଯିବାକୁ ଚେଷ୍ଟା ଚାଲିଛି । ଅଲମ୍ପିକ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଆଥଲେଟମାନଙ୍କୁ ପଠାଗଲେ କ୍ବାରେଣ୍ଟାଇନ ଏବଂ ପ୍ରଶିକ୍ଷଣ ସମସ୍ୟା ସମାଧାନ ହେବ ବୋଲି ଆଇଓଏ ପକ୍ଷରୁ ସୂଚନା ମିଳିଛି । ଆମେ ଟୋକିଓ ଅଲମ୍ପିକରେ ସମ୍ପୃକ୍ତ ଅଧିକାରୀମାନଙ୍କ ସହିତ ଯୋଗାଯୋଗରେ ଅଛୁ ବୋଲି କହିଛନ୍ତି IOA ସଭାପତି ନରିନ୍ଦର ବତ୍ରା ।

ସେ ଆହୁରି କହିଛନ୍ତି ଆମ ସରକାର ଆମକୁ ଆମକୁ ସବୁ କ୍ଷେତ୍ରରେ ସମର୍ଥନ କରୁଛନ୍ତି । ଆଶା କରୁଛୁ ସବୁ ସମସ୍ୟାର ସମାଧାନ ଖୁବଶୀଘ୍ର ହେବ । ଅନ୍ତିମ ଅଲମ୍ପିକ କଣ୍ଟିଜିନେଣ୍ଟ ବିଷୟରେ ନରିନ୍ଦର ବତ୍ରା କହିଛନ୍ତି କିଛି ନାମ ଏପର୍ଯ୍ୟନ୍ତ ଆମ ପାଖକୁ ଆସିନାହିଁ ଯାହାକୁ ଆମେ ଅପେକ୍ଷା କରିଛୁ, ଆମେ ଶୀଘ୍ର ଏହାକୁ ସାର୍ବଜନୀନ କରିବୁ । ଆଇଓଏ ସମସ୍ତ ନାମକୁ ଜୁଲାଇ 5 ସୁଦ୍ଧା ଘୋଷଣା କରାଯିବା ନେଇ ଯୋଜନା କରୁଛି ।

ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (SAI) ଏବଂ IOA ଟୋକିଓ ଅଭିମୁଖେ ଆଥଲେଟମାନଙ୍କୁ ଭାରତକୁ ଗର୍ବିତ କରିବାରୁ ଉଦ୍ୟମ ଜାରି ରଖିଛନ୍ତି । ଏହା ସହିତ ଜାପାନ ସଂସ୍କୃତି ଓ ପରମ୍ପରା ବିଷୟରେ ସେମାନଙ୍କୁ ଅବଗତ କରାଉଛି ।

@ANI

ABOUT THE AUTHOR

...view details